Tuesday, April 7, 2026 11:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମେଟ୍ରୋ ପ୍ରକଳ୍ପ ବାତିଲ ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

ନବୀନ ଶ୍ରେୟ ନେଇଯିବେ ବୋଲି ଏଭଳି ନିଷ୍ପତ୍ତି

by Our Correspondent
06 Apr, 2026- 11:39 PM
in Latest News, News
1 min read
0
ମେଟ୍ରୋ ପ୍ରକଳ୍ପ ବାତିଲ ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ବାତିଲ କରିବା ନିଷ୍ପତ୍ତିକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, କଟକ ମେୟର ସୁବାସ ସିଂ ଓ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ରାଜ୍ୟ ବିଜେପି ସରକାରଙ୍କ ମେଟ୍ରୋ ପ୍ରକଳ୍ପର ବାତିଲ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହାର ପୁନଃବିଚାର କରିବା ପାଇଁ ଦାବି କରିଥିଲେ ।

ଶ୍ରୀ ପଣ୍ଡା କହିଛନ୍ତି, ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦୁଇ ସହର ମଧ୍ୟରେ ଗମନା ଗମନର ଉନ୍ନତି ପାଇଁ ମେଟ୍ରୋ ପ୍ରକଳ୍ପକୁ ଆରମ୍ଭ କରାଯାଇଥିଲା । ଦୁଃଖ ଓ ପରିତାପର ବିଷୟ, ରାଜ୍ୟ ବିଜେପି ସରକାର ହିନମନ୍ୟତାର ପରିଚୟ ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରାଯିବାକୁ ନେଇ ମନ୍ତ୍ରୀମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି, ଏହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ ।

ଶ୍ରୀ ଜେନା କହିଛନ୍ତି, ଦେଶର ୧୮ଟି ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ସଫଳତାର ସହିତ ଚାଲୁଛି । ଗମନାଗମନ କ୍ଷେତ୍ରରେ ମେଟ୍ରୋ ଏକ ମାଇଲଖୁଣ୍ଟ ହୋଇଥାନ୍ତା । ପୂର୍ବରୁ ଡିପିଆର ପ୍ରସ୍ତୁତ ହେବା ସମୟରେ ଏହା କ୍ଷତି ହେବ ବୋଲି ଆକଳନ ହୋଇନଥିଲା । ଏବେ କିପରି କ୍ଷତି ହେବ ବୋଲି କୁହାଯାଉଛି? ମେଟ୍ରୋ ଚାଲିଲେ ବର୍ଷକୁ ଦୁଇ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ରାଜ୍ୟ ବିଜେପି ସରକାର କହୁଥିବା କଥା କେବଳ ମନଗଢା କାହାଣୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ, ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ମିଳିବ ବୋଲି ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟବାସୀ ଓ ଭବିଷ୍ୟତ ପିଢ଼ିଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏହା ଚରମ ପ୍ରତାରଣା ।

ଶ୍ରୀ ସିଂ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ । ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ୬୨୫୫.୯୪ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ନବୀନ ବାବୁ ଆରମ୍ଭ କରିଥିଲେ । ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିକୁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ । ୨୦୦୭ ମସିହାରୁ ରାଜ୍ୟରେ କଟକ ଓ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା । କେନ୍ଦ୍ର ସରକାର ସହାୟତା ନ ଦେବାରୁ ନବୀନ ସରକାର ନିଜସ୍ୱ ସମ୍ବଳରେ ୨୦୨୩ ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ।

ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି, ମେଟ୍ରୋ ପ୍ରକଳ୍ପ କେବଳ ଭୁବନେଶ୍ୱର ଓ କଟକ ବାସିନ୍ଦାଙ୍କ ପାଇଁ ନୁହେଁ ବରଂ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଗର୍ବର ବିଷୟ ଥିଲା । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇଥିବା ସରକାର ୨୦୩୬ ମସିହାରେ ବିକଶିତ ଓଡିଶା ଗଠନ କଥା କହୁଛନ୍ତି । ମେଟ୍ରୋ ପ୍ରକଳ୍ପ ବିନା ବିକଶିତ ଓଡିଶା ଗଠନ ସ୍ୱପ୍ନ ଦେଖିବା କେତେଦୂର ଯୁକ୍ତିଯୁକ୍ତ । ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ ରିଜିଅନ ପାଇଁ ମେଟ୍ରୋ ଏକ ନୂତନ ସମ୍ଭାବନା ହେବାକୁ ଯାଉଥିଲା । ତେଣୁ ରାଜ୍ୟ ସରକାର ମେଟ୍ରୋ ରେଳ ପ୍ରକଳ୍ପର ବାତିଲ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ।

Previous Post

ବିଜେଡିରୁ ସଫା ‘ବିଭୀଷଣ’ ଦମ୍ପତ୍ତି

Next Post

ବୁୁଲି ବୁଲି ସେଇ ଅଗଣା

Next Post
ବୁୁଲି ବୁଲି ସେଇ ଅଗଣା

ବୁୁଲି ବୁଲି ସେଇ ଅଗଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA