Thursday, January 15, 2026 09:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ଲମ୍ବା ତାଲିକା ଦେଲା ବିଜେଡି

୧୮ ମାସର ବିଜେପି ଶାସନ

by Our Correspondent
31 Dec, 2025- 06:47 PM
in Latest News, News
1 min read
0
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ଲମ୍ବା ତାଲିକା ଦେଲା ବିଜେଡି

 

ଭୁବନେଶ୍ୱର: ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହିତ ଓଡିଶା ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟାରେ ଏହି ୧୮ ମାସରେ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜେଡି ତଥ୍ୟ ଉପସ୍ଥାପନ କରିଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଏକ ଲମ୍ୱା ତାଲିକା ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଡ଼ ସସ୍ମିତ ପାତ୍ର କହିଥିଲେ, ଗତ ୧୮ ମାସର ବିଜେପି ଶାସନରେ ଓଡିଶା କେବଳ ନିଜ ରାଜ୍ୟ ଭିତରେ ନୁହେଁ ବରଂ ଜାତୀୟ ସ୍ତରରେ ଗୋଟିଏ କ୍ଷେତ୍ରରେ ନିନ୍ଦା ଓ ଲଜ୍ଜ୍ୟା ପାଇଛି, ଯାହା ହେଉଛି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜୁନ ୨୦୨୪ରେ ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ମୂଳଦୁଆ ପଡିଥିଲା, ମାନ୍ୟବର ରାଜ୍ୟପାଳଙ୍କ ପୁଅ ଦ୍ୱାରା । ପୁରୀ ସ୍ଥିତ ରାଜ୍ୟପାଳଙ୍କ ବାସଭବନ ଭିତରେ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ସହିତ ଜୋତାରେ ଛେପ ପକାଇ ତାଙ୍କୁ ଚାଟିବାକୁ ବାଧ୍ୟ କରାଯାଇଥିଲା । ଏହି ନିନ୍ଦନୀୟ ଘଟଣାକୁ ରାଜ୍ୟ ବିଜେପି ସରକାର ଚାପି ଦେଇଥିଲେ । ସେହିପରି ବିଜେପି କର୍ମୀ ମାନଙ୍କ ଦ୍ୱାରା ବିଏମସି କମିସନରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାଟି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ନ୍ୟାୟ ପ୍ରଦାନ କରିବାରେ ବିଜେପି ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହୋଇ ଚାଲିଛି । ଗତ ୧୮ ମାସରେ ରାଜ୍ୟରେ ୪୦,୯୪୭ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଏହି ସଂଖ୍ୟାରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା କୁହନ୍ତୁ କି ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା କୁହନ୍ତୁ ବା ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲା ହେଉ କି ଧଉଳି ଗଣଦୁଷ୍କର୍ମ ମାମଲା ହେଉ, ଏହି ଘଟଣା ସବୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇ ଓଡିଶା ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ଏହାଛଡା ଅପରାଧ କ୍ଷେତ୍ରରେ ଓଡିଶା ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଭାବେ ଚିହ୍ନିତ ହୋଇ ଏକ ଅଲୋଡ଼ା କୀର୍ତ୍ତିମାନ ହାସଲ କରିଛି ।

ଡ଼ ପାତ୍ର କହିଥିଲେ, ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନରହିଲେ ରାଜ୍ୟର ବିକାଶ ଉପରେ ବାଧକ ହୋଇଥାଏ । ଏହା ମଧ୍ୟ ଗତ ୧୮ ମାସରେ ଦେଖିବାକୁ ମିଳିଛି । ଗୁରୁ ଖଣିଜ ସମ୍ପଦରୁ ରାଜ୍ୟକୁ ମିଳୁଥିବା ରାଜସ୍ୱ ଯଥାକ୍ରମେ ୫୦,୦୦୦ କୋଟିରୁ ୩୪,୦୦୦ କୋଟିକୁ ଖସିଆସିଛି । ସେହିପରି ଲଘୁ ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟିକୁ ଖସିଆସିଛି । ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି ପାଇଁ ହେଉଥିବା ପରୀକ୍ଷା ଗୁଡିକ ଠିକ ଭାବେ ହୋଇପାରୁନାହିଁ । ଗତ ୧୮ ମାସରେ ୨୦ଟି ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଦୁର୍ନୀତିକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ଦେବା ପାଇଁ ବାଧ୍ୟ ହୋଇଥିଲେ । ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି, କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ରଖିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଡ଼ ଲେନିନ ମହାନ୍ତି କହିଥିଲେ, ଗତ ଏକ ବର୍ଷଟି ଗଣଦୁଷ୍କର୍ମର ବର୍ଷ ହୋଇଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ମହିଳା ମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଅନୁଭବ ହେଉଛି । ଏଥିଯୋଗୁଁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ଅହେତୁକ ହ୍ରାସ ପାଇଛି । ଏକାଧିକ ପର୍ଯ୍ୟଟନସ୍ଥଳୀରେ ଗଣଦୁଷ୍କର୍ମ ଘଟଣା ଘଟିବା ପରେ ଆମେରିକା ଏକ ଟ୍ରାଭେଲ ଆଡ଼ଭାଇଜରୀ ଜାରି କରି ଓଡିଶା ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ ବୋଲି କହିବା ସହିତ ଏଠାକୁ ଆସିବାକୁ ଆମେରିକୀୟ ନାଗରିକ ମାନଙ୍କୁ ବାରଣ କରିଥିଲା । ଏହାଦ୍ୱାରା ଓଡିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଥିଲା । ସେହିପରି ବିଗତ ବର୍ଷଟି ମଧ୍ୟ ଦଙ୍ଗାର ବର୍ଷ ହୋଇଛି । ରାଜ୍ୟ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ କଟକ ଭଳି ଭାଇଚାରାର ସହରରେ ଦଙ୍ଗାର ଅଲୋଡ଼ା କୀର୍ତ୍ତିମାନ ସ୍ଥାପିତ ହେଲା । ଆଶା କରିବା ଇଂରାଜୀ ନୂତନ ବର୍ଷ ଠାରୁ ରାଜ୍ୟରେ ଶାନ୍ତି ଫେରି ଆସୁ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସୁ, ରାଜ୍ୟବାସୀ ନିଜକୁ ସୁରକ୍ଷିତ ମଣନ୍ତୁ ।

Previous Post

ଦାୟିତ୍ୱ ନେଲେ ଅନୁ ଗର୍ଗ

Next Post

ଓଏଏସ୍ ନିଯୁକ୍ତିରେ କେଁ !

Next Post
ଓଏଏସ୍ ନିଯୁକ୍ତିରେ କେଁ !

ଓଏଏସ୍ ନିଯୁକ୍ତିରେ କେଁ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA