Tuesday, April 7, 2026 09:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିରୁ ସଫା ‘ବିଭୀଷଣ’ ଦମ୍ପତ୍ତି

ବିଜେପିର ଏଜେଣ୍ଟ ବନିଛନ୍ତିି ମଣ୍ଡଳ!

by Our Correspondent
06 Apr, 2026- 09:05 PM
in Latest News, News, Politics
1 min read
0
ବିଜେଡିରୁ ସଫା ‘ବିଭୀଷଣ’ ଦମ୍ପତ୍ତି

ଭୁବନେଶ୍ୱର: ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଏବଂ ଭଦ୍ରକର ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡିରୁ ବିଦା କରିଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ନିର୍ବାଚନର ବହୁ ପୂର୍ବରୁ ଏହି ଦମ୍ପତ୍ତି ଦଳରେ ବିଭୀଷଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସମ୍ପୂର୍ଣ୍ଣ ରୂପେ ଦଳ ବିରୋଧରେ କାର୍ଯ୍ୟ କରୁଥିଲେ । ବହୁ ବିଳମ୍ବରେ ଆଜି ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହି ଦମ୍ପତ୍ତିଙ୍କ ପ୍ରସ୍ଥାନ ଭଦ୍ରକ ବିଜେଡିରେ ଖୁସିର ଲହରି ଖେଳାଇଛି ।

ଏକଦା ବିଜେଡିର ଗେହ୍ଲା ହୋଇଥିଲେ ମଣ୍ଡଳ ଦମ୍ପତ୍ତି । ଲୋକପ୍ରିୟ ବିଧାୟକ ରାଜେନ୍ଦ୍ର ଦାସଙ୍କୁ କାଟି ୨୦୧୪ରେ ମୁକ୍ତିକାନ୍ତଙ୍କୁ ଧାମନଗରରୁ ବିଜେଡି ଟିକେଟ ଦିଆଯାଇଥିଲା ଏବଂ ସେ ବିଧାୟକ ହୋଇଥିଲେ । ୨୦୧୯ରେ ତାଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ଭଦ୍ରକ ଲୋକସଭା ଆସନରୁ ବିଜେଡି ଟିକେଟ ମିଳିଥିଲା ଏବଂ ସେ ସାଂସଦ ହୋଇଥିଲେ । ସେତେବେଳେ ଧାମନଗରରୁ ଟିକେଟ ପାଇଥିବା ରାଜେନ୍ଦ୍ର ଦାସଙ୍କୁ ହରାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିବା ଚର୍ଚ୍ଚା ହୋଇଥିଲା । ତେବେ ହାଇକମାଣ୍ଡ ସେତେବେଳେ ଏହାକୁ ଅଣଦେଖା କରିଥିଲେ । ପରବର୍ତ୍ତୀ ସମୟରେ ସାଂସଦ ପତ୍ନୀଙ୍କୁ ଆଗରେ ରଖି ଅସଲରେ ମୁକ୍ତିକାନ୍ତ ସବୁ କାର୍ଯ୍ୟ ବୁଝିଥିଲେ । ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜସ୍ୱ ସଂଗଠନ ଆରମ୍ଭ କରିଥିଲେ । ତତ୍କାଳୀନ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ତାଙ୍କୁ ଏଥିରେ ସହଯୋଗ କରୁଥିଲେ । ଉଭୟଙ୍କର ଦଳବିରୋଧୀ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

୨୦୨୪ ନିର୍ବାଚନରେ ଧାମନଗରରୁ ମୁକ୍ତିକାନ୍ତ ଟିକେଟ୍ ପାଇବାକୁ ବଞ୍ଚିତ ହେଲା ପରେ ଭିତିରିଆ ଭାବେ ବିଜେପିକୁ ପୂରା ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ପତ୍ନୀଙ୍କୁ ପୁନର୍ବାର ସାଂସଦ ଟିକେଟ୍ ମିଳିଥିଲେ ମଧ୍ୟ ତାଙ୍କର ଅନ୍ତର୍ଘାତୀ କାର୍ଯ୍ୟ ଜାରି ରହିଥିଲା । ତାଙ୍କର ଗୋଟିଚାଳନା ଯୋଗୁଁ ଧାମନଗରରୁ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ଏବଂ ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ ପରାଜୟ ବରଣ କରିଥିବା ଅଭିଯୋଗ ହୋଇଥିଲା ।

ଇତିମଧ୍ୟରେ ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଦେଇଥିଲେ ନବୀନ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ(ବାପି) ରାୟଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଥିଲେ । ମୁକ୍ତିକାନ୍ତ ଏଥିରେ ଆହୁରି କ୍ଷୁବ୍ଧ ହୋଇ ବିଜେପି ଆଡକୁ ପାଦ ଟେକି ଦେଇଥିଲେ । ତାଙ୍କର କାର୍ଯ୍ୟ ନେଇ ବିଧାୟକ ବାପି ରାୟ, ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିଷ୍ଣୁପଦ ରାଉତରାୟ ଏବଂ ରାଜେନ୍ଦ୍ର ଦାସ ପ୍ରମୁଖ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇଥିଲେ ।

Continue Reading
Previous Post

କାଳେ ନାଁ ନେଇଯିବେ ବୋଲି ଛି

Next Post

ମେଟ୍ରୋ ପ୍ରକଳ୍ପ ବାତିଲ ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Next Post
ମେଟ୍ରୋ ପ୍ରକଳ୍ପ ବାତିଲ ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

ମେଟ୍ରୋ ପ୍ରକଳ୍ପ ବାତିଲ ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA