Saturday, February 21, 2026 07:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୀତିନ ଗଡ଼କରୀଙ୍କ ପକ୍ଷଚ୍ଛେଦନ

ବିଜେପି ସଂସଦୀୟ ବୋର୍ଡରୁ ବିଦା

by Our Correspondent
17 Aug, 2022- 07:02 PM
in Latest News, National, News, Politics
1 min read
0
ନୀତିନ ଗଡ଼କରୀଙ୍କ ପକ୍ଷଚ୍ଛେଦନ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରୁ ନୀତିନ ଗଡ଼କରୀଙ୍କୁ ହଟାଇ ଦିଆଯାଇଛି । ଦଳର ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟିରୁ ଗଡ଼କରୀଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ବିଦା ହୋଇଛନ୍ତି । ୬ ନୂଆ ମୁହଁଙ୍କୁ ନେଇ ସଂସଦୀୟ ବୋର୍ଡର ପୁନର୍ଗଠନ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କିନ୍ତୁ ଏଥିରେ ସ୍ଥାନ ମିଳିନାହିଁ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ୪ ଜଣଙ୍କୁ ସ୍ଥାନ ମିଳିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ବାଦ୍ ପଡ଼ିଛନ୍ତି । ନୂଆ ସଂସଦୀୟ ବୋର୍ଡ ଏବଂ ସିଇସିରେ ଓଡ଼ିଶାରୁ କାହାରିକୁ ସ୍ଥାନ ମିଳିନାହିଁ ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମାର୍କା ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟିରୁ ହଟାଇ ଦିଆଯିବା ଘଟଣାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଦଳର ପୂର୍ବ ରାଷ୍ଟ୍ରୀୟ ସଭାପତିଙ୍କୁ ଏହି ବୋର୍ଡରେ ସ୍ଥାନ ଦେବା ଏକ ପରମ୍ପରା ହୋଇଥିଲେ ମଧ୍ୟ ଗଡ଼କରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି । ରାଜନାଥ ସିଂହଙ୍କ କ୍ଷେତ୍ରରେ ପୂର୍ବରୁ ଏଭଳି ବ୍ୟତିକ୍ରମ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ତ୍ରୁଟିକୁ ସଂଶୋଧନ କରାଯାଇଥିଲା ।

ଖାଲି ସେତିକି ନୁହେଁ, ସଂସଦୀୟ ବୋର୍ଡରୁ ହଟିବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟିରୁ ଗଡ଼କରୀ ଓ ଚୌହାନଙ୍କ ସଦସ୍ୟତା ଆପେ କଟିଯାଇଛି । କାରଣ ସଂସଦୀୟ ବୋର୍ଡ ସଦସ୍ୟମାନେ କେନ୍ଦ୍ରୀୟ ନିର୍ବାଚନ କମିଟିର ମଧ୍ୟ ସଦସ୍ୟ । ଏମାନଙ୍କ ସହ ଅତିରିକ୍ତ ସଦସ୍ୟ ଭାବେ ଆଉ କେତେ ଜଣଙ୍କୁ ମନୋନୀତ କରାଯାଇଥାଏ ।

ମୋଦି-ଶାହଙ୍କ ଜମାନାରେ ଗଡ଼କରୀଙ୍କ ପ୍ରଭାବ ଉପରେ ଏହାକୁ ପ୍ରଚଣ୍ଡ ପାହାର ବୋଲି କୁହାଯାଉଛି । ୨୦୧୪ ରେ ଅମିତ ଶାହ ସଭାପତି ଥିବା ବେଳେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାଙ୍କୁ ସଂସଦୀୟ ବୋର୍ଡରୁ ଲଜ୍ଜାଜନକ ବିଦାୟ ନେବାକୁ ପଡ଼ିଥିଲା । ସେମାନଙ୍କୁ ମାର୍ଗଦର୍ଶକ କରି ବସାଇ ଦିଆଗଲା । ଗଡ଼କରୀଙ୍କୁ ସେହି ରାସ୍ତା ଦେଖାଇ ଦିଆଯାଇଛି ବୋଲି କୁହାଯାଉଛି ।

ପୁନର୍ଗଠିତ ସଂସଦୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଦଳ ସଭାପତି ଜେ.ପି.ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦଳର ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କ ସମେତ ୬ ନୂଆ ମୁହଁଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ ଏବଂ ସତ୍ୟନାରାୟଣ ଜଟିଆ ।

ନୂଆ ନିର୍ବାଚନ କମିଟିରେ ଏହି ୧୧ ନେତାଙ୍କ ସହ ଆଉ ୪ ନୂଆ ନେତାଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଓମ୍ ମାଥୁର ଏବଂ ବନଥୀ ଶ୍ରୀନିବାସନ୍ । ପୂର୍ବ କମିଟିରେ ଥିବା ଜୁଏଲ୍ ଓରାମ୍, ଶାହାନୱାଜ୍ ହୁସେନ ଏବଂ ବିଜୟା ରହତକରଙ୍କୁ ବାଦ୍ ଦିଆଯାଇଛି ।

Previous Post

ହୀରାକୁଦର ୪୦ ଗେଟ୍ ଆଜି ଖୋଲିବ

Next Post

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫ ଦିନ ପାଇଁ ରିଲିଫ୍

Next Post
ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫ ଦିନ ପାଇଁ ରିଲିଫ୍

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫ ଦିନ ପାଇଁ ରିଲିଫ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA