Tuesday, February 24, 2026 03:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶାରେ ଖୁସିର ଲହରି

by Our Correspondent
21 Jun, 2022- 11:07 PM
in Latest News, News
1 min read
0
ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏଥର ଓଡ଼ିଶା ଭାଗ୍ୟକୁ ଜୁଟିଛି । ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ନେତ୍ରୀ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଆଜି ରାତିରେ ବିଜେପି ସଂସଦୀୟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛନ୍ତି । ସେ ହେବେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ।

ଜଣେ ଆଦିବାସୀ ଓ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ବିଜେପି ସମସ୍ତଙ୍କୁ ଚମକାଇ ଦେଇଥିଲା ବେଳେ ଓଡ଼ିଶା ପାଇଁ ଏହା ଖୁସି ଓ ଗର୍ବ ଆଣିଛି । ସାରା ରାଜ୍ୟରେ ଏହା ଖୁସିର ଲହରି ଖେଳାଇ ଦେଇଛି । ପ୍ରାର୍ଥୀ ଘୋଷଣା ହେବା ପରେ ଦ୍ରୌପଦୀ କହିଛନ୍ତି ଟିଭିରୁ ଏହା ଦେଖି ମୁଁ ଖୁସି ଏବଂ ଆଶ୍ଚର୍ଯ୍ୟ । ଆସନ୍ତା ୨୫ ତାରିଖରେ ସେ ମନୋନୟନପତ୍ର ଦାଖଲ କରିବେ ବୋଲି ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।

ପୂର୍ବରୁ ଆଜି ସଂଧ୍ୟାରେ ଯଶୋବନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏବଂ ୱାଇଏସଆର୍ କଂଗ୍ରେସର ନିର୍ଣ୍ଣାୟକ ଭୂମିକା ରହିଛି । ସଂଖ୍ୟା ଦୃଷ୍ଟିରୁ ସେମାନଙ୍କ ସମର୍ଥନ ପାଇଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନିଶ୍ଚିତ । ବିଜେଡି ଏବଂ ୱାଇଏସଆର୍ କଂଗ୍ରେସ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ସେମାନଙ୍କ ସମର୍ଥନର ବାଟ ପରିଷ୍କାର କରିଛି । ନିଜ ରାଜ୍ୟର ଜଣେ ଦଳିତ ଆଦିବାସୀ ନେତ୍ରୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଜେଡି ସମର୍ଥନ କରିବା ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଯାଇଛି । ୱାଇଏସଆର୍ କଂଗ୍ରେସ ମଧ୍ୟ ସମାନ ନୀତି ଆପଣେଇବ ବୋଲି ସ୍ପଷ୍ଟ ଆଭାସ ମିଳିଛି ।

୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ବଇଦପୋଷି ଗାଁର ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୯୭ ମସିହାରେ ସେ ରାଜନୈତିକ ଜୀବନ ଆରମ୍ଭ କରି ରାଇରଙ୍ଗପୁରରେ କାଉନସିଲର ନିର୍ବାଚିତ ହୋଇଥିଲେ । ବିଜେପିର ଏସଟି ମୋର୍ଚ୍ଚାର ଉପସଭାପତି ଦାୟିତ୍ୱରେ ଥିଲେ । ୨୦୦୦ ଓ ୨୦୦୪ ମସିହାରେ ରାଇରଙ୍ଗପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଥିଲେ । ପରବର୍ତ୍ତୀ ସମୟରେ ୨୦୧୫ ମସିହାରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ଝାଡ଼ଖଣ୍ଡର ସେ ଥିଲେ ପ୍ରଥମ ମହିଳା ଆଦିବାସୀ ରାଜ୍ୟପାଳ । ୨୦୨୧ ମସିହାରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ।

ଦ୍ରୌପଦୀ ମୁର୍ମୁ ଜଣେ ଭଲ ରାଷ୍ଟ୍ରପତି ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି । ସମାଜ ପାଇଁ ସେ ଅନେକ କାମ କରିଛନ୍ତି ଏବଂ ଦଳିତଙ୍କ ଉନ୍ନତିରେ ତାଙ୍କର ଅବଦାନ ବହୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଇଛନ୍ତି ।

Previous Post

ରୋମ୍ ରେ ପହଞ୍ଚିଲେ ନବୀନ

Next Post

ପ୍ରେରଣାର ଅନ୍ୟ ନାମ ଦ୍ରୌପଦୀ ମୁର୍ମୁ

Next Post
ପ୍ରେରଣାର ଅନ୍ୟ ନାମ ଦ୍ରୌପଦୀ ମୁର୍ମୁ

ପ୍ରେରଣାର ଅନ୍ୟ ନାମ ଦ୍ରୌପଦୀ ମୁର୍ମୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA