Wednesday, March 4, 2026 10:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ବିଜେପିରେ ନେତୃତ୍ୱ ସଙ୍କଟ!

by Our Correspondent
21 Jan, 2023- 08:53 PM
in Latest News, News, Politics
1 min read
0
ରାଜ୍ୟ ବିଜେପିରେ ନେତୃତ୍ୱ ସଙ୍କଟ!

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ବର୍ଷେ ଥିଲା ବେଳେ ଓଡ଼ିଶାରେ ବିଜେପି ଅବସ୍ଥା ସୁଧୁରୁନାହିଁ । ତୃଣମୂଳସ୍ତରରେ ସାଂଗଠନିକ ସ୍ଥିତି ସଜାଡ଼ିବା ପରିବର୍ତ୍ତେ ଦଳୀୟ ନେତୃତ୍ୱକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ ଓ ସଙ୍କଟ । ତେବେ ଖୁବ୍ ଶୀଘ୍ର ଏହାର ସ୍ପଷ୍ଟ ଚିତ୍ର ମିିଳିଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଳ୍ପ ଦିନ ତଳେ ଗଣମାଧ୍ୟମରେ ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଏକ ବିବୃତି ଦେଇଥିଲେ । ସେ କହିଥିଲେ, ସମୀର ମହାନ୍ତିଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ାଯିବ । ତେବେ ଦିଲ୍ଲୀରୁ ସେ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ଆସି ନ ଥିଲା ବେଳେ ପୃଥ୍ୱୀରାଜଙ୍କ ଏଭଳି ବୟାନ ରାଜ୍ୟ ନେତାମାନଙ୍କୁ ଆଚମ୍ବିତ କରିଥିଲା । କର୍ମୀ ମହଲରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଦିଲ୍ଲୀକୁ ଏହି ଖବର ଯିବା ପରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଫିସ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ଏ ବାବଦରେ ପୃଥ୍ୱୀରାଜଙ୍କଠାରୁ କୈଫୟତ ମଗାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ପୃଥ୍ୱୀରାଜଙ୍କ ଏଭଳି ବୟାନ ପଛରେ ରାଜନୀତି ଯାହା ହେଉ ନା କାହିଁକି ରାଜ୍ୟ ବିଜେପିରେ ଏହା ନିଆଁ ଲଗାଇ ଦେଇଛି । କାରଣ ଦଳରେ ବୃହତ୍ତ ଗୋଷ୍ଠୀ ସମୀର ମହାନ୍ତିଙ୍କୁ ପୁନର୍ବାର ସଭାପତି ଆସନରେ ଦେଖିବାକୁ ଚାହୁଁନାହାନ୍ତି । ତାଙ୍କୁ ବଦଳାଇବା ପାଇଁ ସେମାନେ କେନ୍ଦ୍ରୀୟ ନେତୃତ୍ୱ ଉପରେ ଭୀଷଣ ଚାପ ପକାଇଛନ୍ତି । ଧାମନଗର ଉପନିର୍ବାଚନରେ ଦଳକୁ ଜିତାଇ ନୂଆ ଆଶା ସଂଚାର କରିଥିବା ପୁରୁଖା ନେତା ମନମୋହନ ସାମଲଙ୍କ ସପକ୍ଷରେ ଅଧିକାଂଶ ଯୁକ୍ତି କରିଛନ୍ତି । ଦ୍ୱିତୀୟ ବିକଳ୍ପ ଭାବେ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ।

ଏ ସବୁ ରାଜନୀତିର କେନ୍ଦ୍ରବିନ୍ଦୁ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁନର୍ବାର ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କୁ ବିରୋଧ କରିବା ଅର୍ଥ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ବିରୋଧ କରିବା । ସୁତରାଂ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ବୃହତ୍ତ ଗୋଷ୍ଠୀ ଆଦୋ÷ ସ୍ୱୀକାର କରିବା ଅବସ୍ଥାରେ ନାହାନ୍ତି । ଏହି ସ୍ଥିତି ପୂର୍ବରୁ ଥିଲା ଏବଂ ଏବେ ବି ଜାରି ରହିଛି । ଅର୍ଥାତ ଧର୍ମେନ୍ଦ୍ରଙ୍କୁ ନେଇ ସେମାନଙ୍କ ଆଭିମୁଖ୍ୟ ବଦଳି ନାହିଁ । ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ପାଖରେ କ୍ଷମତା ସୁଯୋଗ ଥିଲେ ବି ସେ ହାତଛଡ଼ା କରିଛନ୍ତି । ସମସ୍ତଙ୍କୁ ଏକାଠି କରି ଚାଲିବାରେ ସଫଳ ହୋଇନାହାନ୍ତି ।

ଦଳ ଭିତରେ ଧର୍ମେନ୍ଦ୍ରଙ୍କୁ ଖାଲି ବିରୋଧ ହେଉନାହିଁ । ତାଙ୍କ ନେତୃତ୍ୱ ରହିଲେ ଦଳ ଛାଡ଼ିବା ପାଇଁ ମଧ୍ୟ ଅନେକ ନେତା ସଜବାଜ ହେଲେଣି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହିତ ଗିରିଧାରୀ ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ, ଜୟରାମ ପାଙ୍ଗୀଙ୍କ ଭେଟଘାଟ ଏହାର ଏକ ସଙ୍କେତ ବୋଲି କୁହାଯାଉଛି । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଡର୍ଜନରୁ ଅଧିକ ବଡ଼ ନେତା ବିଜେଡି ସହ ଯୋଗସୂତ୍ରରେ ରହିଥିବା ମଧ୍ୟ ସୂଚନା ମିଳିଛି ।

ଦଳରେ ଏଭଳି ସଙ୍କଟର ଆଭାସ ପାଇଥିବା ହାଇକମାଣ୍ଡ ମଧ୍ୟ ଧର୍ମେନ୍ଦ୍ରଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଦଳର ସବୁ ବର୍ଗରେ ତାଙ୍କର ଗ୍ରହଣୀୟତା ନଥିବାରୁ ସେମାନେ ବିକଳ୍ପ ସନ୍ଧାନ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ସାଙ୍ଗଠନିକ ଦକ୍ଷତା ସାଙ୍ଗକୁ ସମସ୍ତଙ୍କୁ ଏକାଠି ନେଇ ଚାଲିପାରୁଥିବା ଏବଂ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉଥିବା ସେଭଳି ନେତା କିଏ ତାହା ଖୋଜିବା ହାଇକମାଣ୍ଡଙ୍କ ପାଇଁ କଠିନ ହେବ ବୋଲି କୁହାଯାଉଛି । ହାଇକମାଣ୍ଡଙ୍କ ନିଷ୍ପତ୍ତି କ’ଣ ହେବ ତାହା ସମସ୍ତଙ୍କର ଉକ୍ରଣ୍ଠା ବଢ଼ାଇଛି ।

ଅନ୍ୟପକ୍ଷରେ ହାଇକମାଣ୍ଡଙ୍କ ଭିନ୍ନ ନିଷ୍ପତ୍ତି କୁ ଧର୍ମେନ୍ଦ୍ର କିଭଳି ଗ୍ରହଣ କରିବେ ତାହା ମଧ୍ୟ ଦେଖିବାର କଥା । କାରଣ, ଏହା ସତ ଯେ ଓଡ଼ିଶାରେ ବିଜେପି ପାଇଁ ଏକ ମାହୋଲ ସୃଷ୍ଟି କରିବାରେ ଧର୍ମେନ୍ଦ୍ରଙ୍କର ଯଥେଷ୍ଟ ଅବଦାନ ରହିଛି । କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ପଦରେ ରହି ସେ ଓଡ଼ିଶାରେ ନିଜର ଶକ୍ତି ଓ ସାମର୍ଥ୍ୟ ଖଟାଇଛନ୍ତି । ମାତ୍ର ବିଭିନ୍ନ ଦୋଷ ଦୁର୍ବଳତା ପାଇଁ ଦଳୀୟ ନେତା ଓ କର୍ମୀଙ୍କର ସେ ବିଶ୍ୱାସଭାଜନ ହୋଇପାରିନାହାନ୍ତି । ଏସବୁ ଭିତରେ ଆଗାମୀ ନିର୍ବାଚନ ଲଢ଼ି ନିଜେ ଜିତିବା ଧର୍ମେନ୍ଦ୍ରଙ୍କ ପାଇଁ ବଡ଼ ଚାଲେଂଜ ରହିଛି । କାରଣ ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ ଏଥିରେ ଜଡ଼ିତ ।

ବିଜେପି ରାଜନୀତିରେ ଏଭଳି ସଙ୍କଟ ବେଳେ ଆଜି ରାଜ୍ୟ ପଦାଧିକାରୀ ବୈଠକରେ ୨୦୨୪ ନିର୍ବାଚନ ପାଇଁ ମାନସ ମନ୍ଥନ ହୋଇଥିଲା । ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବା, ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୋଧରେ ଆନେ୍ଦାଳନ ଏବଂ ମୋଦୀ ସରକାରଙ୍କ ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ହୋଇଛି । ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀରେ ଏହା ଉପରେ ବିସ୍ତୃତ ଆଲୋଚନା ହୋଇ ଆଗାମୀ ଦିନର ରୋଡମ୍ୟାପ୍ ପ୍ରସ୍ତୁତ ହେବ ବୋଲି ସୂଚନା ଦିଆଯାଇଛି ।

କାର୍ଯ୍ୟକାରିଣୀରେ ପ୍ରଭାରୀ ସୁନୀଲ ବଂଶଲ, ଡି. ପୁରନ୍ଦେଶ୍ୱରୀ ଏବଂ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ଯୋଗଦେବେ ।

 

Previous Post

ବିଏସକେୱାଇ କେଳେଙ୍କାରୀ: ସରକାରୀ ବାବୁଙ୍କ ଉପରେ ନଜର

Next Post

ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’

Next Post
ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’

ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA