Wednesday, March 11, 2026 07:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜଧାନୀରେ ଧାମନଗର ଉପନିର୍ବାଚନ ତାତି

ଶିଶୁଭବନ ଛକରେ ପୁଲିସ-ବିଜେପି କର୍ମୀ ମୁହାଁମୁହିଁ

by Our Correspondent
31 Oct, 2022- 03:55 PM
in Latest News, News, Politics
1 min read
0
ରାଜଧାନୀରେ ଧାମନଗର ଉପନିର୍ବାଚନ ତାତି

– ଅର୍ଚ୍ଚନା କେଳେଙ୍କାରୀ/ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେପିର ଆନ୍ଦୋଳନ

– ନିର୍ବାଚନ ବେଳେ ବିଜେପି ଏମିତି ନାଟକ କରେ: ବିଜେଡି

ଭୁବନେଶ୍ୱର: ଧାମନଗରରେ ଉପନିର୍ବାଚନ ମାହୋଲ ସରଗରମ ଥିଲା ବେଳେ ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ତାତି ଦେଖିବାକୁ ମିଳିଛି । ଅର୍ଚ୍ଚନା ନାଗ କେଳେଙ୍କାରୀ ଏବଂ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ଅଭିଯୋଗ ପ୍ରସଙ୍ଗକୁ ଧରି ବିଜେପି ଏଠି ହାଙ୍ଗାମା କରିଛି । ଶାସକ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଶିଶୁଭବନ ଛକରେ ପୁଲିସ ସହ ମୁହାଁମୁହିଁ ହୋଇଥିଲା । ପ୍ରବଳ ଧସ୍ତାଧସ୍ତି ମଧ୍ୟରେ ଆନ୍ଦୋଳନକାରୀମାନଙ୍କୁ ଆଗକୁ ବଢ଼ିବାକୁ ନ ଦେଇ ପୁଲିସ ସେଠାରୁ ଉଠାଇ ନେଇଥିଲା । ଆନ୍ଦୋଳନକାରୀଙ୍କୁ ନେଇ ଯାଉଥିବା ଏକ ପୁଲିସ ଭ୍ୟାନ୍ କୁ କିଛି ଉତ୍ତ୍ୟକ୍ତ କର୍ମୀ ରାଜମହଲ ଛକରେ ଭଙ୍ଗାରୁଜା କରିଥିଲେ । ଏଥିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି ।

ଆଜି ଦିନ ୧୨ଟା ବେଳେ ବିଜେପି ଅଫିସ୍ ରୁ ଏକ ବିଶାଳ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ବାହାରିଥିଲା । ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ୍ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ । ସେମାନେ ଘଣ୍ଟ ବାଢ଼େଇ ବାଢ଼େଇ ଆଗରେ ଚାଲୁଥିବା ବେଳେ ପଛରେ କର୍ମୀମାନେ ସରକାର ବିରୋଧୀ ନାରା ଦେଉଥିଲେ । ‘ଓଡ଼ିଶା ଶାସନ ରଙ୍ଗମହଲରେ’ ଲେଖାଥିବା ଏକ ବିରାଟ ବ୍ୟାନର ସେମାନେ ଧରିିଥିଲେ । ସେଥିରେ ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁଙ୍କ ଫଟୋ ସାଙ୍ଗରେ ମନ୍ତ୍ରୀ ସମୀର ଦାଶ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ରଙ୍କର କାର୍ଟୁନ୍ ଫଟୋ ଲାଗିଥିଲା ।

ଏହି ପଟୁଆରରେ ଡିଜେ ବାଜୁଥିଲା । ଡିଜେ ସାଉଣ୍ଡରେ ରାସ୍ତାଘାଟ ଫାଟୁଥିଲା । ଡ୍ରମ ତାଳେ ତାଳେ କିଛି ମହିଳା କର୍ମୀ ଏବଂ କିନ୍ନର ନାଚୁଥିଲେ । କର୍ମୀମାନେ ଢ଼ୋଲ, ଝାଞ୍ଜ ବାଡୋଉଥିଲେ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜାଗ୍ରତ କରାଇବାକୁ ଘଣ୍ଟ, ଢ଼ୋଲ, ଝାଞ୍ଜ ବାଡୋଉଛୁ ବୋଲି ସମ୍ବିତ୍ ପାତ୍ର ଟିଭି କ୍ୟାମେରା ଆଗରେ ଘଣ୍ଟ ପିଟି ପିଟି କହୁଥିଲେ ।

ଶୋଭାଯାତ୍ରା ଆଗକୁ ମାଡ଼ି ଆସୁଥିଲା ବେଳେ ଶିଶୁଭବନଠାରେ ସେମାନଙ୍କୁ ଅଟକାଇବା ପାଇଁ ଆଗରୁ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଇଥିଲା । ୫ ପ୍ଲାଟୁନ୍ ରୁ ଅଧିକ ପୁଲିସ ଏବଂ ଅଧିକାରୀମାନେ ସେଠାରେ ମୁତୟନ ଥିଲେ । ଆନ୍ଦୋଳନକାରୀମାନେ ସେଠି ପହଞ୍ଚିଲା ମାତ୍ରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ମଧ୍ୟ ବଳ ଲଗାଇଥିଲେ । ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଥିଲେ ।

ଫଳରେ ପୁଲିସ ସହ ବିଜେପି କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା । କିଛି କର୍ମୀ ରାସ୍ତା ଉପରେ ଶୋଇଯାଇଥିଲା ବେଳେ ମହିଳା କର୍ମୀମାନେ ଧାରଣାରେ ବସିଥିଲେ । ତେବେ ପୁଲିସ ସେମାନଙ୍କୁ ହଟାଇବା ଉଦ୍ୟମରେ ବିଫଳ ହେବା ପରେ ଜଣ ଜଣ କରି ଭ୍ୟାନ୍ ଭିତରକୁ ଟେକି ନେଇଥିଲେ । ଆନ୍ଦୋଳନରେ ସାମିଲ ହୋଇଥିବା କିଛି କିନ୍ନର ପୁଲିସକୁ କିନ୍ତୁ ପାଣି ପିଆଇ ଦେଇଥିଲେ ।
ଆନ୍ଦୋଳନକାରୀଙ୍କୁ ଧରି ଫେରୁଥିବା ଗୋଟିଏ ପୁଲିସ ଭ୍ୟାନ୍ କୁ ଆଉ କିଛି ଆନ୍ଦୋଳନକାରୀ ରାଜମହଲ ଛକରେ ଅଟକାଇ ଟେକାମାଡ଼ କରିଥିବା ଅଭିଯୋଗ ହୋଇଛି । ସେଥିରେ ଜଣେ ପୁଲିସ ଏସଆଇ ଆହତ ହୋଇଛନ୍ତି ।

ବିଜେପିର ଏହି ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ମୁଖ୍ୟ ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି କେବେ ବି ମୁହଁ ଖୋଲିନାହାନ୍ତି । ଯେତେବେଳେ ନିର୍ବାଚନ ଥାଏ, ନିଜସ୍ୱ ସ୍ୱାର୍ଥ ଥାଏ ସେତେବେଳେ ହିଁ ଏହି ଦଳ ପ୍ରସଙ୍ଗକୁ ନେଇ ଆଗକୁ ଆସନ୍ତି । ଧାମନଗର ଉପନିର୍ବାଚନରେ ନିଶ୍ଚିତ ପରାଜୟ ଜାଣି ସେମାନେ ଏଭଳି ନାଟକବାଜି ଚଳାଇଥିବା ବିଜେଡି ମୁଖପାତ୍ର କହିଛନ୍ତି ।

Previous Post

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

Next Post

ଧାମନଗର ବିକାଶ ମୁଁ ନିଜେ ଦେଖିବି: ମୁଖ୍ୟମନ୍ତ୍ରୀ

Next Post
ଧାମନଗର ବିକାଶ ମୁଁ ନିଜେ ଦେଖିବି: ମୁଖ୍ୟମନ୍ତ୍ରୀ

ଧାମନଗର ବିକାଶ ମୁଁ ନିଜେ ଦେଖିବି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA