Thursday, January 15, 2026 10:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଅରାଜକତା: ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ

ରାଜନଗରରେ ଶାସକଦଳର ଗୁଣ୍ଡାଗିରି

by Our Correspondent
03 Jan, 2026- 12:26 PM
in Crime, Latest News, News
1 min read
0
ଅରାଜକତା: ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଶାସକ ଦଳର କର୍ମୀଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି । ପରାଜିତ ବିଧାୟକ ପ୍ରାର୍ଥୀ ଲଳିତ ବେହେରାଙ୍କ ନେତୃତ୍ୱରେ ୪୦ରୁ ଅଧିକ କର୍ମୀ ବିଡିଓଙ୍କ କାର୍ଯ୍ୟାଳୟରେ ପଶି ମହିଳା ବିଡିଓଙ୍କୁ ଆକ୍ରମଣ କରିଛନ୍ତି । ନିଜେ ପରାଜିତ ପ୍ରାର୍ଥୀ ବିଡିଓଙ୍କ ଟେବୁଲରୁ କମ୍ପ୍ୟୁଟର ଉଠାଇ ବିଡିଓଙ୍କ ଉପରକୁ ଫିଙ୍ଗିଥିଲେ । ସୌଭାଗ୍ୟବଶତଃ ବିଡିଓ ବର୍ତ୍ତି ଯାଇଛନ୍ତି । ସରକାରୀ ଅଫିସ୍ ରେ ବସି କାର୍ଯ୍ୟ କରୁଥିବା ଜଣେ ମହିଳା ବିଡିଓଙ୍କ ପ୍ରତି ଶାସକ ଦଳ ନେତାଙ୍କର ଏଭଳି କାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି ।

ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ପ୍ରାୟ ୧୨ଟା ସମୟରେ ବିଜେପି ନେତା ଲଳିତ ବେହେରାଙ୍କ ନେତୃତ୍ୱରେ ୪୦ରୁ ଅଧିକ କର୍ମୀ ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ କାର୍ଯ୍ୟାଳୟରେ ପଶିଥିଲେ । ହୋ ହଲ୍ଲା କରି ବିଡିଓଙ୍କୁ ଘେରିଯାଇଥିଲେ । ସେମାନଙ୍କ କଥାରେ କାହିଁକି କାମ ହେଉନାହିଁ ତାହାର ଜବାବ ମାଗିଥିଲେ । ଶାସକଦଳ କର୍ମୀଙ୍କ ଉଗ୍ର ରୂପରେ ବିଡିଓ ଭୟଭୀତ ହୋଇଥିଲେ ମଧ୍ୟ ସାହାସର ସହିତ ସାମନା କରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ କାମ ହେବ ବୋଲି ସେମାନଙ୍କୁ ବୁଝାଇଥିଲେ । ମାତ୍ର ବିଜେପି କର୍ମୀମାନେ ତାହା ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ଅଲବତ୍ ଆମ କଥାରେ କାମ ହେବ କହି ବିଡିଓଙ୍କ ଉପରକୁ ମାଡି ଆସିଥିଲେ । ସେମାନଙ୍କ ନେତୃତ୍ୱ ନେଉଥିବା ଲଳିତ ବେହେରା ବିଡିଓଙ୍କ ଟେବୁଲ୍ ରୁ କମ୍ପ୍ୟୁଟର୍ ଉଠାଇ ବିଡିଓଙ୍କୁ ଲକ୍ଷ୍ୟ କରି ଫିଙ୍ଗି ଦେଇଥିଲେ । ସୌଭାଗ୍ୟକୁ କିଛି କର୍ମୀ ଆଗକୁ ଆସିଯିବାରୁ ବିଡିଓ ବର୍ତ୍ତିଯାଇଥିଲେ । ସେମାନଙ୍କ କଥାରେ କାମ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇ ଚାଲି ଆସିଥିଲେ ବିଜେପି ଗୁଣ୍ଡାବାହିନୀ ।

ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତାଙ୍କ ଉପରେ ହୋଇଥିବା ଆକ୍ରମଣ ସଂକ୍ରାନ୍ତରେ ବିଡିଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ୨୦୨୫ ଜୁନ୍ ମାସରେ ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକମାନେ ମାଡ଼ ମାରିଥିବା ଘଟଣାକୁ ମନେ ଏହା ମନେ ପକାଇଦେଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଓଏଏସ୍ ସଂଘର ଆନ୍ଦୋଳନ ଯୋଗୁଁ ସରକାରଙ୍କୁ ନଇଁବାକୁ ପଡ଼ିଥିଲା । ଭୁବନେଶ୍ୱର(ମଧ୍ୟ) ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମେତ ୩ ଅଭିଯୁକ୍ତଙ୍କ ଗିରଫ ପରେ ଯାଇ ଆନ୍ଦୋଳନ ହଟିଥିଲା ।

ଆଜି ଶଙ୍ଖଭବନରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜନଗର ଘଟଣାର ଦୃଢ଼ ନିନ୍ଦା କରାଯାଇଛି । ବିଜେପି ସରକାର ରାଜ୍ୟରେ ଶାସନଭାର ଗ୍ରହଣ କରିବା ପରଠୁ ଆଇନଶୃଙ୍ଖଳା ବ୍ୟବସ୍ଥା ନିମ୍ନଗାମୀ ହେଉଛି ବୋଲି କୁହାଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେଲିନ୍ ମହାନ୍ତି ଦାବି କରିଛନ୍ତି ।

ସେପଟେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି କର୍ମୀ । ଶତାଧିକ କର୍ମୀ ରାଜନଗର ହଂସୁଆ ସେତୁ ଉପରେ ରାସ୍ତାରୋକ ଆନେ୍ଦାଳନ କରିଛନ୍ତି । ଫଳରେ ଯାନବାହାନ ଚଳାଚଳରେ ବ୍ୟାଘତ ସୃଷ୍ଟି ହୋଇଛି । ଶହ ଶହ ଗାଡ଼ି ମଟର ଅଟକି ରହିଛି ।

ମହାକାଳପଡ଼ାର ବିଜେପି ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Previous Post

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା

Next Post

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ବଢ଼ିଲା ପଦବୀ

Next Post
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ବଢ଼ିଲା ପଦବୀ

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ବଢ଼ିଲା ପଦବୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA