ଭୁବନେଶ୍ୱର: ସମାଜସେବାକୁ ଉଦ୍ଦିଷ୍ଟ କରି “ରକ୍ତଦାନ” ଯୋଜନା ଅନ୍ତର୍ଗତ, ଜୟ ଓଡ଼ିଶାର ୧୭ତମ ରକ୍ତଦାନ ଶିବିର ବିଶ୍ୱ ଭାଇଚାରା ଦିବସରେ ଭୁବନେଶ୍ୱରର ରବି ଟକିଜ୍ ସ୍ଥିତ ବ୍ରହ୍ମକୁମାରୀ ଆଶ୍ରମରେ ଆୟୋଜିତ ହୋଇଯାଇଛି।
ଏହି ଶିବିରରେ ବ୍ରହ୍ମକୁମାରୀ ଭଉଣୀମାନେ ଓ ଭାଇମାନେ ସକ୍ରିୟ ଭାବେ ଯୋଗଦେଇଥିଲେ ଓ ନିଜେ ମଧ୍ୟ ରକ୍ତଦାନ କରିଥିଲେ। ସମାଜର ପ୍ରୟୋଜନୀୟତାକୁ ନଜରରେ ରଖି ସେମାନଙ୍କର ଏହି ପଦକ୍ଷେପ ସମସ୍ତଙ୍କୁ ପ୍ରେରଣା ଦେବ।
ଏହି ଅବସରରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇ, ଏପରି ଉତ୍କୃଷ୍ଟ କାର୍ଯ୍ୟକ୍ରମ ଏକ ପବିତ୍ର ସ୍ଥାନରେ ଆୟୋଜନ କରାଯାଇଥିବାକୁ ଏହାକୁ ଖୁବ୍ ସ୍ୱାଗତ କରିଥିଲେ।
ଭୁବନେଶ୍ୱରର ଅନେକ ସ୍ଥାନରେ ଆହୁରି ବ୍ରହ୍ମ କୁମାରୀ ଆଶ୍ରମ ମାନ ରହିଛି। ଏଣୁ ଆଗାମୀ ଦିନରେ ସେମାନଙ୍କୁ ଯୋଗାଯୋଗ କରି ଆହୁରି ଅଧିକ ରକ୍ତଦାନ ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖିଥିବାର ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି। ଏହାଛଡା ପବିତ୍ର ଗଣେଶ ପୂଜା ଉପଲକ୍ଷେ କ୍ଲବ କିମ୍ବା ଆସୋସିଏସନ ମାନ, ପୂଜା ସଙ୍ଗେ ସଙ୍ଗେ କିଛି ସମାଜସେବା ମୂଳକ କାର୍ଯ୍ୟ କରନ୍ତୁ ବୋଲି ଉଦବୋଧନ ଦେବା ସହ ଏପରି ରକ୍ତଦାନ ଶିବିର ଆୟୋଜନ କରିବାକୁ ଚାହୁଁଥିଲେ ଜୟ ଓଡ଼ିଶାର ନମ୍ବର 9853220023 ରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି।