Tuesday, February 17, 2026 10:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋଆରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କର୍ମଶାଳା

by Our Correspondent
17 Feb, 2026- 07:48 PM
in Latest News, News
1 min read
0
ସୋଆରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କର୍ମଶାଳା

ଭୁବନେଶ୍ୱର: ବିଜ୍ଞାନ, ବୈଷୟିକ ଜ୍ଞାନ କୌଶଳ, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍) କ୍ଷେତ୍ରରେ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ବି୍ରଟିଶ ହାଇକମିଶନ, ନୂଆଦିଲ୍ଲୀ ଓ ସେଭେନିଂ ଆଲୁମନି ପ୍ରୋଜେକ୍ଟ ଫଣ୍ଡ, ଭୁବନେଶ୍ୱର ସଂସ୍କରଣ ଓ ଅକ୍ସଫୋର୍ଡ ୟୁନିଭର୍ସିଟି, ୟୁକେର ପ୍ରତିନିଧିମାନଙ୍କ ମିଳିତ ସହଭାଗିତାରେ ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଏହି ଏକ ଦିବସୀୟ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ସହରର ମହିଳା, ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ଷ୍ଟେମ୍ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନେଇ କାର୍ଯ୍ୟ କରିବା ଦିଗରେ ଲକ୍ଷ୍ୟ ରଖାଯାଇଥିଲା । ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରୁ ପ୍ରାୟ ୫୦୦ ଜଣ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୩୦ଜଣ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ ଯେଉଁମାନେ କି ସେମାନଙ୍କର ଶିକ୍ଷାଗତ ଯାତ୍ରା, କ୍ୟାରିୟର ଏବଂ ଷ୍ଟେମ୍ କ୍ଷେତ୍ରରେ ନିଜର ଅନୁଭୂତି ବଖାଣିଥିଲେ ।

କର୍ମଶାଳାର ବିଭିନ୍ନ ପର୍ଯ୍ୟାୟରେ ଗ୍ରୀନ୍ ଏନର୍ଜି ଓ କ୍ଲିନ୍ ଟେକ୍ନୋଲଜି, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ଷ୍ଟାର୍ଟ ଅପ୍ସ ଓ ଉଦ୍ୟୋଗୀକରଣ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା, ବର୍ଯ୍ୟବସ୍ତୁ ପରିଚାଳନା, ସରକାରୀ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ରର ବିଶେଷଜ୍ଞମାନେ ମତ ରଖିଥିଲେ ।

ଏହି ଅବସରରେ ବ୍ରିଟିଶ ଡେପୁଟି ହାଇକମିଶନର, ଇଷ୍ଟ ଆଣ୍ଡ ନର୍ଥଇଷ୍ଟ ଡକ୍ଟର ଆଣ୍ଡୁ୍ର୍ୟ ଫ୍ଲେମିଙ୍ଗ୍ ଯୋଗ ଦେଇ କହିଥିଲେ ଯେ ୟୁକେ –ଇଣ୍ଡିଆ ଭିଜନ୍ ୨୦୩୫କୁ ଲକ୍ଷ୍ୟରେ ରଖି ଦୁଇ ଦେଶ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ବି୍ରଟିଶ କାଉନ୍ସିଲ ପକ୍ଷରୁ ଷ୍ଟେମ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ୨୦୨୬-୨୭ ଶିକ୍ଷା ବର୍ଷରେ ପୂର୍ଣ୍ଣମାତ୍ରାର ବାର୍ଷିକ ବୃତି ପ୍ରଦାନ କରାଯିବାର ଯୋଜନା ଆରମ୍ଭ କରାଯାଇଥିବା ସେ କହିଥିଲେ । ୨୫ଟି ବୃତି ଦକ୍ଷିଣ ଏସିଆରେ କାର୍ଯ୍ୟରତ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୟୁକେର ୫ଟି ବିଶ୍ୱବିଦ୍ୟାଳୟ ସହିତ ଏହାକୁ ଯୋଡ଼ାଯାଇଛି । ସେହିପରି ଏହି କାର୍ଯ୍ୟକ୍ରମ ଅଧିନରେ ୪୩ଟି ୟୁକେର ବିଶ୍ୱବିଦ୍ୟାଳୟ ଦ୍ୱାରା ୫୦୦ ଜଣ ମହିଳାଙ୍କୁ ବୃତି ପ୍ରଦାନ କରିବାର ପ୍ରସ୍ତାବ ରଖାଯାଇଛି ।

ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ହେଉଛି ମହିଳାମାନଙ୍କୁ ସୁଯୋଗ ଦେବା ସହ ବିଜ୍ଞାନ ଓ ଉଦ୍ଭାବନ କ୍ଷେତ୍ରରେ ମହିଳାମାନଙ୍କ ନେତୃତ୍ୱକୁ ଗୁରୁତ୍ୱ ଦେବା ।

କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ବ୍ରଟିଶ ହାଇ କମିଶନର ପଲିଟିକାଲ୍ ଓ ବାଇଲାଟେରାଲ ଆଫେୟାର୍ସର ମୁଖ୍ୟ ମିସ୍ ନାତାଲିଆ ଲେଇ, ସେଭେନିଂ ସ୍କଲାରସିପସ ଇଣ୍ଡିଆର ମୁଖ୍ୟ ଶ୍ରୀମତି ସୁପି୍ରୟା ଚାୱଲା ଏବଂ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ପ୍ରଫେସର ନନ୍ଦ ନିଜ ବକ୍ତବ୍ୟରେ କହିଥିଲେ ଯେ ପରିବର୍ତିତ ବିଶ୍ୱରେ ଏଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମଙ୍ଗଳଯାନ ପ୍ରକଳ୍ପରେ ଅଧିକ ମହିଳା ନେତୃତ୍ୱ ଦେଇଥିବା ବେଳେ ମହିଳାମାନେ ବର୍ତମାନ ଅଧିକରୁ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛନ୍ତି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ୱିନର୍ସ ଫୋରମ୍ର ପ୍ରତିଷ୍ଠାତା ଓ ପରିଚାଳନା ନିଦେ୍ର୍ଦଶିକା ଶ୍ରୀମତି ମନୀଷା ଆଚର୍ଯ୍ୟ, ଅନ୍ଚିନ ଫାଉଣ୍ଡେସନ୍ର ନିଦେ୍ର୍ଦଶିକା ଶ୍ରୀମତି ସଂଯୁକ୍ତ ବଢ଼ାଇ, ଏମ୍ସ ନୂଆଦିଲ୍ଲୀର ବରିଷ୍ଠ ବୈଜ୍ଞାନିକ ଡକ୍ଟର କମଲ ଗୁଲାଟି, ଏମ୍ସ କଲ୍ୟାଣୀର ଡକ୍ଟର ସାୟନ୍ତନ ବାନାର୍ଜୀ, ମାଇକ୍ରୋସଫ୍ଟ ପାର୍ଟନର ଇଞ୍ଜିନିୟରିଂ ମ୍ୟାନେଜର ଶ୍ରୀମତି ସନ୍ଧ୍ୟା ଗୁନ୍ଟୁରେଡି, ସିଏସଆଇଆର-ଏମଏମ୍ଟି ଭୁବନେଶ୍ୱରର ଶ୍ରୀ ଅବ୍ଦୁଲ ରାଉଫ୍ ଶେଖ, ଆଇଆଇଏସ୍ସି – ମାଂଚେଷ୍ଟରର ଜଏଂଟ ପିଏଚ୍ଡି ସ୍କଲାର ଶ୍ରୀ ଅମୀୟ ସୁର, କନ୍ଜରଭେସନ୍ କୋର ସୋସାଇଟିର ପ୍ରତିଷ୍ଠାତା ଓ ସିଇଓ ଶ୍ରୀମତି ମିତୁ ଗୁପ୍ତା ଏବଂ ସନ୍ମତର ପ୍ରତିଷ୍ଠାତା ଅମିତ ଚୋ÷ବେ ବିଭିନ୍ନ ପର୍ଯ୍ୟାୟରେ ବକ୍ତବ୍ୟ ରଖିଥିଲେ ।

ଏହି ପରିପ୍ରେକ୍ଷୀରେ ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡର ରିଚାର୍ଡ ବ୍ରାୟାଂଟ, ରୋରି କାର୍ନେଗି, ମିରାଣ୍ଡା କ୍ରେସ୍ୱେଲ ଏବଂ ରୋମି ବ୍ରାୟାଂଟ ଭବିଷ୍ୟତର ନେତୃତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମଟି ପୂର୍ବରୁ କୋଚି, ଏକ୍ସଏଲ୍ଆରଆଇ ଝାଝର (ହରିୟାଣା) ଏବଂ ୟୁପିଇଏସ୍ ଡେରାଡୁନ୍ରେ ଆୟୋଜିତ ହୋଇସାରିଥିବା ବେଳେ ୨୦୨୫ରେ ପ୍ରାୟ ୬୦ ପ୍ରତିଶତ ସେଭେନିଂ ସ୍କଲାର୍ସିପ୍ ନନ୍ ମେଟ୍ରୋପଲିଟାନ୍ ଅଂଚଳର ମହିଳାମାନଙ୍କୁ ପ୍ରଦାନ କରାଯାଇଛି । ଡକ୍ଟର ଫ୍ଲେମିଂ ଏବଂ ନାତାଲିଆ ସୋଆ ଅଟଳ ଇନ୍କୁ୍ୟବେସନ୍ ସେଂଟରକୁ ମଧ୍ୟ ବୁଲି ଦେଖିଥିଲେ ।

Previous Post

ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

Next Post

କ’ଣ କରିବେ ଅରବିନ୍ଦଙ୍କ ସମର୍ଥକ?

Next Post
କ’ଣ କରିବେ ଅରବିନ୍ଦଙ୍କ ସମର୍ଥକ?

କ'ଣ କରିବେ ଅରବିନ୍ଦଙ୍କ ସମର୍ଥକ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA