Thursday, February 5, 2026 09:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

by Our Correspondent
31 Jan, 2026- 11:53 PM
in Latest News, News
1 min read
0
୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ସେଥିମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶିଳ୍ପ, ଜଳ ସମ୍ପଦ, ଶ୍ରମ, ବିଜ୍ଞାନ ଓ କାରିଗରୀ, ଆଇନ, ସମବାୟ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି, ସଂସଦୀୟ ବ୍ୟାପାର ବିଭାଗରୁ ଗୋଟିଏ ଲେଖାଏଁ ଏବଂ ସାଧାରଣ ପ୍ରଶାସନ ବିଭାଗର ଦୁଇଟି ପ୍ରସ୍ତାବ ରହିଛି ।

ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରରୁ ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବେ । ଏହି ଦୁଇଟି ରୁଟ୍ ପାଇଁ ୬ ମାସ ପର୍ଯ୍ୟନ୍ତ ଭିଜିଏଫ୍ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ୨୬.୮୭ କୋଟି ଟଙ୍କା ପ୍ରସ୍ତାବିତ ହୋଇଛି । ତେବେ ଭୁବନେଶ୍ୱର-ବ୍ୟାଙ୍କଙ୍ଗ ଏବଂ ଭୁବନେଶ୍ୱର-ଆବୁଧାବି ରୁଟ୍ ପାଇଁ ଭିଜିଏଫ୍ ସହାୟତା ପ୍ରତ୍ୟାହୃତ ହୋଇଛି । ସେହିଭଳି ରାଜ୍ୟ ସମବାୟ ନୀତି-୨୦୨୬କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ସମବାୟ ଭିତ୍ତିଭୂମି ସୁଦୃଢ଼ୀକରଣ, ସମବାୟ ସକ୍ରିୟତାକୁ ପ୍ରୋତ୍ସାହନ, ସମବାୟ ସମିତିଗୁଡ଼ିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ତଥା ସମବାୟ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ଏକ ପ୍ରସ୍ତାବରେ ଓଡ଼ିଶାରେ କଲ୍ୟାଣୀ ଗ୍ରୁପ୍ ଦ୍ୱାରା ଆଉ ଏକ ସମନ୍ୱିତ ଅଟୋମୋଟିଭ୍, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉପକରଣ ଉତ୍ପାଦନ କପ୍ଲେକ୍ସ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପ ଦ୍ୱାରା ୪୮୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ୫୫୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା ରଖାଯାଇଛି ।

ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ,୨୦୨୨ ଏବଂ ଓଡ଼ିଶା ସୁପରିଅର ଜୁଡିସିଆଲ୍ ସର୍ଭିସ୍ ଏବଂ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ରୁଲସ୍,୨୦୦୭ର ସଂଶୋଧନ କରାଯାଇଛି । ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ନର୍ସିଂ ସେବା(ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, ୨୦୨୫, ‘ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ’ ନିୟମାବଳୀ ଏବଂ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁର ପ୍ରଦାନ କରିଛନ୍ତି । ଆଗାମୀ ଫେବ୍ରୁଆରି ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ରେ ଅନୁମୋଦନ ମିଳିଛି ।

Previous Post

ରାକେଶ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

Next Post

କିଟ୍‍ ରେ ବିଶାଳ ରକ୍ତଦାନ ଶିବିର

Next Post
କିଟ୍‍ ରେ ବିଶାଳ ରକ୍ତଦାନ ଶିବିର

କିଟ୍‍ ରେ ବିଶାଳ ରକ୍ତଦାନ ଶିବିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19156 shares
    Share 7662 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16595 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5812 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA