Wednesday, February 25, 2026 08:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟଙ୍କାଗଦା: ଟପ୍ କଲେ ଦେବ ମହାନ୍ତି

୪.୨୭ କୋଟି ରଖି ରେକର୍ଡ

by Samar Pradhan
25 Feb, 2026- 08:40 PM
in Latest News, News
1 min read
0
ଟଙ୍କାଗଦା: ଟପ୍ କଲେ ଦେବ ମହାନ୍ତି

ଭୁବନେଶ୍ୱର: ଏ ବାବୁ ଜଣେ ଅଭ୍ୟାସଗତ ଲାଞ୍ଚୁଆ । ଚାକିରି ଜୀବନ ଆରମ୍ଭରୁ ଉପୁରି ମାଲ୍ କମେଇବାରେ ତାଙ୍କର ପ୍ରବଳ ଆସକ୍ତି ଅଛି । ଏଥିପାଇଁ ପୂର୍ବରୁ ଭିଜିଲାନସ୍ କେସ୍ ଖାଇଛନ୍ତି । ବାରିପଦାରେ ଥିବା ବେଳେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଯାହା କୋର୍ଟରେ ଏବେ ବିଚାରାଧୀନ ଅଛି । କେସ୍ ର ଫଇସଲା ହୋଇ ନ ଥିବାରୁ ସେ ଦୋଷମୁକ୍ତ ହୋଇନାହାନ୍ତି । ମାତ୍ର ଏହା ତାଙ୍କର ପଦୋନ୍ନତିରେ ବାଧକ ସାଜିନି । ପଦୋନ୍ନତି ସହ ଇଚ୍ଛା ମୁତାବକ ପୋଷ୍ଟିଂ ମଧ୍ୟ ପାଇଛନ୍ତି । ଆମର ଦୁର୍ଭାଗ୍ୟ ଯେ ଆମେ ଏମିତି ବ୍ୟବସ୍ଥାରେ ବଞ୍ଚିଛେ । ରାଜକୋଷକୁ ଲୁଟୁଥିବା ଏଭଳି ବାବୁମାନଙ୍କୁ କ୍ଷମା ଦେଇ ଚାଲିଛେ ।

ଉପର ଫଟୋରେ ବ୍ୟକ୍ତିଜଣଙ୍କ ହେଉଛନ୍ତି ଦେବବ୍ରତ ମହାନ୍ତି । ଜଣେ ସରକାରୀ ବାବୁ । ଖଣି ବିଭାଗରେ ଚାକିରି କରନ୍ତି । ପଦବୀ ହେଉଛି ଡେପୁଟି ଡାଇରେକ୍ଟର ବା ଉପ ନିର୍ଦ୍ଦେଶକ । ତାଙ୍କ ଘରୁ ମିଳିଛି ୪ କୋଟି ୨୭ ଲକ୍ଷରୁ ଅଧିକ ଟଙ୍କା । ପୂରା ରେକର୍ଡ ସୃଷ୍ଟି କରିଛନ୍ତି ଏ ବାବୁ । ପୂର୍ବରୁ କାହା ଘରେ ଏତେ ପରିମାଣର ନଗଦ ଟଙ୍କା ଭିଜିଲାନସ୍ ଦେଖି ନ ଥିଲା । ଗତକାଲି ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ଘର ଓ ଅଫିସରେ ଚଢ଼ାଉ ବେଳେ ଏହି ନଗଦ ଟଙ୍କା ଠାବ ହୋଇଛି । ଆହୁରି କେତେ କ’ଣ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ଠାବ ହୋଇଛି । ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସେ ଜେଲ୍ ଯାଇଛନ୍ତି ।

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିବା ପରେ ଦେବ ମହାନ୍ତି ରହୁଥିବା ଭୁବନେଶ୍ୱର ଘର, କଟକସ୍ଥିତ ଅଫିସ ଘର, ଭଦ୍ରକ ମଠସାହିସ୍ଥିତ ପୈତୃକ ଘର ଏବଂ ଫୁଲବାଣୀ ଭଡ଼ା ଘରେ ଭିଜିଲାନସ୍ ର ଭିନ୍ନ ଭିନ୍ନ ଟିମ୍ ଗତ ରାତିରେ ଏକକାଳୀନ ଚଢ଼ଉ କରିଥିଲେ । ଭୁବନେଶ୍ୱର ପଟିଆ ଶ୍ରୀବିହାରସ୍ଥିତ ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟର ଫ୍ଲାଟ୍ ନଂ ୩୦୨ ଘରେ ଚଢ଼ଉ ବେଳେ ଟଙ୍କାର ଖଣି ଠାବ ହୋଇଥିଲା । ଏକାଧିକ ଟ୍ରଲି ବ୍ୟାଗ୍ ଓ ପଲିଥିନ୍ ବ୍ୟାଗ ରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ଥିଲା । ଗୋଟେ ଆଲମାରି ବି ୫୦୦ ଟଙ୍କିଆ ବିଡ଼ାରେ ଭର୍ତ୍ତି ହୋଇଥିଲା । ଶେଯ ଓ ତକିଆ ତଳେ ପାଞ୍ଚଶହ, ଦୁଇଶହ, ଶହେ ଟଙ୍କିଆ ବିଡ଼ା ରହିଥିଲା । ଛାନଭିନ୍ ବେଳେ ଟଙ୍କା ଗଦେଇ ହୋଇଯିବାରୁ ଘରେ ପାଦ ରଖିବାକୁ ବି ଜାଗା ହେଲାନି । ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଟଙ୍କା ଗଣା ମେସିନ୍ ଯୋଗେ ରାତି ତମାମ ଗଣତି ହୋଇଥିଲା । ଗଣତିରେ ହେଲା ୪ କୋଟି ୨୭ ଲକ୍ଷ ୧୩ ହଜାର ୬୦୦ ଟଙ୍କା ।

ପକେଟ୍ ଖର୍ଚ୍ଚ ପାଇଁ ବାବୁ ତାଙ୍କ ଅଫିସ ଡ୍ରୟାରରେ ୧ ଲକ୍ଷ ୨୦ ହଜାର ଟଙ୍କା ଖୁଚୁରା ପଇସା ରଖିଥିଲେ । ତାଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ଅଧକିଲୋ ସୁନା ଗହଣା, ୬୦୦ ଗ୍ରାମ ରୂପା ଗହଣା ମିଳିଛି । ୧୦ ରୁ ଅଧିକ ବ୍ୟାଙ୍କ ଖାତା ଜବତ ହୋଇଛି । ଭୁବନେଶ୍ୱର ପାହାଳରେ ୨୪୪୪ ବର୍ଗଫୁଟ ଜାଗାରେ ତାଙ୍କର ଏକ ଦୁଇ ମହଲା କୋଠା ଅଛି । ଖୋଳତାଡ଼ ଜାରି ରହିଥିବାରୁ ତାଙ୍କର ମୋଟ ସମ୍ପତ୍ତିର ଚୂଡ଼ାନ୍ତ ଆକଳନ ବାକି ଅଛି ।

ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଜୀବନ ଆରମ୍ଭ କରିଥିବା ଦେବବ୍ରତ ମହାନ୍ତି ୨୦ ବର୍ଷରେ କଳାଟଙ୍କାର ଖଣି କରିଦେଇଛନ୍ତି । ୨୦୦୪ ମସିହା ଅଗଷ୍ଟ ମାସରେ ବଲାଙ୍ଗୀର ମାଇନିଂ ଅଫିସ୍ ରେ ଜୁନିୟର ମାଇନିଂ ଅଫିସର ଭାବେ ତାଙ୍କର ଚାକିରି ଆରମ୍ଭ । ସେହି ସମାନ ପଦବୀରେ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ବାରିପଦାରେ ଥିଲେ । ଏହାପରେ ୨୦୦୯ରୁ ୨୦୧୧ ବ୍ରହ୍ମପୁର, ୨୦୧୧ରୁ ୨୦୧୪ କଟକ ଏବଂ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱର ମୁଖ୍ୟାଳୟରେ ଅବସ୍ଥାପିତ ଥିଲେ । ୨୦୧୮ରେ ଆସିଷ୍ଟାଣ୍ଟ ମାଇନିଂ ଅଫିସର(ଚିଫ୍ ସର୍ଭେୟର୍) ଭାବେ ପଦୋନ୍ନତି ପାଇ ସମ୍ବଲପୁରରେ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ତାଙ୍କର ଫୁଲବାଣୀ ଅଫିସକୁ ବଦଳି ହୋଇଥିଲା । ସେଠାରେ ତାଙ୍କୁ ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ଦାୟିତ୍ୱ ମଧ୍ୟ ମିଳିଥିଲା । ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିବା ପରେ ଗଲା ଜାନୁଆରୀ ୭ରେ ସେ କଟକ ମାଇନିଂ ସର୍କଲରେ ଡେପୁଟି ଡାଇରେକ୍ଟର ଭାବେ ଯୋଗଦେଇଥିଲେ । ଅଧୀନରେ କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଥିବାରୁ ତାଙ୍କର ରାଜ୍ ଚାଲିଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ବାବୁ ଜଣେ ଅଭ୍ୟାସଗତ ଲାଞ୍ଚୁଆ । ଚାକିରି ଜୀବନ ଆରମ୍ଭରୁ ଉପୁରି ମାଲ୍ କମେଇବାରେ ତାଙ୍କର ପ୍ରବଳ ଆସକ୍ତି ଅଛି । ଏଥିପାଇଁ ପୂର୍ବରୁ ଭିଜିଲାନସ୍ କେସ୍ ଖାଇଛନ୍ତି । ବାରିପଦାରେ ଥିବା ବେଳେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଯାହା କୋର୍ଟରେ ଏବେ ବିଚାରାଧୀନ ଅଛି । କେସ୍ ର ଫଇସଲା ହୋଇ ନ ଥିବାରୁ ସେ ଦୋଷମୁକ୍ତ ହୋଇନାହାନ୍ତି । ମାତ୍ର ଏହା ତାଙ୍କର ପଦୋନ୍ନତିରେ ବାଧକ ସାଜିନି । ପଦୋନ୍ନତି ସହ ଇଚ୍ଛା ମୁତାବକ ପୋଷ୍ଟିଂ ମଧ୍ୟ ପାଇଛନ୍ତି । ଆମର ଦୁର୍ଭାଗ୍ୟ ଯେ ଆମେ ଏମିତି ବ୍ୟବସ୍ଥାରେ ବଞ୍ଚିଛେ । ରାଜକୋଷକୁ ଲୁଟୁଥିବା ଏଭଳି ବାବୁମାନଙ୍କୁ କ୍ଷମା ଦେଇ ଚାଲିଛେ ।

ଭିଜିଲାନସ୍ ଇତିହାସରେ ଜବତ ଟଙ୍କା

ଭିଜିଲାନସ୍ ଇତିହାସରେ କୌଣସି ସରକାରୀ ଅଧିକାରୀଙ୍କ ଘରୁ ପୂର୍ବରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇ ନ ଥିଲା । ଖଣି ଉପନିର୍ଦ୍ଦେଶକ ଦେବ ମହାନ୍ତି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କ ପୂର୍ବରୁ ସର୍ବାଧିକ ଟଙ୍କା ରଖିଥିବା ୧୦ ଜଣ ଅଧିକାରୀଙ୍କ କ୍ରମାନ୍ୱୟ ତାଲିକା ଭିଜିଲାନସ୍ ପକ୍ଷରୁ ଜାରି କରାଯାଇଛି ।

(୦୭.୦୪.୨୦୨୨) ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ

(୨୨.୦୬.୨୦୨୩) ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ

(୩୦.୦୫.୨୦୨୫) ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍ ଇଞ୍ଜିନିୟର ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ୨ କୋଟି ୫୬ ଲକ୍ଷ ଜବତ

(୦୬.୦୨.୨୦୨୫) ମାଲକାନଗିରି ୱାଟରସେଡ୍ ଡିଡି ଏବଂ ପିଡି ଶାନ୍ତନୁ ମହାପାତ୍ରଙ୍କ ଘରୁ ୨ କୋଟି ୮ ଲକ୍ଷ ଜବତ

(୦୩.୦୩.୨୦୨୩) ଖଣି ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ୧ କୋଟି ୬୪ ଲକ୍ଷ ଜବତ

(୨୫.୦୭.୨୦୨୫) ଜୟପୁର ବନରେଞ୍ଜ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ୧ କୋଟି ୪୩ ଲକ୍ଷ ଜବତ

(୨୫.୦୩.୨୦୨୨) ମାଲକାନଗିରି ଆରଡବ୍ଲୁ ଡିଭିଜନର ଏସଇ ଆଶିଷ କୁମାର ଦାସଙ୍କ ଘରୁ ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ଜବତ

(୧୬.୦୨.୨୦୨୨) ଚାରିଛକ ସିଏଚସିର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ ଟଙ୍କା ଜବତ

(୨୦.୧୨.୨୦୨୨) ଇଡକଲ ଜଏଣ୍ଟ ମ୍ୟାନେଜର ଗୟା ସନ୍ତରାଙ୍କ ଘରୁ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଜବତ

(୨୪.୦୨.୨୦୧୬) ଆଠଗଡ଼ ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ୧ କୋଟି ୧ ଲକ୍ଷ ୭୦ ହଜାର ଟଙ୍କା ଜବତ

 

 

 

Continue Reading
Previous Post

ବଜେଟ୍‍ ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16598 shares
    Share 6639 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA