Wednesday, April 8, 2026 05:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୋପାଳପୁରରେ ସର୍ବବୃହତ୍ତ ଟାଟା ଟି ପ୍ୟାକେଜିଂ ୟୁନିଟ୍

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

by Our Correspondent
22 Jul, 2021- 09:11 PM
in Latest News, News
1 min read
0
ଗୋପାଳପୁରରେ ସର୍ବବୃହତ୍ତ ଟାଟା ଟି ପ୍ୟାକେଜିଂ ୟୁନିଟ୍

୧୦୦ କୋଟିର ପ୍ରକଳ୍ପ, ୯୦୦ ଲୋକଙ୍କୁ ଚାକିରି ସୁଯୋଗ

ଭୁବନେଶ୍ୱର: ଗୋପାଳପୁରରେ ଏକ ଟାଟା ଟି ପ୍ୟାକେଜିଂ ୟୁନିଟ୍ କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ୧୮ ମାସ ମଧ୍ୟରେ ସ୍ଥାପିତ ହୋଇଥିବା ଉକ୍ତ ପ୍ଲାଣ୍ଟରେ ଖର୍ଚ୍ଚ ହୋଇଛି ୧୦୦ କୋଟି ଟଙ୍କା । ଗଞ୍ଜାମ ଜିଲ୍ଲାରେ ୯୦୦ ରୁ ଅଧିକ ଯୁବକ/ଯୁବତୀଙ୍କ ପାଇଁ ଏହା ନିଯୁକ୍ତି ସୁଯୋଗ ଆଣିଦେଇଛି ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାର ନିର୍ମାଣ ହୋଇଛି । ବର୍ତ୍ତମାନ ପାଇଁ ଏହାର ଉତ୍ପାଦନ କ୍ଷମତା ୧୫ ମିଲିୟନ୍ କେଜି ରହିଛି । ତେବେ ଆଗାମୀ ଦିନରେ ଉତ୍ପାଦନ କ୍ଷମତା ୫୦ ମିଲିୟନ୍ କେଜି କୁ ବୃଦ୍ଧି ପାଇ ଟାଟାର ସର୍ବବୃହତ୍ତ ପ୍ଲାଣ୍ଟ ହେବାକୁ ଯାଉଛି । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଏବଂ କେନ୍ଦ୍ର ଭାରତକୁ ଏହି ପ୍ଲାଣ୍ଟରୁ ସାମଗ୍ରୀ ଯୋଗାଣ ହେବ ।

ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ଟାଟା ଗ୍ରୁପ୍ ର ପ୍ରମୁଖ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ସହଭାଗିତାରେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ଭଳି ସାମାଜିକ କ୍ଷେତ୍ର ବିକାଶରେ ଟାଟା ଅଗ୍ରଣୀ ଭୂମିକା ନେଇଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବା ସହ ମହାମାରୀ କୋଭିଡ୍ ସମୟରେ ଅକ୍ସିଜେନ୍ ଯୋଗା, ପିଏସଏ, ପ୍ଲାଣ୍ଟ ପ୍ରତିଷ୍ଠା ତଥା ଜରୁରୀ ମେଡ଼ିକାଲ୍ ସାମଗ୍ରୀ ଯୋଗାଣରେ ରାଜ୍ୟ ସରକାରଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଶିଳ୍ପ ପ୍ରତିଷ୍ଠା ଓ ବିକାଶରେ ଆମ ରାଜ୍ୟ ଦେଶରେ ଅଗ୍ରଣୀ ସ୍ଥାନ ନେଇଛି । ରାଜ୍ୟର ଶିଳ୍ପ ନୀତି ଓ ଆନୁସଙ୍ଗିକ ସହଯୋଗ ଏଠାରେ ବିପୁଳ ପୁଞ୍ଜି ନିବେଶ ପାଇଁ ଅନୁକୂଳ ହୋଇଛି । ପେଟ୍ରୋ କେମିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଗହଣା ଭଳି ବିବିଧ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇପାରିଛି ଏବଂ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ଟାଟା ଷ୍ଟିଲ୍ ର ପରିଚାଳନା ନିର୍ଦ୍ଦେଶକ ଟି.ଭି.ନରେନ୍ଦ୍ରନ୍ କହିଥିଲେ, ଗତ ୫ ବର୍ଷରେ ଟାଟା ଷ୍ଟିଲ୍ ଓଡ଼ିଶାରେ ୬୦ ହଜାର କୋଟିର ପୁଞ୍ଜିନିବେଶ କରିଛି । ଗୋପାଳପୁର ଏସଇଜେଡ୍ ରେ ଭିତ୍ତିଭୂମି ବିକାଶ ପାଇଁ କମ୍ପାନୀ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ।

ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟିସିପିଏଲ ର ସିଇଓ ତଥା ଏମଡି ସୁନୀଲ ଡି.ସୌଜା ମଧ୍ୟ ଏଥିରେ ଭାଷଣ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଟାଟା ଷ୍ଟିଲ୍ ଏସଇଜେଡ୍ ଏମଡି ଧନ୍ୟବାଦ ଅର୍ପଣ କରିଥିଲେ ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

Previous Post

ପବିତ୍ର ଅଧର ପଣାର ସିଧା ପ୍ରସାରଣ

Next Post

କୋଭିଡ୍ ବିପଦ ଦୂର ହୋଇନି: ମୁଖ୍ୟମନ୍ତ୍ରୀ

Next Post
କୋଭିଡ୍ ବିପଦ ଦୂର ହୋଇନି: ମୁଖ୍ୟମନ୍ତ୍ରୀ

କୋଭିଡ୍ ବିପଦ ଦୂର ହୋଇନି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA