Tuesday, February 24, 2026 12:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୋକାଭିମୁଖୀ ବଜେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

by Our Correspondent
23 Feb, 2026- 11:59 PM
in Latest News, News
1 min read
0
ଲୋକାଭିମୁଖୀ ବଜେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାଜ୍ୟ ଅତିଥିଭବନ ଠାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବାସିନ୍ଦା, କଟକ ଜିଲ୍ଲା ନିଆଳୀ ଅଞ୍ଚଳର ବାସିନ୍ଦା ଏବଂ ଭାରତୀୟ ମଜଦୂର ସଂଘର ସଦସ୍ୟମାନେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବଜେଟ୍‌ରେ ପ୍ରତ୍ୟେକ ଅଞ୍ଚଳ ଓ ପ୍ରତ୍ୟେକ ବର୍ଗର ବିକାଶ ପାଇଁ ପ୍ରାବଧାନ କରିଥିବାରୁ ସମ୍ୱର୍ଦ୍ଧିତ କରି ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୨୬-୨୭ ବଜେଟରେ କେନ୍ଦ୍ରାପଡ଼ାରେ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ, ଫୁଲନଖରା-ନିଆଳି ମାଧବ ୪-ଲେନ ରାସ୍ତା ଉନ୍ନତିକରଣ ଏବଂ ଏପ୍ରିଲ ପହିଲାରୁ ପ୍ରଫେସନାଲ ଟ୍ୟାକ୍ସ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

୨୦୨୬-୨୭ ବର୍ଷର ଏହି ବଜେଟ ସବୁ ବର୍ଗର ଜନସାଧାରଣଙ୍କ ଆଶା, ଆକାଂକ୍ଷା ପୂରଣ କରି ରାଜ୍ୟ ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ମତ ପ୍ରକାଶ କରିଥିଲେ ।

ମହାକାଳପଡା ବିଧାୟକ ର୍ଗା ପ୍ରସନ୍ନ ନାୟକ କହିଥିଲେ ଯେ, ସ୍ଵାଧୀନତା ପରଠାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଉଚ୍ଚ ଶିକ୍ଷାର ବିକାଶ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇନଥିଲା, କିନ୍ତୁ ଏହି ବଜେଟରେ ବିଶ୍ୱବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି ଜିଲ୍ଲାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିଛି। ସେ ଆହୁରି କହିଥିଲେ ଯେ, ବଳଦେବଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ କେନ୍ଦ୍ରାପଡ଼ାରେ ଜାହାଜ ନିର୍ମାଣ କାରଖାନା ସ୍ଥାପନ ପ୍ରସ୍ତାବ ଜିଲ୍ଲାର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସେହିଭଳି ନିଆଳି ବିଧାୟକ ଛବି ମଲ୍ଲିକ କହିଥିଲେ ଯେ, ଏହି ରାସ୍ତା ଉନ୍ନତିକରଣ ଫଳରେ ସଡ଼କ ଦୁର୍ଘଟଣା ହ୍ରାସ ପାଇବ ଓ ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହେବ ।

ଭାରତୀୟ ମଜଦୂର ସଂଘର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଚଳିତ ବଜେଟରେ ପ୍ରଫେସନାଲ ଟ୍ୟାକ୍ସ ଛାଡ଼ ଘୋଷଣା ହେବାରୁ କଣ୍ଟ୍ରକ୍ଚୁଆଲ୍ କର୍ମଚାରୀମାନେ ବିଶେଷଭାବେ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ, ଗତକାଲି ଜଗତସିଂହପୁର ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିଅରିଂ କଲେଜ ଘୋଷଣା ପାଇଁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଆସି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରିଥିଲେ । ଆଜି ମଧ୍ୟ ଏହି ସମ୍ୱର୍ଦ୍ଧନା ଉତ୍ସବରେ କେନ୍ଦ୍ରାପଡ଼ା, ନିଆଳି ଓ ଭାରତୀୟ ମଜଦୂର ସଂଘର ସଦସ୍ୟଙ୍କୁ ମିଶାଇ ପ୍ରାୟ ଏକ ହଜାର ଜନସାଧାରଣ ଉପସ୍ଥିତ ଥିଲେ ।

Previous Post

ଆଇଆରଏସ୍ ବାବୁଙ୍କ କୁକର୍ମର ଛାନଭିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA