Tuesday, February 24, 2026 12:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସଙ୍ଗତି!

ସରକାରୀ ଖାଲି ପଦବୀ ସଂଖ୍ୟା

by Our Correspondent
23 Feb, 2026- 11:48 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସଙ୍ଗତି!

ଭୁବନେଶ୍ୱର: ଓଡ଼ିଶାରେ କେତେ ସରକାରୀ ପଦବୀ ଖାଲି ପଡ଼ିଛି? ଲାଗ ଲାଗ ବିଧାନସଭାରେ ଏହି ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ଆସୁଛି । ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲିଖିତ ଉତ୍ତରରେ ଏଭଳି ଅସଙ୍ଗତି ଦେଖିବାକୁ ମିଳୁଛି ।

ଗତ ବିଧାନସଭା ଅଧିବେଶନରେ ବିଧାୟକ ଗଣେଶ୍ୱର ବେହେରା ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଥିଲା ଯେ ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ୨ ଲକ୍ଷ ୫ ହଜାରରୁ ଅଧିକ ଚାକିରି ଖାଲି ପଡ଼ିଛି । ଖାଲି ପଦବୀର ବିଭାଗୱାରୀ ତଥ୍ୟ ମଧ୍ୟ ଦେଇଥିଲେ । ଗୃହ ବିଭାଗରେ ସର୍ବାଧିକ ୧୯,୮୮୯ ପଦବୀ ଖାଲି ଥିବା ସେଥିରେ କୁହାଯାଇଥିଲା । ୧୮ ମାସରେ ୪୦ ହଜାର ପଦବୀ ପୂରଣ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ ।

ବିଜେଡି ବିଧାୟକ ଚକ୍ରମଣି କହଁରଙ୍କର ଆଜି ସମାନ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୬ ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ବିଭିନ୍ନ ବିଭାଗରେ ୯୪ ହଜାର ୪୮୫ ପଦବୀ ଖାଲି ପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦,୨୮୯ ପଦବୀ ଖାଲି ପଡ଼ିଥିବା ବେଳେ ଗୃହ ବିଭାଗରେ ୧୬,୦୩୨ ଏବଂ ସ୍ୱାସ୍ଥ୍ୟ ବିଭାଗରେ ୧୦,୪୫୭ ପଦବୀ ଖାଲି ପଡ଼ିଛି । ୧୨.୦୬.୨୪ରୁ ୧୨.୦୨.୨୬ ମଧ୍ୟରେ ୩୯,୫୦୫ ନିଯୁକ୍ତି ସରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରକୁ ଗଣିତ ପକାଇ ବୁଝିଲେ ୬ ମାସ ଅବଧି ଭିତରେ ୧ ଲକ୍ଷ ୫ ହଜାର ୫୨୦ ଜଣଙ୍କୁ ନିଯୁକ୍ତି ମିଳିଛି । କାରଣ ଗତଥର ୨ ଲକ୍ଷ ୫ ହଜାରରୁ ଅଧିକ ସରକାରୀ ପଦ ଖାଲିଥିବା ମୁଖ୍ୟମନ୍ତ୍ରୀ କହିଥିଲା ବେଳେ ଏଥର ୯୪ ହଜାର ୪୮୫ ପଦବୀ ଖାଲିଥିବା ମୁଖ୍ୟମନ୍ତ୍ରୀଙ୍କ ପାଟିରେ କୁହାଯାଇଛି । ସେହିଭଳି ୧୮ ମାସରେ ୪୦ ହଜାର ପଦବୀ ପୂରଣ ହୋଇଛି ବୋଲି ଗତଥର ମୁଖ୍ୟମନ୍ତ୍ରୀ କହିଥିଲା ବେଳେ ଏଥର ପ୍ରାୟ ୨୦ ମାସରେ ୩୯,୫୦୫ ନିଯୁକ୍ତି ସରିଥିବା କୁହାଯାଇଛି ।

(ଓଡ଼ିଶା ନ୍ୟୁଜ୍)

Continue Reading
Previous Post

ବଜେଟ୍ ପୋଲ୍ ଖୋଲିଲା ବିଜେଡି

Next Post

ଆଇଆରଏସ୍ ବାବୁଙ୍କ କୁକର୍ମର ଛାନଭିନ୍

Next Post
ଆଇଆରଏସ୍ ବାବୁଙ୍କ କୁକର୍ମର ଛାନଭିନ୍

ଆଇଆରଏସ୍ ବାବୁଙ୍କ କୁକର୍ମର ଛାନଭିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA