Monday, February 23, 2026 05:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରୋମ୍ ରୁ ନବୀନ କରୁଛନ୍ତି ଅଫିସ୍ କାମ

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ଭାବବିହ୍ୱଳତା

by Our Correspondent
25 Jun, 2022- 08:29 PM
in Latest News, News
1 min read
0
ରୋମ୍ ରୁ ନବୀନ କରୁଛନ୍ତି ଅଫିସ୍ କାମ

ଭୁବନେଶ୍ୱର: ରୋମ୍ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଫଟୋ ଆଜି ଭାଇରାଲ୍ ହୋଇଛି । ନିଜ ସୋସିଆଲ୍ ଆକାଉଣ୍ଟ୍ ରେ ନବୀନ ଏକ ଲେଖା ସହ ଫଟୋଟି ପୋଷ୍ଟ କରିଛନ୍ତି । ଫଟୋରେ ମୁଖ୍ୟମନ୍ତ୍ରୀ ଲାପଟପ୍ ଧରି ଅଫିସ୍ କାମ କରୁଛନ୍ତି । ସେଥିରେ ଲେଖିଛନ୍ତି, ଏଠି ରୋମ୍ ରେ ଅନେକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବା ପୂର୍ବରୁ କିଛି କାମ ଶେଷ କରିଦେଉଛି । ସେଥିପାଇଁ ଆମ ଡିଜିଟାଲ୍ ୱାର୍କ ପ୍ଲାଟଫର୍ମ ଓସ୍ୱାସ୍ କୁ ଧନ୍ୟବାଦ । ବାସ୍ତବରେ ଆମର ଭବିଷ୍ୟତ ଏହି ଟେକ୍ନୋଲୋଜି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଦେଶ ଗସ୍ତର ବ୍ୟସ୍ତତା ଭିତରେ ବି ସେ ଓସ୍ୱାସ୍ ଯୋଗେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ କାର୍ଯ୍ୟ କରୁଥିବା ଏହି ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଏହି ଛଳରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମର ଉପଯୋଗିତା ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି । ରୋମ୍ ରେ ପ୍ରବାସୀ ଓଡ଼ିଆଙ୍କ ସହ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ମଧ୍ୟ ଏହାର ସମ୍ୟକ ସୂଚନା ଦେଇଥିଲେ ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କର ରୋମ୍ ଗସ୍ତ କାଳରେ ଗତକାଲି ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରୋମ୍ ରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜର୍ମାନୀର ପ୍ରସିଦ୍ଧ ଗୋଟିଙ୍ଗିନ୍ ୟୁନଭରସିଟିର ଓଡ଼ିଆ ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ ମୁହଁରୁ ତାଙ୍କ ସଂଘର୍ଷ କାହାଣୀ ଶୁଣିଲା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ତାଙ୍କ ଆଖିରୁ ଲୁହ ଗଡ଼ି ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କର ଏହି ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ଅଖ୍ୟାତ ଗାଁ ବଳାସିଂହର ପୁଅ ହେଉଛନ୍ତି ଶେଷଦେବ । ପିଲାଦିନୁ ମା ଛେଉଣ୍ଡ ଏହି ମେଧାବୀ ପିଲା ନିଜର ଗରିବ ଓ ରୋଗିଣା ବାପା ଉପରେ ବୋଝ ହୋଇ ନ ଥିଲେ । ସବୁ ପ୍ରତିବନ୍ଧକୁ ସାମନା କରିଥିଲେ ଏବଂ ନିଜର ସଂଘର୍ଷ ତାଙ୍କୁ ସଫଳତାର ବାଟ କଢ଼ାଇଥିଲା । ଇତିମଧ୍ୟରେ ସେ ତାଙ୍କର ବାପା ଏବଂ ଏକମାତ୍ର ଭଉଣୀକୁ ହରାଇଛନ୍ତି । ଜର୍ମାନୀରେ ଥାଇ ମଧ୍ୟ ନିଜ ମାଟିକୁ କିନ୍ତୁ ଭୁଲିନାହାନ୍ତି । ଗାଁରେ ୧୭୦ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । ଓଡ଼ିଶାକୁ ଫେରି ଆସିବେ ଏବଂ ଏଠି ଫାର୍ମା ଇଣ୍ଡଷ୍ଟ୍ରି ଖୋଲି ଓଡ଼ିଶା ବିକାଶରେ ଯୋଗଦାନ କରିବା ତାଙ୍କର ଯୋଜନା ।

ୟୁରୋପୀୟ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟଘାଟ କାର୍ଯ୍ୟକ୍ରମରେ ଶେଷଦେବ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସଂଘର୍ଷ କାହାଣୀ ଶୁଣାଇଥିଲେ । ସେ କହିଥିଲେ, ୨୦୧୮ ରେ ମୁଁ ଯେବେ ଭୁବନେଶ୍ୱରରେ ଆପଣଙ୍କୁ ଭେଟିବାକୁ ଯାଇଥିଲି ସେତେବେଳେ ଶସ୍ତା ପ୍ୟାଣ୍ଟସାର୍ଟ ଏବଂ ବାଥରୁମ୍ ଚପଲ ପିନ୍ଧିଥିଲି । ହାତରେ ଛୋଟ ନୋକିଆ ଫୋନ୍ ଟେ ଧରିଥିଲି । ଆପଣ ସେତେବେଳେ ମୋତେ ଆଇ ଫୋନ୍ ଉପହାର ଦେଇଥିଲେ ଏବଂ ପାଠପଢ଼ା ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାହା ପାଳନ ମଧ୍ୟ କରିଥିଲେ । ଆପଣଙ୍କ ଆଶୀର୍ବାଦରୁ ମୁଁ ଆଜି ଏହି ଜାଗାରେ ପହଞ୍ଚିଛି । ଆପଣ ମୋତେ ପିତାମାତାର ଅଭାବ ଅନୁଭୂତ ହେବାକୁ ଦେଇନାହାନ୍ତ । ମୁଁ ବିଦେଶରେ ନ ରହି ଓଡ଼ିଶା ଫେରିଯିବି ଏବଂ ଆପଣ ଓ ଓଡ଼ିଶାବାସୀଙ୍କ ଋଣ ସୁଝିବି ବୋଲି ସେ କହିଥିଲେ ।

ଶେଷଦେବଙ୍କ ମୁହଁରୁ ଏହି କେଇପଦ କଥା ମୁଖ୍ୟମନ୍ତ୍ରୀଙ୍କୁ ଭାବବିହ୍ୱଳ କରିଦେଇଥିଲା । ସେ ନିଜର କୋହ ସମ୍ବରଣ କରିପାରି ନ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ବୋହିଥିଲା ଆନନ୍ଦର ଅଶ୍ରୁ ।

Previous Post

ଖାଦ୍ୟ ସୁରକ୍ଷାର ସଫଳ କାହାଣୀ କହିଲେ ନବୀନ

Next Post

ବୋନ୍ କ୍ୟାନ୍ସର ପୀଡ଼ିତା ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

Next Post
ବୋନ୍ କ୍ୟାନ୍ସର ପୀଡ଼ିତା ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

ବୋନ୍ କ୍ୟାନ୍ସର ପୀଡ଼ିତା ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA