ଭୁବନେଶ୍ୱର: ଇଟାଲି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ଅତ୍ୟନ୍ତ ଆନନ୍ଦଦାୟକ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଓ ତାଙ୍କର ସୁସ୍ଥ ଦୀର୍ଘ ଜୀବନ କାମନା କରିଥିଲେ । ସାକ୍ଷାତକାର ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

ଭାଟିକାନ ସିଟିରେ ପୋପ୍ ଙ୍କୁ ଭେଟିବାରେ ନବୀନ ହେଉଛନ୍ତି ପ୍ରଥମ ଭାରତୀୟ ମୁଖ୍ୟମନ୍ତ୍ରୀ । ଗତବର୍ଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋପ୍ ଙ୍କୁ ଭେଟିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆବଶ୍ୟକ ଅନୁମତି ମାଗିଥିଲେ ମଧ୍ୟ ତାଙ୍କୁ ମିଳି ନ ଥିଲା । ନବୀନଙ୍କ କ୍ଷେତ୍ରରେ ଏଭଳି ଘଟିନାହିଁ ।








