Thursday, February 19, 2026 04:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଧଘଣ୍ଟିଆ କାର୍ଯ୍ୟକ୍ରମ

by Our Correspondent
13 Jan, 2021- 11:38 PM
in Latest News, News
1 min read
0
କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଧଘଣ୍ଟିଆ କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ୍ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାଗସ୍ତରେ କଳାହାଣ୍ଡି ଯାଇ ସରକାରୀ କାର୍ଯ୍ୟକ୍ରମ ଓ ସଭାରେ ଯୋଗଦେବେ । ଗୁରୁବାର ସକାଳ ୧୧.୨୫ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ଜଇପାଟଣା ବ୍ଲକ୍ ଅନ୍ତର୍ଗତ କନକପୁର ଅସ୍ଥାୟୀ ହେଲିପ୍ୟାଡ୍ ରେ ଅବତରଣ କରିବେ ଏବଂ ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ଆଗରେ ଆୟୋଜିତ ସଭାରେ ଯୋଗଦେବେ । ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କଳାହାଣ୍ଡିର ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୯୮୬.୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକ୍ ଜୟପାଟଣା, କୋକସରା ଓ ଧର୍ମଗଡ଼ର ୯୧ଟି ଗ୍ରାମର ୨୫,୨୭୪.୯୪ ହେକ୍ଟର ବା ୬୨ ହଜାର ୪୫୬ ଏକର ଜମି ଜଳସେଚିତ ହୋଇପାରିବ । ୩୯ଟି ପଞ୍ଚାୟତର ୫୦, ୪୦୬ ଲୋକ ଏଥିରେ ଉପକୃତ ହେବେ । ଏହି ପ୍ରକଳ୍ପ ବାଦ୍ ଆଉ ୧୩୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳୀୟ କସରତ ଜୋରଦାର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ କଳାହାଣ୍ଡିର ବିକାଶର ଚିତ୍ର ଘରେ ଘରେ ପହଞ୍ଚାଇବାକୁ ଉଦ୍ୟମ ହୋଇଛି । ଗତକାଲିଠାରୁ ୬୫ ମନ୍ତ୍ରୀ, ବିଧାୟକ କଳାହାଣ୍ଡିରେ ଡେରା ପକାଇଛନ୍ତି । ଆଜି ଜିଲ୍ଲାର ୩୮ଟି ପଞ୍ଚାୟତକୁ ବିଧାୟକମାନେ ଗସ୍ତ କରିଛନ୍ତି ।

ପ୍ରତି ପଞ୍ଚାୟତକୁ ଜଣେ, ଦୁଇଜଣ ବିଧାୟକ ଯାଇ ମେଗା ଲିଫ୍ଟ ପ୍ରକଳ୍ପ ଦ୍ୱାରା କଳାହାଣ୍ଡିର ବିକାଶ ପାଇଁ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି । ବିଧାୟକମାନଙ୍କ ଦାୟିତ୍ୱରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ପ୍ରତି ପଞ୍ଚାୟତରେ ଏଲଇଡି ଜରିଆରେ ଲୋକଙ୍କୁ ସିଧା ପ୍ରସାରଣ କରାଯିବ ।

ସୂଚନାଥାଉକି, ମାର୍ଚ୍ଚ ମାସରେ କୋଭିଡ୍ ଲକଡାଉନ ଆରମ୍ଭ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ବାହାରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ, ଉଦଘାଟନ ଓ ଶିଳାନ୍ୟାସ ଜାରି ରହିଥିଲା । ଲକଡାଉନ୍ ପରେ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ ଭୁବନେଶ୍ୱର ଏକାମ୍ରକ୍ଷେତ୍ର ଓ ବରମୁଣ୍ଡା ବସଷ୍ଟାଣ୍ଡ କାର୍ଯ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

Previous Post

ବ୍ରେନ୍ ମ୍ୟାପିଂ ପାଇଁ ବି ରାଜି ହେଲାନି

Next Post

କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

Next Post
କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA