Wednesday, April 8, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଲୋୟର ପିଏମଜିରେ ପୁଲିସ ସହ ଧସ୍ତାଧସ୍ତି

by Our Correspondent
26 Feb, 2024- 09:05 PM
in Latest News, News, Politics
1 min read
0
ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନେ୍ଦାଳନ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରଭାରୀ ଡ. ଅଜୟ ସିଂହ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକସେବା ଭବନ ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର କର୍ମୀ । ଲୋୟର ପିଏମଜିରେ କଂଗ୍ରେସ ନେତୃତ୍ୱଙ୍କ ସମେତ କର୍ମୀମାନେ ସୁରକ୍ଷା କର୍ଡନ ଭାଙ୍ଗିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଫଳରେ ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଭ୍ୟାନ୍ ରେ ଉଠାଇ ନେଇଥିଲା ।

ରାଜ୍ୟରେ ଚାଷୀ ଆତ୍ମହତ୍ୟା, ବେକାରୀ ଓ ମହିଳା ନିର୍ଯ୍ୟାତନା ବୃଦ୍ଧି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସ ଆଜି ଲୋକସେବା ଭବନ ଘେରାଉ ଆନ୍ଦୋଳନ ଡାକରା ଦେଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀମାନେ ସକାଳୁ ସକାଳୁ କଂଗ୍ରେସ ଭବନ ଆଗରେ ଏକାଠି ହୋଇଥିଲେ । ଦିନ ପ୍ରାୟ ସାଢ଼େ ୧୨ଟାରେ ଅଜୟ କୁମାର, ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ରାଲି ବାହାରିଥିଲା । ଲୋୟର ପିଏମଜିରେ ସଭା ହୋଇଥିଲା । ରାଜ୍ୟର ବିଜେଡି ଏବଂ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ନେତାମାନେ ପ୍ରବଳ ବର୍ଷିଥିଲେ । ଏହାପରେ ପୁଲିସ କର୍ଡନ ଭାଙ୍ଗି ନେତା ଓ କର୍ମୀମାନେ ଲୋକସେବା ଭବନ ଯିବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା ।

ପ୍ରଭାରୀ ଡ. ଅଜୟ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ଶାସନ ଅମଳରେ ଓଡିଶା ସବୁ କ୍ଷେତ୍ରରେ ବିଫଳ ହୋଇଛି । ସ୍ୱାସ୍ଥ୍ୟସେବାରେ ଅବନତି ଘଟିଛି । ବେକାରୀ ବଢ଼ିଛି । ୩୦ ଲକ୍ଷ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଓଡ଼ିଶା କ୍ରାଇମ୍ କ୍ୟାପିଟାଲ୍ ପାଲଟିଛି । ଦୁଷ୍କର୍ମ, ଲୁଟ୍ ଏବଂ ହତ୍ୟା ମାମଲାରେ ରାଜ୍ୟ ରେକର୍ଡ ସୃଷ୍ଟି କରିଛି । ବିଜେପି ସହ ବୁଝାମଣାରେ ଏକ କୋଟରି ଦ୍ୱାରା ବିଜେଡି ରାଜ୍ୟକୁ ଲୁଟ୍ କରୁଛି । ବିଜେପିକୁ ମୂଲ୍ୟବାନ ଜମି ଦିଆଯାଇଛି । ରାଜ୍ୟକୁ ପାଣ୍ଡିିଆନ୍-ପ୍ରଧାନ-କମିସନ(ପିପିସି) ଶାସନ କରୁଛନ୍ତି ବୋଲି କହିଥିଲେ ଅଜୟ କୁମାର ।

ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବିଜେଡି-ବିଜେପି ସମ୍ପର୍କକୁ ନେଇ ପ୍ରବଳ ବିଷୋଦଗାର କରିଥିଲେ । ଓଡ଼ିଶା ଓ ଦେଶରେ ସୁଶାସନ ପାଇଁ କେବଳ କଂଗ୍ରେସ ହିଁ ବିକଳ୍ପ ଦଳ ବୋଲି ସେ କହିବା ସହ ନବୀନ ସରକାର ଓ ମୋଦୀ ସରକାରଙ୍କୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ତେବେ ରାଜଧାନୀରେ କଂଗ୍ରେସର ଆନ୍ଦୋଳନକୁ ବିଜେଡି ଓ ବିଜେପି ଆଦୌ ଗୁରୁତ୍ୱ ଦେଇନାହାନ୍ତି । କଂଗ୍ରେସକୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ନିର୍ବାଚନ ବେଳେ ଦଳର ସ୍ଥିତି ରକ୍ଷା ପାଇଁ ଏହା ଏକ କସରତ ବୋଲି ଉଭୟ ଦଳର ନେତା କହିଛନ୍ତି ।

 

Previous Post

ଆଉ ନାହାନ୍ତି ପଙ୍କଜ ଉଧାସ

Next Post

CM launches Nua-O scholarship scheme

Next Post
CM launches Nua-O scholarship scheme

CM launches Nua-O scholarship scheme

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA