Tuesday, March 10, 2026 01:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗଣଦୁଷ୍କର୍ମ ପୀଡିତା ଡାକ୍ତରଖାନାରେ, ନେତୃବୃନ୍ଦ ଦିଲ୍ଲୀ ନାଚ ଗୀତରେ

ଖୋର୍ଦ୍ଧାରେ ଏଭଳି ଜଘନ୍ୟ କାଣ୍ଡ କେବେ ଘଟି ନଥିଲା: କଂଗ୍ରେସ

by Our Correspondent
24 Nov, 2025- 07:41 PM
in Latest News, News
1 min read
0
ଗଣଦୁଷ୍କର୍ମ ପୀଡିତା ଡାକ୍ତରଖାନାରେ, ନେତୃବୃନ୍ଦ ଦିଲ୍ଲୀ ନାଚ ଗୀତରେ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଘଟିଥିବା ଗଣଦୁଷ୍କର୍ମ ମାମଲା ଉପରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ବୋଲଗଡ ବେଗୁନିଆ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ପୃଥ୍ଵୀବଲ୍ଲଭ ପଟ୍ଟନାୟକ କହିଲେ, ଖୋର୍ଦ୍ଧା ଜିଲ୍ଲାର ବାଘମାରି ଗ୍ରାମରେ ଘଟିଥିବା ଗଣଦୁଷ୍କର୍ମ ସାରା ରାଜ୍ୟ ପାଇଁ ଏକ ନିନ୍ଦନୀୟ ଘଟଣା । ଏକ ଦଳିତ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଛି ଏବଂ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଅବସ୍ଥା ଚିନ୍ତାଜନକ ଅଛି । ଏଭଳି ପରିସ୍ଥିତିରେ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପୀଡ଼ିତାଙ୍କୁ ମିଳି ନାହିଁ ଯାହା ଆମକୁ ବ୍ୟଥିତ କରୁଛି । ସରକାର କେବଳ ଭାଷଣରେ ସୀମିତ ରହିଯାଇଛି ।

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ସରକାରଙ୍କ ନାରୀ ନିର୍ଯାତନା ଆଭିମୁଖ୍ୟକୁ କଡା ସମାଲୋଚନା କରି କହିଥିଲେ ଯେ, ବୀର, ସଂସ୍କୃତି ସମୃଦ୍ଧ ଖୋର୍ଦ୍ଧାରେ ଆଜି ନିଶା କାରବାର, ହତ୍ୟା ଡକାୟତି ଅପହରଣ ସାଙ୍ଗକୁ ଖଣି ଖାଦାନ ଦୁର୍ନୀତି ମାମଲାରେ ରାଜ୍ୟରେ ଦୁର୍ନାମ ଅର୍ଜନ କଲାଣି । ବର୍ତମାନ ପୁଣି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବେଗୁନିଆ ଅଞ୍ଚଳର ବାଘମାରୀରେ ଜଣେ ନାବାଳିକା ଗଣ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଘଟି ଆମ ମୁଣ୍ଡ ତଳକୁ କରି ଦେଇଛି । ୪/୫ ଜଣ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରି ଖୋର୍ଦ୍ଧା ଡାକ୍ତରଖାନାରେ ବେହୋସ ଅବସ୍ଥାରେ ଛାଡି ପଳାଇଥିଲେ । ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ପ୍ରତିନିଧି ପୀଡ଼ିତାଙ୍କ ଖବର ବୁଝିବାକୁ ଯାଇ ନାହାନ୍ତି କିମ୍ବା କୌଣସି ସରକାରୀ ସହାୟତା ପହଞ୍ଚିନାହିଁ ।

ଯେଭଳି ଭାବରେ ଗଣ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି ରାଜ୍ୟରେ ନାରୀ ଘରୁ ପଦାକୁ ବାହାରିବାକୁ ଭୟ କଲେଣି । ଏହି ଗଣଦୁଷ୍କର୍ମ ଘଟଣାରେ ସମସ୍ତଙ୍କ ମନରେ ଆଘାତ ଦେଇ ଥିବାବେଳେ ପୁଣି ଏକ ଦୁଷ୍କର୍ମର ଏତଲା ସାମ୍ନାକୁ ଆସିଛି । ସେହିପରି ରାଜ ସୁନାଖଳାର ଏକ କୋଚିଂ ସେଣ୍ଟରରେ ପଢ଼ୁଥିବା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଯେ ଗୋଟିଏ ପଟେ ଗଣ ଦୁଷ୍କର୍ମର ଶିକାର ହୋଇ ଜଣେ ଝିଅ ମୃତ୍ୟୁ ସହ ସଂଗ୍ରାମ କରୁ ଥିବାବେଳେ ଅନ୍ୟପଟେ ଅନ୍ୟ ଏକ ଝିଅର ବାହାଘରରେ କ୍ଷମତାରେ ଥିବା ନେତୃବୃନ୍ଦ ଗୀତ ନାଚରେ ମସଗୁଲ ଅଛନ୍ତି । ଆମେ କାହାରି ବ୍ୟକ୍ତିଗତ କାର୍ଯ୍ୟ କିମ୍ବା ଜୀବନରେ ହସ୍ତକ୍ଷେପ କରୁ ନାହୁଁ । ଯଦି ଗୋଟିଏ ଝିଅର ବାହାଘର ପାଇଁ ନାଚ ଗୀତରେ ଖୁସି ମନାଇ ପାରିଲ ତେବେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଦୁଷ୍କର୍ମ ପୀଡିତା ଝିଅ ପାଖକୁ ଯାଇ ଦୁଃଖ ଜଣାଇ ସହାୟତାର ହାତ କେମିତି ବଢ଼ାଇ ପାରିଲ ନାହିଁ ? ପୀଡିତା ତଥା ପରିବାର ବର୍ଗଙ୍କୁ ତୁରନ୍ତ ଆର୍ଥିକ ସହାୟତା ସରକାର ଯୋଗାଇ ଦୋଷୀଙ୍କୁ ଗିରଫ କରି ଦଣ୍ଡ ବିଧାନ ପାଇଁ ସରକାରଙ୍କଠାରେ କଂଗ୍ରେସ ଦାବୀ କରୁଛି ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ।

ବରିଷ୍ଠ ସଭାନେତ୍ରୀ ତଥା ପିସିସି ମୁଖପାତ୍ର ସୋନାଲି ସାହୁ କହିଲେ, ସରକାରଙ୍କଠାରୁ ନାରୀ ଆଉ ନ୍ୟାୟ ପାଇବେ ବୋଲି ଆଶା କରିବା ବୃଥା । ଯେଉଁ ସିକ୍ୟୁରିଟି ଗାର୍ଡ ଏହି ଦୁଷ୍କର୍ମରେ ଜଡିତ ଅଛନ୍ତି ସେଇ ସଂସ୍ଥାର ଠିକାଦାର କିଏ ଏବଂ ଏହାଙ୍କ କ୍ଷମତାରେ ଥିବା ନେତାଙ୍କ ସହ ସମ୍ପର୍କ କଣ ଏସବୁ ଲୋକଲୋଚନକୁ ଆସିବା ନିତାନ୍ତ ଆବଶ୍ୟକ । ଉପସ୍ଥିତ ଥିବା ରାଜ୍ୟ ମହିଳା କଂଗେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ କହିଲେ, ଆମେ କ୍ୟାପିଟାଲ ହସ୍ପିଟାଲ ଯାଇ ଭେଟିଥିଲୁ। ଦୁଃଖ ଓ ପରିତାପର ବିଷୟ କି ପୀଡ଼ିତା ନାବାଳିକାକୁ ସ୍ଥାନୀୟ ବିଧାୟକ କି ଅନ୍ୟମାନେ କେହି ଭେଟିବାକୁ ଆସିନାହାନ୍ତି କି ସମବେଦନା ଜଣାଇ ନାହାନ୍ତି। ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଯାହା ବିଜେଡି ଅମଳରେ ହେଉଥିଲା ବର୍ତ୍ତମାନ ବିଜେପି ସରକାରରେ ସେଇଆ ଚାଲିଛି। ଉଭୟ ଦଳର ମା କୁ ସମ୍ମାନ କଥା କେବଳ ସ୍ଲୋଗାନ ହୋଇ ରହି ଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ ଉପସ୍ଥିତ ଥିଲେ।

Previous Post

୧୪ ପାଳିରେ ୯୬% ଅଭିଯୋଗର ସମାଧାନ

Next Post

‘ସମ୍ବଲପୁର ଚିଡ଼ିଆଖାନା’ ହେବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର: ଧର୍ମେନ୍ଦ୍ର

Next Post
‘ସମ୍ବଲପୁର ଚିଡ଼ିଆଖାନା’ ହେବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର: ଧର୍ମେନ୍ଦ୍ର

‘ସମ୍ବଲପୁର ଚିଡ଼ିଆଖାନା’ ହେବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର: ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA