Thursday, April 2, 2026 03:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଆରମ୍ଭରୁ ଆରମ୍ଭ ହୋଇଥିଲା ବିଜୁ ବିରୋଧୀ ଷଡ଼ଯନ୍ତ୍ର

by Meenakshi Mishra
30 Mar, 2026- 11:21 PM
in Guest Column, Latest News, News
1 min read
0
ଆରମ୍ଭରୁ ଆରମ୍ଭ ହୋଇଥିଲା ବିଜୁ ବିରୋଧୀ ଷଡ଼ଯନ୍ତ୍ର

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଲିଗାସୀ ବା ବିଜୁ ଲିଗାସୀ ଉଡ଼ାଇ ଦେବାର ଷଡ଼ଯନ୍ତ୍ର ଏଠି ମୋହନ ମାଝୀ ସରକାର ଆସିବା ଦିନଠାରୁ ବି ଆରମ୍ଭ ହୋଇଥିଲା। ସୁଚିନ୍ତିତ ଭାବେ ଏହି ଷଡ଼ଯନ୍ତ୍ର ରଚା ଯାଇଥିଲା। ତାହାକୁ ସାକାର କରିବା ପାଇଁ ଶାସକ ଦଳ ବେଶ୍ ଚତୁରତାର ସହିତ ପଦକ୍ଷେପ ନେଇଥିଲେ ଓ ଶେଷକୁ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ “ବିଜୁ ପଟ୍ଟନାୟକ ସିଆଇଏ ଏଜେଣ୍ଟ” ଯାହା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି। ଅଚାନକ ନୁହେଁ, ବରଂ ଜାଣିଶୁଣି ଚକ୍ରାନ୍ତ କରି ବିଜୁ ଲିଗାସୀକୁ ହଟାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ପୁଣିଥରେ ସଫା ଜଣାପଡ଼ିଛି।

ଏଠି ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା ମୋହନ ମାଝୀ ସରକାର କ୍ଷମତାକୁ ଆସିବା ଦିନଠାରୁ। ଜୁନ୍ ୨୦୨୪ ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ। ଆଉ ଜୁଲାଇ ମାସରେ ଅଚାନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳାଇ ଦିଆଯାଇଥିଲା। ବିଜୁ ପଟ୍ଟନାୟକଙ୍କ ନାମ ହଟାଇ ଦିଆଯାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ। ସେହି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜଣେ ଯୁବକ ଏବଂ ରାଜନୀତି ଓ ଆଦର୍ଶକୁ ନେଇ ଅନେକ ବଳିଷ୍ଠ ମନ୍ତବ୍ୟ ଦିଅନ୍ତି। କିନ୍ତୁ ସିଏ ହିଁ ବିଜୁ ଲିଗାସୀ ହଟାଇବାର ପ୍ରଥମ ଓ ଜବରଦସ୍ତ ପଦକ୍ଷେପ ନେଇଥିଲେ। ସାରା ରାଜ୍ୟରୁ ବିରୋଧ ପରେ ଜବରଦସ୍ତ ଅପମାନିତ ଢଙ୍ଗରେ ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ହଟାଇ ବିଜୁ ପଟ୍ଟନାୟକଙ୍କ ନାଁ ହଟିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣ କରିଥିଲେ। କିନ୍ତୁ କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ଓ ସମୁଦାୟ ବିଭାଗ ରାଜ୍ୟବାସୀଙ୍କ ମନ୍ କି ବାତ୍ (ମନର କଥା) ବୁଝି ପାରି ନଥିଲା। ଆଉ ନିଷ୍ପତ୍ତି ପ୍ରତ୍ୟାହାର କରି ବି ନଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଥିଲା।

ମାସେ ନ ପୁରୁଣୁ ମୋହନ ମାଝୀ ସରକାର ବିଜୁ ଲିଗାସୀ ହଟାଇବା ଷଡ଼ଯନ୍ତ୍ରରେ ଏମିତି ବଦନାମ ହୋଇଥିଲେ ଯେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସାରା ରାଜ୍ୟରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିବାଦ ହୋଇଥିଲା। ତାକୁ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ହୋଇ ନଥିଲେ। ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବେଖାତିର ଭାବେ ନିଜ ନିଷ୍ପତ୍ତିରେ ଅଡ଼ି ରହିଥିଲେ।

ଏହି ଘଟଣାର ୭-୮ ମାସ ପରେ ଦ୍ୱିତୀୟ ଚାଲ୍ ଚଳେଇ ଥିଲେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାୟକ। ନବେ ଦଶକରୁ ରାଜ୍ୟରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସକୁ ବନ୍ଦ କରିଥିଲା ପଞ୍ଚାୟତିରାଜ ବିଭାଗ। ବିଜୁ ବାବୁଙ୍କ ଜନ୍ମଦିନ ଛୁଟିକୁ ବି ବନ୍ଦ କରିଥିଲେ ମୋହନ ମାଝୀ ସରକାର। ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ ହୁଏ। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଉତ୍ସବ ପାଳନକୁ ବନ୍ଦ କରି ନଥିଲେ। କାରଣ, ଜାନକୀବଲ୍ଲଭ ପଟ୍ଟନାୟକ ବିଜୁ ବାବୁଙ୍କ ସହ କାମ କରିଥିଲେ, ତାଙ୍କୁ ଚିହ୍ନିଥିଲେ ଓ ତାଙ୍କ ଛାତିକୁ ବୁଝିଥିଲେ। କିନ୍ତୁ ବିଜୁ ବାବୁଙ୍କୁ ଜାଣି ନଥିବା ମୋହନ ମାଝୀ ସରକାରର ନୂଆ ମନ୍ତ୍ରୀ ପଞ୍ଚାୟତିରାଜ ଦିବସ ଉଠାଇ ଦେବା ବେଳେ ମୁଖ୍ୟମନ୍ତ୍ରୀ  କିନ୍ତୁ ଏଥରକ ଚୁପ୍ ରହିଥିଲେ। ଫଳରେ ଗଲା ଦୁଇ ବର୍ଷ ହେଲା ବିଜୁ ବାବୁଙ୍କ ଜନ୍ମଦିନ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ବନ୍ଦ ହୋଇ ଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପାଇଁ ଏହା ଘୋର ଅପମାନ। କିନ୍ତୁ, ଅପ୍ରେଲ ୨୪ ଜାତୀୟ ପଞ୍ଚାୟତିରାଜ ଦିବସକୁ ଆଳ କରି ମୋହନ ମାଝୀ ସରକାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନକୁ ନିଷିଦ୍ଧ କରି ଦେଇଛି।

ଆଉ ଏଥରର ଷଡ଼ଯନ୍ତ୍ର କିନ୍ତୁ ଭୟାନକ ଏବଂ ଜାତୀୟ ସ୍ତରର ଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକଙ୍କୁ ସିଆଇଏ ଏଜେଣ୍ଟ ବୋଲି କହିଥିଲେ। ନିଶିକାନ୍ତ ଦୁବେଙ୍କୁ ଡିଗ୍ରୀ ଦୁବେ ବୋଲି ଦିଲ୍ଲୀରେ କୁହାଯାଏ। ନିଜର ମିଛ ଡିଗ୍ରୀ ଦେଖାଇବା ନେଇ ସେ ବାରମ୍ବାର ଉପହାସିତ ହୁଅନ୍ତି। ହେଲେ ବିଜେପି ଯେଉଁଠି ଅସଲ ଦରକାର ପଡ଼େ ତାଙ୍କୁ ସେଇଠି ବ୍ୟବହାର କରେ। ଯେମିତି, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ଲୋକସଭା ସଦସ୍ୟ ପଦ ଯିବା।

ଏତେ ଅଶାଳୀନ ଏବଂ କୁତ୍ସିତ ମନ୍ତବ୍ୟ ଦେଇଥିଲେ ମଧ୍ୟ ରାଜ୍ୟ ବିଜେପି ନେତାମାନେ ଏପର୍ଯ୍ୟନ୍ତ ଚୁପ୍ ରହିଛନ୍ତି। ବିଜେପିର କେନ୍ଦ୍ରୀୟ ନେତାମାନେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳିଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ବିଜୁ ପଟ୍ଟନାୟକ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଓଡ଼ିଶାର ଜନ ଜୀବନ ତାଙ୍କ ସ୍ମୃତିରେ ଜୀବନ୍ତ। ମାତ୍ର ଦେଢବର୍ଷ ଭିତରେ ଏପରି କଣ ଘଟିଲା ରାଜ୍ୟ ବିଜେପି ସରକାର ଚୁପ୍ ରହିଛନ୍ତି ଏବଂ ବିଜୁ ପଟ୍ଟନାୟକଙ୍କ ଅପମାନକୁ ବରଦାସ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ମୁହଁ ଖୋଲିନାହାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ଏପରି ଷଡ଼ଯନ୍ତ୍ର କରିଛନ୍ତି ବୋଲି ଚର୍ଚ୍ଚା ବଢ଼ୁଛି। ବିଜୁ ଲିଗାସୀ ହଟାଇ ଦେବାର ଚର୍ଚ୍ଚା – ମୋହନ ମାଝୀ ସରକାର ଓ କେନ୍ଦ୍ର ନେତୃତ୍ୱ ଆସ୍ତେ ଆସ୍ତେ ପାଦେ ପରେ ପାଦେ ସୁଚିନ୍ତିତ ଭାବେ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ମୋହନ ମାଝୀ ସରକାର କିନ୍ତୁ ଜାଣି ରଖିବା ଦରକାର – ବିଜୁ ପଟ୍ଟନାୟକଙ୍କ ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ସେଥିରେ ହାତ ମାରି ନଥିଲେ। ଏପରିକି ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ସରକାର ମଧ୍ୟ।

ଅନ୍ୟପକ୍ଷରେ ବିଜୁ ଲିଗାସୀର ବାନା ଉଡ଼ାଉଥିବା ଦିଲ୍ଲୀପ ରାୟ ଗୋଟିଏ ଛୋଟିଆ ଟୁଇଟ୍ କରି ପରଦାରୁ ଗାଏବ ହୋଇ ଯାଇଛନ୍ତି। ଯେଉଁ ଟୁଇଟରେ ସିଏ ନିଶିକାନ୍ତ ଦୁବେଙ୍କ ନାଁ ନେବାକୁ ମଧ୍ୟ ଡରିଛନ୍ତି। ଘୋଡ଼ା ବେପାର କରି ନିଜେ ରାଜ୍ୟସଭା ନିର୍ବାଚନ ଜିତିବା ପରେ ଆପଣାର ମାଷ୍ଟର ଷ୍ଟ୍ରୋକ କହି ଘଣ୍ଟା ଘଣ୍ଟା ଟିଭିରେ ବାଇଟ୍ ଓ ସାକ୍ଷାତକାର ଦେଉଥିବା ଦିଲ୍ଲୀପ ରାୟଙ୍କୁ କଣ ଗଲା ଦୁଇ ଦିନ ମଧ୍ୟରେ ଦୁଇ ମିନିଟ ସମୟ ମିଳିଲା ନାହିଁ ? ବିଜୁ ବାବୁଙ୍କ ସମ୍ପର୍କରେ ଭାଷଣ ଦେଉଥିବା ଦିଲ୍ଲୀପ ରାୟ ଗଲା କାଲିଠାରୁ କେଉଁଠାରେ ଲୁଚିଛନ୍ତି ବୋଲି ସାରା ରାଜ୍ୟରେ ଛିଃ ଛାକର କରାଯାଉଛି। ଆଉ ସେଇ ଗୋଷ୍ଠୀର ଅନ୍ୟତମ ବରିଷ୍ଠ ସଦସ୍ୟ ବିଜୟ ମହାପାତ୍ର ବି ଏଯାଏଁ ଗୋଟେ ଶବ୍ଦ କହି ନାହାଁନ୍ତି। ଏବଂ ତାଙ୍କ ପୁଅ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ଅଚାନକ ଉଭାନ ହେଇ ଯାଇଛନ୍ତି। ଘୋଡ଼ା ବେପାର କରି ରାଜ୍ୟସଭା ନିର୍ବାଚନ ସମୟରେ ବିଜୁ ଲିଗାସୀ କୀର୍ତ୍ତନ କରୁଥିବା ଅରବିନ୍ଦ ମହାପାତ୍ର ଓ ବିଜୟ ମହାପାତ୍ରଙ୍କର ହାତ ତେଣୁ ଏ ଷଡ଼ଯନ୍ତ୍ରରେ ଥିବା ନେଇ ଚର୍ଚ୍ଚା ବଢ଼ୁଛି।

ମୋଟ ଉପରେ ଏତିକି କୁହାଯାଇପାରିବ, ଯେବେଠୁ ମୋହନ ମାଝୀ ସରକାର କ୍ଷମତାକୁ ଆସିଛି ସେବେଠୁ ସେମାନେ ବିଜୁ ପଟ୍ଟନାୟକଙ୍କୁ ପୋଛି ଦେବାକୁ ଅପଚେଷ୍ଟା ଚଳାଇଛନ୍ତି। ସେହି କାରଣରୁ ସେମାନେ ଓଡ଼ିଶାରେ ହରେକୃଷ୍ଣ ମହତାବଙ୍କୁ ପ୍ରତିଷ୍ଠିତ କରାଇବାର ବିଫଳ ଉଦ୍ୟମ କରିଛନ୍ତି। କିନ୍ତୁ ବିଜୁ ପଟ୍ଟନାୟକଙ୍କ ପରି ଉଦାର ଓ ମହାନ ଲୋକ ଆଗରେ ସେ ସବୁକିଛି ବିଫଳ ହେଉଥିଲେ ମଧ୍ୟ ମୋହନ ମାଝୀ ସରକାର କିନ୍ତୁ ସେଥିରୁ ନିବୃତ୍ତ ହେଉ ନାହାଁନ୍ତି। ତାଙ୍କ ମନ୍ତ୍ରୀ ଏବଂ ସାଂସଦ ସମସ୍ତେ ଏଥିରେ ପର୍ଯ୍ୟାୟ କ୍ରମେ ନିଜର ଅଭିନୟ ଓ ଭୂମିକା ଦେଖାଉଛନ୍ତି।

Continue Reading
Previous Post

ସାବାଡ଼ ହେବେ ଅସାଧୁ ବେପାରୀ

Next Post

ପ୍ରତିବାଦ ତୀବ୍ର

Next Post
ପ୍ରତିବାଦ ତୀବ୍ର

ପ୍ରତିବାଦ ତୀବ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA