Monday, March 16, 2026 11:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୈତିକ ଦାୟିତ୍ୱ କିଏ ମୁଣ୍ଡାଇବେ?

ଏସସିବିରେ ଜଳିଗଲେ ୧୦ ରୋଗୀ

by Samar Pradhan
16 Mar, 2026- 12:28 PM
in Latest News, News
1 min read
0
ନୈତିକ ଦାୟିତ୍ୱ କିଏ ମୁଣ୍ଡାଇବେ?

ଭୁବନେଶ୍ୱର: ୨୦୧୬ ଅକ୍ଟୋବରରେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ଜୀବନ ଯାଇଥିଲା । ଏହି ଦୁଃଖଦାୟକ ଦୁର୍ଘଟଣାକୁ ନେଇ ରାଜନୈତିକ ତମ୍ବିତୋଫାନ ହୋଇଥିଲା । ତତ୍କାଳୀନ ସ୍ୱାସ୍ଥ୍ର୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବିରେ କମ୍ପମାନ କରିଥିଲେ ବିରୋଧୀ ଦଳ । ମିଡିଆ ବି ତାଙ୍କର ଇସ୍ତଫା ଦାବିରେ ଥରହର କରିଥିଲା । ଅତନୁଙ୍କୁ ବଳି ପକାଇବା ପାଇଁ ଜାତୀୟ ଗଣମାଧ୍ୟମକୁ ବ୍ୟବହାର କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇବାକୁ ଭରପୂର ଉଦ୍ୟମ ହେଲା । ଶେଷରେ ନୈତିକତାର ଦାୟିତ୍ୱ ନେଲେ ଅତନୁ । ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକ ମଧ୍ୟ ଗିରଫ ହୋଇଥିଲେ । ତାହାପରେ ଯାଇ ବିରୋଧୀ ଦଳ ଶାନ୍ତ ପଡ଼ିଥିଲେ ।

ସେତେବେଳର ସେହି ବିରୋଧୀ ମାନଙ୍କ ହାତରେ ଏବେ ରାଜ୍ୟର ଶାସନ ଡୋର । ଓଡ଼ିଶାର ସବୁଠାରୁ ବଡ଼ ସରକାରୀ ଡାକ୍ତରଖାନା କଟକ ଏସସିବି ମେଡିକାଲ୍ ବା କଟକ ବଡ଼ ଡାକ୍ତରଖାନାର ଟ୍ରମା କେୟାର ସେଣ୍ଟରରେ ଗତ ରାତି ପ୍ରାୟ ଦୁଇଟା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଲା । ଏଥିରେ ୧୦ ଜଣ ରୋଗୀ ଜଳିଗଲେ । ୧୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଅଛି । ଅନେକଙ୍କ ବଞ୍ଚିବା ଆଶା କ୍ଷୀଣ । ଏହି ଭୟଙ୍କର ଦୁର୍ଘଟଣା ବେଳେ ଟ୍ରମା କେୟାରରେ ଅଧାରୁ କମ୍ କର୍ମଚାରୀ ଡ୍ୟୁଟିରେ ଥିଲେ । ମେଡିକାଲ୍ ପ୍ରଶାସନ ଗଭୀର ନିଦ୍ରାରୁ ବିଳମ୍ବରେ ଉଠିଲେ । ଜିଲ୍ଲା ପ୍ରଶାସନ ପହଞ୍ଚିବାକୁ ଦୁଇଘଣ୍ଟାରୁ ଅଧିକ ସମୟ ଲାଗିଗଲା । ସକାଳ ପ୍ରାୟ ୭ଟା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହସ୍ପିଟାଲ୍ ରେ ପହଞ୍ଚିଲେ । ସେଠାରେ ପ୍ରାୟ ୪୦ ମିନିଟ୍ ରହିଲେ । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀଙ୍କର ବ୍ୟସ୍ତତା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗଙ୍କର ମନ କିନ୍ତୁ ସେଠାରେ ନ ଥିଲା । ରାଜ୍ୟସଭା ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ତରବର କରି ଭୁବନେଶ୍ୱର ପଳାଇ ଆସିଲେ । ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠକୁ ଯାଇ ଆଗ ଭୋଟ ଦେଇଦେଲେ । ସେଠାରୁ ମନଖୁସିରେ ଆସି ମିଡିଆକୁ ବାଇଟ୍ ଦେଲେ ।

କଟକ ବିଧାୟିକା ସୋଫିଆ ଫିରଦୋସ୍ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ସ୍ଥଳକୁ ଯାଇ ତାଙ୍କ ଦାୟିତ୍ୱ ତୁଲାଇଲେ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଗଲେ । ସେଠାକାର ଅବ୍ୟବସ୍ଥାକୁ ନିଜ ଆଖିରେ ଦେଖିଲେ । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ପଚାରି ବୁଝିଲେ । ମୃତକ ଓ ଆହତଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଲେ । ଭବିଷ୍ୟତରେ ଏଭଳି ଦୁର୍ଘଟଣା ନ ହେବା ପାଇଁ ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଲେ । ହେଲେ ଏତେବଡ଼ ଭୟଙ୍କର ଅଗ୍ନିକାଣ୍ଡ ଓ ଜୀବନହାନି ପାଇଁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱକୁ ସୋଫିଆ କି ପ୍ରଭାତ କେହି ପ୍ରଶ୍ନ କଲେନି । କିଛି ସାମ୍ବାଦିକ ପ୍ରଭାତ ବିଶ୍ୱାଳଙ୍କ ପ୍ରତିକ୍ରିୟା ନେଲା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଥା ଉଖୁରେଇଥିଲେ । ମାତ୍ର ସେ ବାଆଁରେଇ ଚାଲିଯାଇଥିଲେ । ବିଜେପି ସରକାରଙ୍କ ବିରୋଧରେ କିଛି କହିବାକୁ ତାଙ୍କର ଯେମିତି ପ୍ରବଳ ଡର ଥିଲା ।

ଆହୁରି ଦୁର୍ଭାଗ୍ୟର ବିଷୟ ହେଉଛି ଆମର ବଡ଼ ଗଣମାଧ୍ୟମ । କଟକ ବଡ଼ ଡାକ୍ତରଖାନାର ବଡ଼ ଟ୍ରାଜେଡ଼ି ଖବରଟି ରାଜ୍ୟସଭା ନିର୍ବାଚନ ଆଗରେ ଗୌଣ ହୋଇଯାଇଛି । ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ସେୟାଡ଼କୁ ମିଡିଆ ଧ୍ୟାନ ଦେଇନାହିଁ । ଏଭଳି ଦୁର୍ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନୈତିକତାର କଥା ଉଠେ ବୋଲି ଆମ ବଡ଼ ବଡ଼ ମିଡିଆ ସଂସ୍ଥା ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । କଟକ ବଡ଼ ଡାକ୍ତରଖାନା ପୋଷ୍ଟମର୍ଟମ ଗୃହ ଆଗରେ ମୃତକଙ୍କ ପରିବାରର ଆକୁଳ କ୍ରନ୍ଦନ ସେମାନଙ୍କୁ ବ୍ୟଥିତ କରିନି ।

ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ସଂଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟକ ବଡ ଡାକ୍ତରଖାନା ଅଗ୍ନିକାଣ୍ଡ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାଙ୍କୁ ଭେଟି ସମବେଦନା ଜଣାଇଛନ୍ତି । 

Continue Reading
Previous Post

ଓଡ଼ିଶା ଉମେନ୍ ଇନ୍ ମିଡିଆ(OWM)ର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ

Next Post

ବାଡ଼ ଡ଼େଇଁଲେ ୧୧ ବିଧାୟକ

Next Post
ବାଡ଼ ଡ଼େଇଁଲେ ୧୧ ବିଧାୟକ

ବାଡ଼ ଡ଼େଇଁଲେ ୧୧ ବିଧାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19165 shares
    Share 7666 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA