Wednesday, March 4, 2026 05:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଏମସି ଖଣିରେ ସାଂସଦ ପ୍ରତିନିଧିଙ୍କ ଦାଦାଗିରି!

ଟ୍ରାନସପୋର୍ଟିଂ ବ୍ୟବସାୟ ଉପରେ ଦଖଲ ଉଦ୍ୟମ!!

by Samar Pradhan
13 Sep, 2025- 10:48 AM
in Latest News, News
1 min read
0
ଓଏମସି ଖଣିରେ ସାଂସଦ ପ୍ରତିନିଧିଙ୍କ ଦାଦାଗିରି!

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର କୋଇଡାସ୍ଥିତ ଓଏମସିର ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ସାଜିଥିବା ବାଗୁନ୍ ଗାଗରାଇଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି । ସାଂସଦଙ୍କ ନାଁ ନେଇ ବିଜେପିର ଏହି ସ୍ଥାନୀୟ ନେତା ଖଣି ଟ୍ରାନସପୋର୍ଟିଂ କାରବାର ନିଜ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବର୍ତ୍ତମାନର ବ୍ୟବସ୍ଥାରେ ଥିବା ଟ୍ରାନସପୋର୍ଟିଂ ନିୟୋଜନ ସଂସ୍ଥାଗୁଡ଼ିକର ଅପସାରଣ ପାଇଁ ସେ କଳବଳ କୌଶଳ ଖଟାଇଛନ୍ତି । ଯେଉଁଥିରେ ଜୁଏଲ ଓରାମ୍ ଙ୍କୁ ମୋହରା ସଜାଯାଇଛି ।

ଗତ ୧ ତାରିଖରେ ସାଂସଦ ପ୍ରତିନିଧି ଲେଟର ପ୍ୟାଡ୍ ରେ ବାଗୁନ୍ ଗାଗରାଇ ଭୁବନେଶ୍ୱରର ମହାଶକ୍ତି ଫର୍ଜିଂ ପା୍ରଇଭେଟ୍ ଲିମିଟେଡକୁ ଏକ ପତ୍ର ଲେଖିଛନ୍ତି । ଖଣ୍ଡାଧାର କୁରୁମିତ୍ର ମାଇନ୍ସରେ ଟ୍ରାନସପୋର୍ଟିଂ କାର୍ଯ୍ୟରେ ନିୟୋଜିତ ମା ଲକ୍ଷ୍ମୀ ଏବଂ ପି ଇନଫ୍ରା ସଂସ୍ଥାକୁ ବିଦା କରି ତାଙ୍କ ଜାଗାରେ ସ୍ଥାନୀୟ ଟ୍ରାନସପୋର୍ଟିଂ ସଂସ୍ଥା ଓରାମ୍ ଲଜିଷ୍ଟିକ୍ କୁ କାମ ଦେବା ପାଇଁ ଚାପ ପକାଇଛନ୍ତି ବାଗୁନ୍ । ନଚେତ୍ କୌଣସି ଅଘଟଣ ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି ।

ଏହାର ଦୁଇଦିନ ପରେ ଗତ ୩ ତାରିଖରେ କୋଇଡା ଓଏମସିର ରିଜିଓନାଲ୍ ମ୍ୟାନେଜରଙ୍କୁ ବାଗୁନ୍ ଲେଖିଥିବା ଅନ୍ୟ ଏକ ପତ୍ରରେ ଟ୍ରାନସପୋର୍ଟିଂ କାର୍ଯ୍ୟ ସ୍ଥାନୀୟ ଲୋକଙ୍କୁ ନ ଦେଲେ ରାଜ୍ୟ ବାହାରକୁ ଯାଉଥିବା କଞ୍ଚାମାଲ ଚାଲାଣକୁ ବନ୍ଦ କରାଯିବ ବୋଲି ଧମକ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଦାବିକ୍ରମେ ସାଂସଦ ଜୁଏଲ୍ ଓରାମଙ୍କ ଏହା ନିଷ୍ପତ୍ତି ବୋଲି ସେ ଜଣାଇଥିଲେ । କେନ୍ଦୁଡିହିସ୍ଥିତ ଅଫିସ ସମରାଓରାମ୍ କମ୍ପ୍ଲେକ୍ସକୁ ଟ୍ରାନସପୋର୍ଟରମାନେ ଆସି ଆଲୋଚନା କରନ୍ତୁ । ଏଥିପାଇଁ ୩ ଦିନ ସମୟ ଦିଆଯାଉଛି । ଯଦି କେହି ଟ୍ରାନସପୋର୍ଟର କିମ୍ବା ଫ୍ୟାକ୍ଟ୍ରି ମାଲିକ ଆଲୋଚନାକୁ ନ ଆସନ୍ତି ତେବେ ଟ୍ରାନସପୋର୍ଟିଂ ବନ୍ଦ କରିବାକୁ ସାଂସଦଙ୍କ ନିର୍ଦ୍ଦେଶ ଥିବା ସେ ଏଥିରେ ଲେଖିଥିଲେ ।

ସେହିଭଳି, ଦେଓଝର ଜେଏସପିଏଲ ମ୍ୟାନେଜର, ବିଲେଇପଦାଙ୍କୁ ସେହି ୩ ତାରିଖରେ ଆଉ ଏକ ଚିଠି କରିଥିଲେ ବାଗୁନ୍ ଗାଗରାଇ । ଖଣ୍ଡାଧାର ମାଇନ୍ସରୁ ପ୍ରତିଦିନ ହଜାର ହଜାର ଟନ୍ ର କଞ୍ଚାମାଲ ଦେଓଝର ଜେଏସପିଏଲ ବିଲେଇପଦାକୁ ଯାଉଥିବା ବେଳେ ଗୋଟେ ଲୋକାଲ୍ ଟ୍ରାନସପୋର୍ଟରକୁ ସଂଯୋଗ କରିବାକୁ ସେ ଚାପ ପକାଇଥିଲେ । ଏହା ନ ହେଲେ ଆଗାମୀ ଦିନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ ।

ସୂଚନାଥାଉକି, ସୁନ୍ଦରଗଡ଼ ଜିଲ୍ଲାର କୋଇଡାରେ ଥିବା ଖଣ୍ଡାଧାର କୁରୁମିତ୍ର ମାଇନସ୍(ଓଏମସି)ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ଭାବେ ନିଯୁକ୍ତିପତ୍ର ଧରି ବୁଲୁଛନ୍ତି ସ୍ଥାନୀୟ ଅଞ୍ଚଳା ବିଜେପି ନେତା ବାଗୁନ୍ ଗାଗରାଇ । ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଗ୍ରାମରେ ତାଙ୍କ ଘର । ଅଗଷ୍ଟ ୨୫ ତାରିଖରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ୍ ଙ୍କ ସରକାରୀ ଲେଟର ପ୍ୟାଡ୍ ରେ ଏବଂ ତାଙ୍କ ଦସ୍ତଖତରେ କୋଇଡାସ୍ଥିତ ଓଏମସିର ରିଜିଓନାଲ୍ ମ୍ୟାନେଜରଙ୍କୁ ଏହାର ଚିଠି ହୋଇଛି ।

ଜୁଏଲ୍ ଙ୍କ ଦସ୍ତଖତରେ ହୋଇଥିବା ଚିଠିରେ ଶ୍ରୀ ବାଗୁନ୍ ଗାଗରାଇଙ୍କୁ ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦଙ୍କ ପ୍ରତିନିଧି ଭାବେ ଅଧିକୃତ କରାଯାଇଛି । ସାଂସଦଙ୍କ ପକ୍ଷରୁ ସେ ବିଭିନ୍ନ କଥା ବୁଝାବୁଝି କରିବେ । ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅଫିସରମାନଙ୍କ ସହ କଥା ହେବେ । ସବୁ ବୈଠକରେ ଯୋଗଦେଇ ସାଂସଦଙ୍କ ପକ୍ଷରୁ ଅନୁମୋଦନ ଏବଂ ପରାମର୍ଶ ରଖିବେ ବୋଲି ଉଲ୍ଲେଖ କରାଯାଇଛି ।

ଖଣି ବ୍ୟବସାୟିକ ସଂସ୍ଥାରେ ସାଂସଦଙ୍କ ପ୍ରତିନିଧି ରହିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋଇଡାରେ ତାହା ଦେଖିବାକୁ ମିଳିଛି । ଏ ନେଇ ଜୁଏଲ୍ ଓରାମ୍ ଙ୍କର ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ବାଗୁନ୍ ଗାଗରାଇଙ୍କର କାର୍ଯ୍ୟକଳାପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Previous Post

ଓଏମସି ଖଣିରେ ସାଂସଦଙ୍କ ପ୍ରତିନିଧି!

Next Post

ବର୍ଷେ ହେଲା କହିଲେଣି ‘ଖୁବ୍ ଶୀଘ୍ର’

Next Post
ବର୍ଷେ ହେଲା କହିଲେଣି ‘ଖୁବ୍ ଶୀଘ୍ର’

ବର୍ଷେ ହେଲା କହିଲେଣି 'ଖୁବ୍ ଶୀଘ୍ର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA