Thursday, February 19, 2026 12:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର

ପୁଣି ମାନବିକତା ଦେଖାଇଲା 'ଓଡ଼ିଶା-ମୋ ପରିବାର'

by Our Correspondent
16 Jan, 2021- 09:12 PM
in Latest News, News
1 min read
0
ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର

ନବରଙ୍ଗପୁର/ଭୁବନେଶ୍ୱର: ଚେନ୍ନାଇରେ ପୁଅର ମୃତୁ୍ୟ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର । ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶିକ୍ଷିତ, ଗରିବ ପରିବାର ପକ୍ଷରେ ସମ୍ଭବ ନ ଥିଲା । ଗାଁରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡ଼ିଥିଲା ବେଳେ ଭଗବାନ ସେମାନଙ୍କ ଦୁଃଖ ବୁଝିଛନ୍ତି । ଦେବଦୂତ ଭାବେ ଉଭା ହୋଇଥିଲେ ‘ଓଡ଼ିଶା-ମୋ ପରିବାର’ । ‘ଓଡ଼ିଶା-ମୋ ପରିବାର’ ସହଯୋଗରେ ଆଜି ସକାଳେ ଚେନ୍ନାଇରୁ ଶବ ଆସିବା ପରେ ନବରଙ୍ଗପୁର ନିଜ ଗାଁରେ ସକ୍ରାର କରାଯାଇଛି ।

ଘଟଣାରୁ ଜଣାପଡ଼ିଛି, ନବରଙ୍ଗପୁର ଜିଲ୍ଲା ତେଲିପଡ଼ା ଗାଁର କ୍ରିଷ୍ଣା ହରିଜନ ତାମିଲନାଡୁର ଏକ ରାଇସ୍ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ବୁଧବାର ସକାଳୁ କ୍ରିଷ୍ଣାଙ୍କ ମୃତଦେହ ମିଲ୍ ପରିସରରୁ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ତେବେ ମିଲ୍ ମାଲିକ ଶବକୁ ଗାଏବ କରି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହି ଖବର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟାଳୟକୁ ଆସିଥିଲା । କ୍ରିଷ୍ଣାଙ୍କ ଶବକୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ଲାଗି ଓଡ଼ିଶା-ମୋ ପରିବାର ଟିମ୍ ଉଦ୍ୟମ ଆରମ୍ଭ କରିଥିଲେ । ତାମିଲନାଡୁ ଅତିରିକ୍ତ ପୁଲିସ ଡିଜି ଅଶୋକ ଦାସଙ୍କ ସହିତ ଯୋଗାଯୋଗ କରିଥିଲେ । ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଆଇଜି ଅମିତାଭ ଠାକୁର ମଧ୍ୟ ଏଥିରେ ସହଯୋଗ କରିଥିଲେ । ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ତାମିଲନାଡୁ ଅତିରିକ୍ତ ପୁଲିସ କମିଶନର(ଟ୍ରାଫିକ) ଏ.ଅରୁଣ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ମିଲ୍ ମାଲିକ ହେପାଜତରୁ ଶବ ଉଦ୍ଧାର କରି ଓଡ଼ିଶା ଫେରାଇବାର ବ୍ୟବସ୍ଥା କରିଥିଲେ ।

ସାଧାରଣତଃ ଏହିଭଳି ମୃତ୍ୟୁରେ, ବ୍ୟବଚ୍ଛେଦ ପରେ ମର ଶରୀର ପଠାଯାଏ ନାହିଁ । କିନ୍ତୁ ଓଡ଼ିଶା-ମୋ ପରିବାରର ଅନୁରୋଧକ୍ରମେ ତାମିଲନାଡୁ ପୁଲିସ ମୃତ ଶରୀରକୁ ସସମ୍ମାନେ ଓଡ଼ିଶା ପଠାଇଛନ୍ତି । ‘ଓଡ଼ିଶା-ମୋ ପରିବାର’ ଟିମ୍ ସଦସ୍ୟମାନେ ସେଠାରୁ ଆମ୍ବୁଲାନସ୍ ଯୋଗେ ଶବକୁ ନବରଙ୍ଗପୁରର କ୍ରିଷ୍ଣାଙ୍କ ଗାଁ ତେଲିପଡ଼ା ଆଣି ଆଜି ଦିନ ୧୧ଟାରେ ପହଞ୍ଚିଥିଲେ । ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କ ସମେତ ‘ଓଡ଼ିଶା-ମୋ ପରିବାର’ ର ସଦସ୍ୟମାନଙ୍କ ସହଯୋଗ ଓ ଉପସ୍ଥିତିରେ କ୍ରିଷ୍ଣାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି ।

‘ଓଡ଼ିଶା ମୋ ପରିବାର’ର ଏହି ପ୍ରଚେଷ୍ଟାକୁ ସର୍ବତ୍ର ପ୍ରଶଂସା କରାଯାଇଛି ।

Previous Post

କିମ୍‍ସରେ କୋଭିଡ୍‍-୧୯ ଟିକାଦାନ ଆରମ୍ଭ

Next Post

ସ୍କୁଲ ବୁଲିଲେ ପାଣ୍ଡିଆନ୍

Next Post
ସ୍କୁଲ ବୁଲିଲେ ପାଣ୍ଡିଆନ୍

ସ୍କୁଲ ବୁଲିଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA