Thursday, January 15, 2026 11:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂହ

by Our Correspondent
02 Jan, 2026- 10:48 PM
in Latest News, News
1 min read
0
ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂହ

ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରେ ଓଡ଼ିଶା ପାଇଛି ନୂଆ ଉନ୍ନୟନ କମିସନର । ରାଜ୍ୟ ପ୍ରଶାସନର ଏହି ଦୁଇ ନମ୍ବର ଶୀର୍ଷ ପଦବୀରେ ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଂଜନ କୁମାର ସିଂହ ନିଯୁକ୍ତି ପାଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ପଦବୀରେ ଥିଲେ । ଶ୍ରୀ ସିଂହଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ମଧ୍ୟ ଦିଆଯାଇଛି । ରାଜସ୍ୱ ଏବଂ ପ୍ରାକୃତିକ ଦୁର୍ବିପାକ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦ ତାଙ୍କର ବଜାୟ ରହିଛି । ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଉଛନ୍ତି ।

ଉନ୍ନୟନ କମିସନର ଭାବେ ଆଜି ଦାୟିତ୍ୱ ସମ୍ଭାଳିଛନ୍ତି ଶ୍ରୀ ସିଂହ । ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଏହି ଗୁରୁ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାରେ ଏକ ନୂଆ ଅଧ୍ୟାୟ ଲେଖାଯାଉଛି । ୨୦୩୬ ସୁଦ୍ଧା ଆମ ରାଜ୍ୟ ସମୃଦ୍ଧ ଓଡ଼ିଶା ହେବ ଏବଂ ୨୦୪୭ ସୁଦ୍ଧା ଆମ ଦେଶ ବିକ୍ଷିପ୍ତ ଭାରତ ହେବ । ସେଇ ଦିଗରେ ମୁଁ ମୋର ସାମର୍ଥ, ପ୍ରଜ୍ଞା ଅନୁସାରେ ଶତ ପ୍ରତିଶତ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

ସୂଚନାଥାଉକି, ବରିଷ୍ଠ ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଗତକାଲି ଅଦଳବଦଳ କରିଥିଲେ । ଦେଓରଞ୍ଜନ କୁମାର ସିଂହଙ୍କ ସମେତ ୬ ଜଣ ବରିଷ୍ଠ ଆଇଏଏସ୍ ଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ୨ ଜଣ ଜିଲ୍ଲାପାଳ ନିଯୁକ୍ତି ପାଇଛନ୍ତି । ୧୯୯୧ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଭାବେ କଟକଠାରେ ନିଯୁକ୍ତି ମିଳିଛି । ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦବୀରେ ଥିଲେ । ଏଥିସହ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଇପିକଲ୍ ଅଧ୍ୟକ୍ଷ ଭାେବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ୧୯୯୯ ବ୍ୟାଚ୍ ଆଇଏଏସ୍ ଶ୍ରୀମତୀ ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ମହିଳା ଓ ଶିଶୁ ବିକାଶ ବିଭାଗର ସେ ପ୍ରମୁଖ ସଚିବ ଅଛନ୍ତି । ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କର ଜ୍ୟୋତି ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ପାଇଛନ୍ତି । ଅବକାରୀ ବିଭାଗର ପ୍ରମୁଖ ସଚିବର ମୂଳ ଦାୟିତ୍ୱ ସହ ଓପିଟିସିଏଲ୍ ର ସିଏମଡି ଏବଂ ଓଏସବିସିଏଲ୍ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ୍ ସ୍ୱତନ୍ତ୍ର ରିଲିଫ୍ କମିସନର ତଥା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । ସମବାୟ ବିଭାଗର କମିସନର ତଥା ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଓଏସଡବ୍ଲୁସିର ଅଧ୍ୟକ୍ଷ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ୨୦୧୫ ବ୍ୟାଚ୍ ଆଇଏଏସ୍ ଶ୍ରୀମତୀ ମଧୁମିତା ରଥ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସେ ଅତିରିକ୍ତ ସଚିବ ଥିଲେ । ୨୦୧୯ ବ୍ୟାଚ୍ ଆଇଏଏସ୍ ତଥା ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ୍ ଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Previous Post

ଓଏଏସ୍ ନିଯୁକ୍ତିରେ କେଁ !

Next Post

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା

Next Post
୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA