Saturday, February 21, 2026 07:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ହାଇକୋର୍ଟ କ୍ଷୁବ୍ଧ, ଡିଜିପିଙ୍କୁ ଭର୍ତ୍ସନା

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ତଦନ୍ତ ଶିଥିଳତାକୁ ପ୍ରଶ୍ନ

by Our Correspondent
18 Nov, 2020- 08:36 PM
in Crime, Latest News, News
1 min read
0
ହାଇକୋର୍ଟ କ୍ଷୁବ୍ଧ, ଡିଜିପିଙ୍କୁ ଭର୍ତ୍ସନା

ଭୁୁବନେଶ୍ୱର: ମାମଲାକୁ ଅଢ଼େଇ ମାସ ବିତିଯାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି? ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଇଛି କି? ଡିସେମ୍ବର ୧୬ ସୁଦ୍ଧା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କର ।

ରାଜଧାନୀରେ ୧୩ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ତଦନ୍ତର ଶିଥିଳତାକୁ ନେଇ ଆଜି ଓଡିଶା ହାଇକୋର୍ଟ ରାଜ୍ୟର ପୁଲିସ ମୁଖିଆ ଡିଜିପି ଶ୍ରୀ ଅଭୟଙ୍କୁ ଏଭଳି କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ଡିଜିପି ବ୍ୟକ୍ତିଗତ ହାଜିରା ହୋଇ ତଦନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଶ୍ରୀ ଅଭୟ ଭିଡିଓ କନଫରେନ୍ସିଂ ଯୋଗେ ହାଜିରା ହୋଇଥିଲେ । ଅତିରିକ୍ତ ଡିଜି ଏକ ଜଉମୁଦା ଲଫାପାରେ ତଦନ୍ତ ଅଗ୍ରଗତି ରିପୋର୍ଟ ଦେଇଥିଲେ ।

ଗତ ୯ ତାରିଖରେ ହାଇକୋର୍ଟ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ୧୮ ତାରିଖରେ ଡିଜିପି ନିଜେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମଝିରେ ଆହୁରି ୯ ଦିନ ପାଇଥିଲେ ମଧ୍ୟ ତଦନ୍ତକାରୀ କ୍ରାଇବ୍ରାଞ୍ଚ ସଂସ୍ଥାର ଆଖି ଖୋଲିଲା ନାହିଁ କି ଖୋଦ୍ ଡିଜିପି ମଧ୍ୟ ତତ୍ପରତା ଦେଖାଇଲେ ନାହିଁ । ଯାହାର ପରିଣାମ ଆଜି ଡିଜିଙ୍କୁ ଭୋଗିବାକୁ ପଡ଼ିଛି ।

ପୁଲିସର ତଦନ୍ତ ପ୍ରକ୍ରିୟା ଓ ଏହାର ଫଳାଫଳକୁ ନେଇ ଆଜି ପୁଣି ଥରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଭୀଷଣ କ୍ଷୁବ୍ଧ ହୋଇପଡ଼ିଥିଲେ । ଯଦି ନ ପାରୁଚ ହାଇକୋର୍ଟ ନିଜ ଆଡୁ ପଦକ୍ଷେପ ନେବେ ବୋଲି ସିଧା ଶୁଣାଇ ଡିଜିପିଙ୍କୁ ଭର୍ତ୍ସନା କରିଥିଲେ । ଆସନ୍ତା ୧୬ ତାରିଖ ସୁଦ୍ଧା ତଦନ୍ତ ଶେଷ କରି କାର୍ଯ୍ୟାନୁଷ୍ଠାନ ନିଅ । ୧୬ ତାରିଖ ପରବର୍ତ୍ତୀ ଶୁଣାଣିରେ ପୂର୍ଣ୍ଣାଙ୍ଗ ରିପୋର୍ଟ ସହ ହାଇକୋର୍ଟରେ ହାଜର ହୁଅ । ସେଦିନ କ୍ରାଇମବ୍ରାଞ୍ଚ ଡିଜି ଉପସ୍ଥିତ ରହିବାକୁ ହାଇକୋର୍ଟ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟଙ୍କ ବିରକ୍ତି ଓ ଅସନ୍ତୋଷ ସହ ଜନସାଧାରଣ ମଧ୍ୟ ଏକମତ । ଏହି ଜଘନ୍ୟ ଓ ସମ୍ବେଦନଶୀଳ ମାମଲାରେ କମିଶନରେଟ୍ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ପୁଲିସର ତଦନ୍ତ ପକ୍ରିୟା ଏକପ୍ରକାର ସ୍ଥାଣୁ ହୋଇପଡ଼ିଛି । ମାମଲାକୁ ୮୦ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିବା ସମସ୍ତଙ୍କୁ ଚକିତ କରିଛି । ପୋକସୋ ଆକ୍ଟ ଲାଗିଥିବା ଅଭିଯୁକ୍ତ ଖୁଲମ୍ ଖୋଲା ଅଫିସ୍ ଆସୁଥିଲେ ମଧ୍ୟ ଓଡିଶା ପୁଲିସ ସେମାନଙ୍କୁ ଗିରଫ କରୁନାହିଁ । ମାମଲା ଚାପିଦେବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ସାହାସ କରୁନାହିଁ ।

ଛୋଟ ଛୋଟ ଅପରାଧରେ ପୁଲିସ ସିଂହଭଳି ଆଚରଣ ଦେଖାଉଥିଲା ବେଳେ ନାବାଳିକା ଗଣଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ପୁଲିସ ମୂଷା ଭଳି ଆଚରଣ କରିବା ପଛର ରହସ୍ୟ କାହାରିକୁ ବୁଝାପଡୁନାହିଁ । ଏକ ନମ୍ବର ଟିଭି ଚାନେଲ୍ ର ସଂପୃକ୍ତି ଥିବାରୁ ଅପରାଧୀଙ୍କୁ ସୁରକ୍ଷା ଦେବାରେ ଖୋଦ୍ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ସନ୍ଦେହ ସୃଷ୍ଟି କରିଛି ।

ସୂଚନାଥାଉକି, ଗଣଦୁଷ୍କର୍ମର ଶିକାର ନାବାଳିକା ହେଉଛନ୍ତି ଓଟିଭିର ପୂର୍ବତନ କର୍ମଚାରୀଙ୍କ ଝିଅ । ଓଟିଭିର ୪ ଜଣ କର୍ମଚାରୀ, ଜଣେ ପୁଲିସ କର୍ମଚାରୀଙ୍କ ସମେତ ସମୁଦାୟ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ମହିଳା ଥାନା ପୁଲିସ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି । ମାମଲା ଚାପିଦେବାକୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବା ନିଜେ ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି ।

ଅଗଷ୍ଟ ୩୦ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ମାମଲାର ତଦନ୍ତ କରୁଥିବା ଡିସିପି ଗଣମାଧ୍ୟମକୁ ବୟାନ ଦେଇଥିଲେ । ସମୟ ଗଡ଼ିବା ସହ ତଦନ୍ତ ଶିଥିଳ ହେଉଥିବାରୁ କରୋନାର ଆଳ ଦେଖାଇଥିଲେ ଡିସିପି ଏବଂ କମିଶନର । ଦୁଇ ଦୁଇ ଥର ହାଇକୋର୍ଟଙ୍କ ତାଗିଦ୍ କୁ ମଧ୍ୟ କମିଶନରେଟ୍ ପୁଲିସ ଖାତିର କରି ନ ଥିଲା । ନାଁକୁ ମାତ୍ର ଓଟିଭି ଅଫିସକୁ ଥରେ ଦୁଇଥର ଯାଇ ଖାଲି ହାତରେ ଫେରି ଆସିଥିଲା ।

କମିଶନରେଟ୍ ପୁଲିସ ତଦନ୍ତରେ ଶିଥିଳତା ଯୋଗୁଁ ଗତ ଅକ୍ଟୋବର ୮ ରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ହସ୍ତାନ୍ତର ହୋଇଥିଲା । ତଦନ୍ତଭାର ପାଉ ପାଉ କ୍ରାଇବ୍ରାଞ୍ଚ ପୁଲିସ ନିଜର ପାରଙ୍ଗମପଣିଆର ଫାର୍ସ ଦେଖାଇଥିଲା । ଓଟିଭିର ଦୁଇ କର୍ମଚାରୀଙ୍କୁ ଡାକି ଜେରା କରିଥିଲା । ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ୍ ପଠାଇଥିଲା । ମାତ୍ର ଓଟିଭି ଏମଡି ହାଜିରା ଦେଇ ନ ଥିଲେ । କ୍ରାଇବ୍ରାଞ୍ଚକୁ ସମୟ ମାଗି ତଦନ୍ତକାରୀ ଅଧିକାରୀମାନେ ତାଙ୍କ ଅଫିସ ଆସନ୍ତୁ ବୋଲି ଜାଗୀ ମେଲ୍ ପଠାଇଥିଲେ । ତାହାପରଠୁ କ୍ରାଇବ୍ରାଞ୍ଚ ର ପଦକ୍ଷେପ ଜଣାପଡ଼ିନାହିଁ ।

Previous Post

କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

Next Post

ତଦନ୍ତ ସାମନାକୁ ଡରୁଛନ୍ତି ଜାଗୀ ମ୍ୟାଡାମ୍!

Next Post
ତଦନ୍ତ ସାମନାକୁ ଡରୁଛନ୍ତି ଜାଗୀ ମ୍ୟାଡାମ୍!

ତଦନ୍ତ ସାମନାକୁ ଡରୁଛନ୍ତି ଜାଗୀ ମ୍ୟାଡାମ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA