ଭୁୁବନେଶ୍ୱର: ବିଜେପି ସରକାରକୁ ୨୨ ମାସ ପୂରିବା ପରେ ଗଠନ ହୋଇଛି ଜିଲ୍ଲା ଯୋଜନା କମିଟି । ୩୦ଟି ଜିଲ୍ଲା ପାଇଁ ରାଜ୍ୟ ସରକାର ଆଜି ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ୪ ଜଣ ମନ୍ତ୍ରୀ ଏବଂ ୨୬ ବିଧାୟକଙ୍କୁ ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହି ତାଲିକା ପ୍ରକାଶ ପାଇଛି ।
ଅଶୋକ ମହାନ୍ତି-ଅନୁଗୁଳ, ଲକ୍ଷ୍ମଣ ବାଗ-ବଲାଙ୍ଗୀର, ପଦ୍ମଲୋଚନ ପଣ୍ଡା-ବାଲେଶ୍ୱର, ଅଶ୍ୱିନୀ କୁମାର ଷଡ଼ଙ୍ଗୀ-ବରଗଡ଼, ସୀତାଂଶୁ ଶେଖର ମହାପାତ୍ର-ଭଦ୍ରକ, କହ୍ନାଇ ଚରଣ ଡାଙ୍ଗ-ବୌଦ୍ଦ, ଛବି ମଲ୍ଲିକ- କଟକ, ସୁରେଶ ପୂଜାରୀ-ଦେବଗଡ଼, ଶ୍ରୀମତୀ ସୀମାରାଣୀ ନାୟକ-ଢ଼େଙ୍କାନାଳ, ପୃଥ୍ୱାରାଜ ହରିଚନ୍ଦନ-ଗଜପତି, ପୂର୍ଣ୍ଣଚନ୍ଦ୍ର ସେଠୀ-ଗଞ୍ଜାମ, ଅମରେନ୍ଦ୍ର ଦାସ-ଜଗତସିଂହପୁର, ଆକାଶ ଦାସନାୟକ-ଯାଜପୁର, ଟଙ୍କଧର ତ୍ରିପାଠୀ- ଝାରସୁଗୁଡ଼ା, ସୁଧୀର ରଞ୍ଜନ ପାଟ୍ଟଯୋଶୀ- କଳାହାଣ୍ଡି, ଉମା ଚରଣ ମଲ୍ଲିକ- କନ୍ଧମାଳ, ଦୁର୍ଗା ପ୍ରସନ୍ନ ନାୟକ- କେନ୍ଦ୍ରାପଡ଼ା, ଫକୀର ମୋହନ ନାଏକ- କେନ୍ଦୁଝର, ପ୍ରଶାନ୍ତ କୁମାର ଜଗଦ୍ଦେବ- ଖୋର୍ଦ୍ଧା, ରଘୁରାମ ମାଛ- କୋରାପୁଟ, ନରସିଂହ ମାଡ଼କାମୀ- ମାଲକାନଗିରି, ଭାସ୍କର ମଢ଼େଇ-ମୟୁରଭଞ୍ଜ, ଗୈାରୀଶଙ୍କର ମାଝୀ- ନବରଙ୍ଗପୁର, ଦୁଷ୍ମନ୍ତ କୁମାର ସ୍ୱାଇଁ- ନୟାଗଡ଼, ଜୟ ଢ଼ୋଲକିଆ- ନୂଆପଡ଼ା, ଓମ୍ ପ୍ରକାଶ ମିଶ୍ର- ପୁରୀ, ନିତ୍ୟାନନ୍ଦ ଗଣ୍ଡ- ରାୟଗଡ଼ା, କୃଷ୍ଣଚନ୍ଦ୍ର ପାତ୍ର- ସମ୍ବଲପୁର, ରଘୁନାଥ ଜଗଦଲା-ସୁବର୍ଣ୍ଣପୁର, ଦୁର୍ଗା ଚରଣ ତନ୍ତୀ- ସୁନ୍ଦରଗଡ଼ ।