Saturday, February 7, 2026 11:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଲିଖିତ ‘ଏ ମାଟି କଥା କହେ ଏବଂ ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ ପୁସ୍ତକର ଶୁଭ ଉନ୍ମୋଚନ

by Our Correspondent
07 Feb, 2026- 11:34 PM
in Latest News, News
1 min read
0

ଭୁବନେଶ୍ୱର: ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ତଥା ସ୍ମରଣୀୟ ଅବସର । ଭାରତୀୟ ରାଜନୀତିର ଏକ ବିଶିଷ୍ଟ ନାମ, ଓଡ଼ିଶାର ଗର୍ବ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ର ଶୁଭ ଉନ୍ମୋଚନ ଅବସରରେ ଉପସ୍ଥିତ ହୋଇ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି । ଆଜି ଉନ୍ମୋଚିତ ହେଉଥିବା ଏହି ଦୁଇଟି ପୁସ୍ତକ ଆମ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠୁ ଅଧିକ ମହତ୍ୱପୂର୍ଣ୍ଣ ହେଉଛନ୍ତି ଏହାର ରଚୟିତା ।

ତାଙ୍କର ନୀତି, ଆଦର୍ଶ, ରାଜନୈତିକ ପରିଚୟ ଏବଂ ରାଜ୍ୟ ଓ ଦେଶ ପାଇଁ ଦୀର୍ଘବର୍ଷ ଧରି ରହିଥିବା ଅମୂଲ୍ୟ ସେବା ତାଙ୍କୁ ଓଡ଼ିଶା ତଥା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି ।

ଓଡ଼ିଶା ରାଜନୀତିର ଇତିହାସରେ ଯେବେ ବି ପ୍ରମୁଖ ରାଜନେତାଙ୍କ ନାମ ଉଲ୍ଲେଖ ହୁଏ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାମ ସ୍ୱାଭାବିକ ଭାବେ ସର୍ବାଗ୍ରେ ରହିଥାଏ ।

ସେ କେବଳ ଜଣେ ସଫଳ ରାଜନେତା ନୁହନ୍ତି, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ଓଜସ୍ୱୀ ବକ୍ତା ଭାବରେ ମଧ୍ୟ ସାରା ଦେଶରେ ପରିଚିତ ।

ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ରାଜ୍ୟପାଳ ଭାବେ ଦାୟିତ୍ୱ ପାଳନ କରୁଥିବା ସମୟରେ ସେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଯେଉଁ ଲୋକାଭିମୁଖୀ ମାର୍ଗଦର୍ଶନ ସୃଷ୍ଟି କରିଥିଲେ, ତାହା ଆଜି ମଧ୍ୟ ସାଧାରଣ ଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିଛି । ୧୯୭୨ ମସିହା ପୂର୍ବରୁ ଓଡ଼ିଶା ହାଇକୋର୍ଟର ଜଣେ ପ୍ରତିଷ୍ଠିତ ଆଇନଜୀବୀ ଭାବରେ ଖ୍ୟାତି ଅର୍ଜନ କରିଥିବା ଶ୍ରୀଯୁକ୍ତ ହରିଚନ୍ଦନ, ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ହୋଇଥିବା ଆନ୍ଦୋଳନରେ ନେତୃତ୍ୱ ନେଇ କାରାବରଣ ମଧ୍ୟ କରିଥିଲେ ।

ଏହା ତାଙ୍କର ନିର୍ଭୀକତା ଓ ସମ୍ୱିଧାନ ପ୍ରତି ଅତୁଟ ସମ୍ମାନ ଓ ଆସ୍ଥାର ପ୍ରମାଣ।

ସେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ପ୍ରତିଷ୍ଠାତା ସଭାପତି ଥିଲେ ଏବଂ ଚାରିଥର ସେହି ଦାୟିତ୍ୱ ଅଳଙ୍କୃତ କରିଥିଲେ । ୧୯୭୭ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ୫ ଥର ବିଧାୟକ ଓ ୪ ଥର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କ ସେବା କରିଛନ୍ତି।

ନିଜ ମାଟି, ନିଜ ଦେଶ ଓ ଜାତି ପ୍ରତି ଅଗାଧ ଭଲପାଇବା ରଖିଥିବା ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଗର୍ବ ଓ ଗୌରବ।

ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦି ଗ୍ରେଟ୍ କମାଣ୍ଡର’ ଓଡ଼ିଶାର ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ବୀରତ୍ୱ ଓ ସଂଘର୍ଷର ଗାଥାକୁ ସାରା ଦେଶବାସୀଙ୍କ ନିକଟରେ ପହଞ୍ଚାଇବ ।

ଏହି ପୁସ୍ତକ ଇତିହାସର ଅନାଲୋଚିତ ପ୍ରସଙ୍ଗଗୁଡ଼ିକୁ ଲୋକଲୋଚନକୁ ଆଣି ନୂତନ ଗବେଷଣାର ଦ୍ୱାର ଖୋଲିବ । ଆମେ ସମସ୍ତେ ଜାଣିଛୁ ଯେ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଏ।

କିନ୍ତୁ, ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏହି ଖୋର୍ଦ୍ଧା ମାଟିରେ ଆରମ୍ଭ ହୋଇଥିଲା ସଶସ୍ତ୍ର ପାଇକ ବିଦ୍ରୋହ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ଯାହା ବୋଧହୁଏ ସାରା ଦେଶରେ ଏପରି ଏକ ସଶସ୍ତ୍ର ସଂଗ୍ରାମ ଏତେ ବ୍ୟାପକ ଭାବେ ପ୍ରଥମ ଥର ପାଇଁ ହୋଇଥିଲା। କିନ୍ତୁ, ଏହି ସଂଗ୍ରାମକୁ ଯେପରି ଭାବେ ମାନ୍ୟତା ମିଳିବା କଥା ଜାତୀୟ ସ୍ତରରେ ହେଉ କି ଓଡିଶାର ଇତିହାସରେ ହେଉ ତାହା ମିଳିପାରି ନାହିଁ। ତେଣୁ, ଶ୍ରୀଯୁକ୍ତ ହରିଚନ୍ଦନଙ୍କ ଦ୍ଵାରା ରଚିତ ଏହି ପୁସ୍ତକ ପାଇକ ବିଦ୍ରୋହ ବିଷୟରେ ଜାତୀୟ ସ୍ତରରେ ଅଧିକ ଆଲୋକପାତ କରିବା ସହ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଦେବା ପ୍ରୟାସକୁ ଆହୁରି ମଜବୁତ କରିବ।

ବିଶ୍ୱଭୂଷଣ ବାବୁ ଅନେକ ସମୟରେ ବିଭିନ୍ନ ସଭାସମିତିରେ ତାଙ୍କ ବକ୍ତବ୍ୟରେ ବକ୍ସିଙ୍କ ବୀରତ୍ୱ ସମ୍ପର୍କରେ ଆଲୋକପାତ କରିଥାନ୍ତି । ମୁଁ ଅନେକ ସମୟରେ ସେହି ଭାଷଣ ଶୁଣିଛି । ମୁଁ ଦୃଢ଼ ନିଶ୍ଚିତ ଯେ, ବିଶ୍ୱଭୂଷଣ ବାବୁ ବକ୍ସିଙ୍କ ସାହସ, ବୀରତ୍ୱ, ତ୍ୟାଗ ଓ ସାଲିସ୍‌ବିହୀନ ଗୁଣ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ।

କାରଣ, ଏହି ସବୁ ଗୁଣଗୁଡ଼ିକ, ମୁଁ ବିଶ୍ୱଭୂଷଣ ବାବୁଙ୍କ ପାଖରେ ମଧ୍ୟ ଥିବାର ଅନୁଭବ କରିଛି । ଆଜି ଏହି ପୁସ୍ତକ ଦ୍ୱାରା, ମୁଁ ଆଶା କରୁଛି, ବକ୍ସିଙ୍କ ମହାନ୍‌ ଗୁଣଗୁଡ଼ିକ ଆମ ଯୁବବର୍ଗଙ୍କ ଭିତରେ ମଧ୍ୟ ସଞ୍ଚାରିତ ହେବ ।

ସେହିପରି ‘ଏ ମାଟି କଥା କହେ’ ପୁସ୍ତକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଗଣତନ୍ତ୍ର, ଗଣମାଧ୍ୟମ, ଓଡ଼ିଆ ଜାତିର ଅସ୍ମିତା, ବିଶ୍ୱ ଶାନ୍ତି ଓ ଶ୍ରୀଜଗନ୍ନାଥଙ୍କ ନବକଳେବର ଯାତ୍ରା ଉପରେ ଆଧାରିତ ୩୦ଟି ଗଭୀର ଚିନ୍ତନାତ୍ମକ ବିଷୟ ସାମିଲ ହୋଇଛି, ଯାହା ସମସ୍ତ ବର୍ଗର ପାଠକଙ୍କୁ ନିଶ୍ଚୟ ଆକର୍ଷିତ କରିବ।

ମୁଁ ଆଶା କରୁଛି ଏହି ପୁସ୍ତକର ଇଂରାଜୀ ଅନୁବାଦ ମଧ୍ୟ ଆଗାମୀ ଦିନରେ ଉପଲବ୍‌ଧ ହେବ । ତା’ହେଲେ ଏହି ସବୁ ବିଷୟରେ ସାରା ଦେଶର ପାଠକ ଜାଣିବାକୁ ପାଇବେ ।

ଶ୍ରୀଯୁକ୍ତ ହରିଚନ୍ଦନଙ୍କର ଅନେକ ନାଟକ, ପ୍ରବନ୍ଧ ଓ ଗଳ୍ପ ସଂକଳନ ପାଠକୀୟ ମହଲରେ ବେଶ୍‌ ଆଦୃତି ଲାଭ କରିଛି ।

ତାଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’, ପାଠକ ମହଲରେ ଅନେକ ପ୍ରଂଶସା ସାଉଁଟିଛି । ଏହି ଗ୍ରନ୍ଥଗୁଡ଼ିକର ଇଂରାଜୀ, ହିନ୍ଦୀ ଓ ତେଲୁଗୁ ଅନୁବାଦ ମାଧ୍ୟମରେ ସେ ସାରା ଦେଶରେ ଓଡ଼ିଆ ସାହିତ୍ୟ ଓ ଚିନ୍ତାଧାରାକୁ ପରିଚିତ କରାଇଛନ୍ତି।

ଏପରି ଜଣେ ଅନୁଭବୀ ମହାନ୍‌ ସାରସ୍ୱତ ସାଧକଙ୍କ ଲେଖନୀରୁ ଜନ୍ମ ନେଇଥିବା ଏହି ପୁସ୍ତକଗୁଡ଼ିକ ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଓ ସାଧାରଣ ପାଠକ — ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

ବିଶ୍ୱଭୂଷଣ ବାବୁ, ଆମ ସମସାମୟିକ ରାଜନୈତିକ ଜୀବନରେ ସବୁଠାରୁ ଅଭିଜ୍ଞ ଓ ସବୁଠାରୁ ଜ୍ଞାନୀ । ତାଙ୍କର ଦୀର୍ଘ ଅଭିଜ୍ଞତାପୂର୍ଣ୍ଣ ଜୀବନ ହିଁ ଆମ ପାଇଁ ପଥପ୍ରଦର୍ଶକ। ବକ୍ସିଙ୍କ ପରି ସେ କେବେ ସାଲିସ୍‌ କରିନାହାନ୍ତି ଏବଂ ଗୋପବନ୍ଧୁଙ୍କ ପରି ଜନସେବାରେ ନିୟୋଜିତ ଥାଇ ମଧ୍ୟ ସାରସ୍ୱତ ସାଧନାକୁ ମଧ୍ୟ ଛାଡ଼ିନାହାନ୍ତି । ଏହା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ।

ଏହି ଅବସରରେ ମୁଁ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ସମ୍ମାନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି ।

ତାଙ୍କର ଲେଖନୀ ଆଗାମୀ ପିଢିକୁ ଦେଶପ୍ରେମ, ମୂଲ୍ୟବୋଧ ଓ ଗଣତନ୍ତ୍ରର ଶିକ୍ଷା ଦେଇ ଚାଲିଥାଉ — ଏହି କାମନା କରୁଛି । ଆମ ସମସ୍ତଙ୍କ ପ୍ରତି ଆପଣଙ୍କ ଆଶିର୍ବାଦ ରହିଥାଉ, ଏତିକି ନିବେଦନ କରି ମୋର ବକ୍ତବ୍ୟ ଶେଷ କରୁଛି ।

Continue Reading
Previous Post

ବିସିପିପିଇଆର ପାଇଁ ବଡ଼ ଯୋଜନା

Next Post

ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏବେ କୋମାରେ: ବିଜେଡି

Next Post

ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏବେ କୋମାରେ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19157 shares
    Share 7663 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA