Thursday, February 19, 2026 07:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାର ଅଭିବୃଦ୍ଧି ହାର ୭.୯%

ଅର୍ଥନୈତିକ ସର୍ଭେ ୨୦୨୫-୨୬

by Our Correspondent
19 Feb, 2026- 07:28 PM
in Latest News, News
1 min read
0
ଓଡ଼ିଶାର ଅଭିବୃଦ୍ଧି ହାର ୭.୯%

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୭.୯ ପ୍ରତିଶତ ଆକଳନ କରାଯାଇଛି । ଯାହା ଜାତୀୟ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଠାରୁ ଅଧିକ । ଗତବର୍ଷ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଥିଲା ୭.୨ ପ୍ରତିଶତ । ସେହିଭଳି ଗତଥର ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ଓଡ଼ିଶାର ଘରୋଇ ଉତ୍ପାଦ ୯.୫ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନର ମୂଲ୍ୟରେ ଏହାର ଆକାର ୯.୯ ଲକ୍ଷ କୋଟି ଟଙ୍କା ହେବ । ଆଜି ଉପସ୍ଥାପତି ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ଆସିଛି ।

୨୦୨୫-୨୬ ବର୍ଷର ଏହି ରିପୋର୍ଟରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ଆକଳନ କରାଯାଇଛି । ଏହା ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି । ଏହି ସମୟରେ ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ତାରତମ୍ୟ ଦ୍ରୁତ ଗତିରେ ହ୍ରାସ୍ ପାଉଛି । ରାଜ୍ୟ ଅର୍ଥ ବ୍ୟବସ୍ଥାରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ୧୯.୬ ପ୍ରତିଶତ ଆକଳନ କରାଯାଇଛି । ଯାହା ଜାତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତଠାରୁ ଅଧିକ । ଓଡ଼ିଶାରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୫.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ଏହା ୩.୧ ପ୍ରତିଶତ ଥିଲା ।

ସେହିଭଳି ଖାଦ୍ୟଶସ୍ୟ ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିଛି । ୨୦୨୩-୨୪ରେ ଏହା ୧୪୩.୦୪ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୨୦୨୪-୨୫ରେ ଏହା ସର୍ବାଧିକ ୧୫୦.୫ ଲକ୍ଷ ମେଟ୍ରିକ୍ ଟନ୍ ରେକର୍ଡ କରିଛି । ୨୦୨୪-୨୫ରେ ଚାଉଳ ଉତ୍ପାଦନ ୧୧୮.୬ ଲକ୍ଷ ମେଟ୍ରିକ୍ ଟନ୍ ଥିଲା , ଯାହା ପୂର୍ବବର୍ଷ ତୁଳନାରେ ୨.୮ ପ୍ରତିଶତ ଅଧିକ ।

୨୦୨୪-୨୫ ରେ ପ୍ରାୟ ୨୦ ଲକ୍ଷ ଚାଷୀଙ୍କଠାରୁ ୯୨.୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା । ଚାଷୀଙ୍କୁ ଏମଏସପି ବାବଦରେ ୨୧,୩୦୦ କୋଟି ଟଙ୍କା ଏବଂ ଇନପୁଟ୍ ସବସିଡି ବାବଦରେ ୭୧୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୩% ବୃଦ୍ଧି ପାଇ ୨୭.୧ ଲକ୍ଷ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି । ଅଣ୍ଡା ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଜାତୀୟ ସ୍ତରର ଅଭିବୃଦ୍ଧି ହାରଠାରୁ ଦୁଇଗୁଣା ଅଧିକ । ୨୦୨୪-୨୫ରେ ମାଛ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୬.୧% ବୃଦ୍ଧି ପାଇ ୧୧.୯୨ ଲକ୍ଷ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି ।

ଶିଳ୍ପକ୍ଷେତ୍ରରେ ୮.୩ % ବୃଦ୍ଧିର ଆକଳନ କରାଯାଇଛି । ଜାତୀୟ ହାରାହାରି ୭% ରହିଛି । ୨୦୨୫ରେ ରାଜ୍ୟ ସରକାର ୨୪୪ଟି ନୂଆ ପ୍ରକଳ୍ପକୁ ମଞ୍ଜୁର କରିଥିଲେ । ଏଥିରେ ୫.୬୬ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବିତ ହୋଇଥିଲା । ଏଥିରେ ୩.୩୫ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ ବୋଲି ଆକଳନ କରାଯାଇଥିଲା । ଏ ପର୍ଯ୍ୟନ୍ତ ୮୦ଟି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହୋଇ ୧.୭୫ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ସହ ସିଧାସଳଖ ୧.୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ୨୦୨୫-୨୬ ବଜେଟ୍ ଆକଳନରେ ଓଡ଼ିଶାର ଋଣ ଓ ଜିଏସଡିପି ଅନୁପାତ ୧୩.୬ ପ୍ରତିଶତ ଆକଳନ କରାଯାଇଛି । ଯାହା ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ ଏବଂ ଏଫଆରବିଏମ୍ ସୀମା ୨୫%ଠାରୁ ମଧ୍ୟ ଯଥେଷ୍ଟ କମ । ଏହା ବ୍ୟତୀତ ରାଜସ୍ୱ ପ୍ରାପ୍ତି ଅନୁପାତ ସହିତ ସୁଧ ଦେୟ ୨.୮%ରେ ରହିଛି, ଯାହା ନିର୍ଦ୍ଧାରିତ ୧୫% ସୀମା ମଧ୍ୟରେ ରହିଛି ।

ଜନସ୍ୱାସ୍ଥ୍ୟ ବ୍ୟୟ ୨୦୧୯-୨୦ରେ ୬.୨ ହଜାର କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ଏହା ୧୯.୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା ବଜେଟ୍ କୁ ୨୦୨୩-୨୪ରେ ୨୨,୫୨୭ କୋଟି ଟଙ୍କାରୁ ୨୦୨୫-୨୬ରେ ୩୧,୧୮୫ କୋଟି ଟଙ୍କାକୁ ବୃଦ୍ଧି କରିଛି, ଯାହା କି ୨ ବର୍ଷ ମଧ୍ୟରେ ୩୮.୪% ଅଭିବୃଦ୍ଧି ହୋଇଛି । ଅନୁସୂଚିତ ଜାତି ଏବଂ ଜନଜାତି ଜନସଂଖ୍ୟାର ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ୨୦୨୨ରୁ ୨୦୨୪ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ସେମାନଙ୍କର ନିଯୁକ୍ତି ୨୮.୩%ରୁ ୩୧.୭%କୁ ବୃଦ୍ଧି ପାଇଛି ।

ଚଳିତବର୍ଷ ସମସ୍ତ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ହାର ଦେଖାଯାଇଛି ଏବଂ ରାଜ୍ୟରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇବାରୁ ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ଦ୍ରୁତ ଆର୍ଥିକ ବୃଦ୍ଧି ପାଇଁ ପ୍ରସ୍ତୁତ ଅଛି ବୋଲି କୁହାଯାଇଛି ।

Previous Post

ବୋଲଗଡ଼ ବିଡିଏଙ୍କୁ ନେଇ ଛକାପଂଝା

Next Post

ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Next Post
ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA