Wednesday, March 11, 2026 03:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏଲପିଜି ପାଇଁ ଏସମା

by Our Correspondent
10 Mar, 2026- 11:18 PM
in Latest News, News
1 min read
0
ଏଲପିଜି ପାଇଁ ଏସମା

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଜାଳେଣିି ଗ୍ୟାସ୍ ଅଭାବ ସିଧାସଳଖ ଏଲପିଜି ଗ୍ରାହକଙ୍କ ଉପରେ ପଡ଼ିଛି । ଭବିଷ୍ୟତରେ ରୋଷେଇ ଗ୍ୟାସ୍ ର ଅଭାବ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଲପିଜି ଗ୍ୟାସ ଯୋଗାଣରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ(ଏସମା) ଲାଗୁ କରିଛନ୍ତି । ଫଳରେ ଘରୋଇ ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଣରେ କୌଣସି ସମସ୍ୟା ହେବ ନାହିଁ ।

କେନ୍ଦ୍ର ସରକାରଙ୍କ ଦାବି ଅନୁଯାୟୀ, ଘରୋଇ ବ୍ୟବହାରୀଙ୍କ ପାଇଁ ଦେଶରେ ଏଲପିଜି ଗ୍ୟାସ୍ ଯଥେଷ୍ଟ ମହଜୁଦ ଅଛି । ସେଥିରେ କୌଣସି ସମସ୍ୟା ନାହିଁ । ତେଣୁ ସାଧାରଣ ଲୋକ ଭୟଭୀତ ହୁଅନ୍ତୁ ନାହିଁ କି ଗ୍ୟାସ୍ ଗଚ୍ଛିତ ରଖନ୍ତୁ ନାହିଁ । ଗ୍ୟାସ୍ କିଣିବା ପାଇଁ ଲମ୍ବା ଲାଇନ୍ ରେ ଛିଡ଼ା ନ ହେବାକୁ ପରାମର୍ଶ ଦିଆଯାଇଛି । ଆମେରିକା, କାନାଡ଼ା ଭଳି ଅନ୍ୟ ଦେଶରୁ ଏଲପିଜି ଆମଦାନୀ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କୁହାଯାଇଛି ।

ଇସ୍ରାଏଲ୍-ଇରାନ ଯୁଦ୍ଧ ଯୋଗୁଁ ସମୁଦ୍ର ପଥରେ ଗ୍ୟାସ୍ ଆସିବାରେ ବାଧା ସୃଷ୍ଟି ହୋଇଛି । ଭାରତକୁ ଆସୁଥିବା ଗ୍ୟାସ୍ ର ମୋଟ ୮୦ରୁ ୯୦ ପ୍ରତିଶତ ଏହି ବାଟ ଦେଇ ଆସିଥାଏ । ଯୁଦ୍ଧ ଯୋଗୁଁ ସେହି ବାଟରେ ଜାହାଜ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଛି । ତେବେ ଭାରତରେ ଏଲପିଜି ଗ୍ୟାସ୍ ସଙ୍କଟ ଯେଭଳି ନ ହୁଏ ସେଥିପ୍ରତି ସରକାର ସଜାଗ ହୋଇଛନ୍ତି । ଦେଶର ସମସ୍ତ ଅଏଲ ରିଫାଇନାରି ତଥା ପେଟ୍ରୋକେମିକାଲ୍ ୟୁନିଟ୍ ଗୁଡ଼ିକୁ ଅଧିକରୁ ଅଧିକ ଏଲପିଜି ଗ୍ୟାସ୍ ତିଆରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ୟାସ୍ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲକୁ ଅନ୍ୟ ପ୍ଲାଷ୍ଟିକ୍ କିମ୍ବା ପେଟ୍ରୋକେମିକାଲସ୍ ପ୍ରସ୍ତୁତରେ ବ୍ୟବହାର କରାଯାଇପାରିବ ନାହିଁ । କେବଳ ରୋଷେଇ ପାଇଁ ଗ୍ୟାସ୍ କୁ ଇଣ୍ଡେନ୍, ଭାରତ ଏବଂ ଏଚପି ଗ୍ୟାସ୍ କମ୍ପାନୀକୁ ଦିଆଯିବ । ଯାହା ଫଳରେ ରୋଷେଇ କରୁଥିବା ସାଧାରଣ ପରିବାର ଏହା ପାଇପାରିବେ ।

ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଓଡ଼ିଶା ସମେତ ସାରା ଦେଶରେ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଇତିମଧ୍ୟରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ଉଭୟ ଘରୋଇ ଓ ବାଣିଜ୍ୟିକ ଏଲପିଜି ଦର ବଢ଼ାଇଛନ୍ତି । ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଦର ୬୦ ଟଙ୍କା ବଢ଼ିଥିଲା ବେଳେ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲପିଜି ଦର ୧୧୫ ଟଙ୍କା ବୃଦ୍ଧି ପାଇଛି । ଖାଲି ସେତିକି ନୁହେଁ, ତୈଳ କମ୍ପାନୀଗୁଡ଼ିକ ଗ୍ୟାସ୍ ଯୋଗାଣ ଉପରେ କଟକଣା ଲଗାଇଛନ୍ତି । ଶିଳ୍ପାନୁଷ୍ଠାନ, ହୋଟେଲ, ରେସ୍ତୋରାଁକୁ ବାଣିଜ୍ୟିକ ଏଲପିଜି ଯୋଗାଣ ବନ୍ଦ କରାଯାଇଥିଲା ବେଳେ ଘରୋଇ ଏଲପିଜି ସିଲିଣ୍ଡର ବୁକିଂର ଲକ୍-ଇନ୍ ଅବଧି ବଢ଼ାଇ ଦିଆଯାଇଛି ।

ଘରୋଇ ଗ୍ରାହକଙ୍କ ପାଖରେ ସିଲିଣ୍ଡର ପହଞ୍ଚୁ ନ ଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଏସମା ଆଇନ ଲାଗୁ କରିଛନ୍ତି । ଯୋଗାଣରେ ସ୍ଥିରତା ଓ କଳାବଜାରୀ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଗ୍ୟାସ୍ ସଙ୍କଟ ପରିସ୍ଥିତିର ଆଜି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇରାନ ଯୁଦ୍ଧ ପରେ ଏଲପିଜି ଅଭାବକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଉପରେ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରି ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

Previous Post

ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

Next Post

ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି : ମୁଖ୍ୟମନ୍ତ୍ରୀ

Next Post
ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି : ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି : ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA