Monday, March 30, 2026 04:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଭାବଶାଳୀଙ୍କ ପିଠିରେ ବାଜିଲା ଛାଟ

ଅର୍ବାନ ମାଜେଷ୍ଟିକ୍ ପାଲଟିବ କି ଅର୍ବାନ୍ ଅର୍ଫାନେଜ୍?

by Our Correspondent
29 Nov, 2024- 05:01 PM
in Latest News, News
1 min read
0
ପ୍ରଭାବଶାଳୀଙ୍କ ପିଠିରେ ବାଜିଲା ଛାଟ

ଭୁବନେଶ୍ୱର: ବିରି ମାଡ଼ ଦେଖି କୋଳଥ ଚେପା । ରାଜସ୍ୱ ବିଭାଗର କାର୍ଯ୍ୟାନୁଷ୍ଠାନ ଚିଠି ଦେଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ତର ସହିନି । ଭୁବନେଶ୍ୱର ପଟିଆରେ ୫ ଏକର ସରକାରୀ ଲିଜ୍ ଜାଗାରେ ନିର୍ମାଣାଧୀନ ବିଶାଳ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ‘ଅର୍ବାନ୍ ମାଜେଷ୍ଟିକ୍’ କାମ ଶେଷର ବନ୍ଦ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ବିଏମସିର ଏହି ପଦକ୍ଷେପ ପ୍ରକଳ୍ପ ନିର୍ମାଣକାରୀ ପ୍ରଭାବଶାଳୀଙ୍କ ପିଠିରେ ଛାଟ ଭଳି ହୋଇଛି । ‘ମିଡ ଡେ ଓଡ଼ିଶା’ ପ୍ରଥମେ ଏହି ଖବର ଲୋକଲୋଚନକୁ ଆଣିଥିଲା ।

ଉକ୍ତ ଜାଗାର ଆରଓଆର ସଂଶୋଧନ କରି ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଉକ୍ତ ପ୍ରକଳ୍ପର ପ୍ଲାନ୍ ଅନୁମୋଦନକାରୀ ବିଏମସି/ବିଡିଏ ଅନୁମୋଦନ ବାତିଲ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ମଧ୍ୟ କୁହାଯାଇଥିଲା । ମାତ୍ର ହାଇକୋର୍ଟଙ୍କ ରହିତାଦେଶ ଆଳ ଦେଖାଇ ଖୋର୍ଦ୍ଧା ଜିଲ୍ଲାପାଳ ଅଟକି ଯାଇଥିଲେ । ଅକ୍ଟୋବର ୧୦ ତାରିଖରେ ତହସିଲଦାରଙ୍କୁ ଚିଠି କରି କାର୍ଯ୍ୟାନୁଷ୍ଠାନରୁ ବିରତ ରଖିଥିଲେ । ମାତ୍ର ଅକ୍ଟୋବର ୨୩ରେ ସରକାର ପୂର୍ବ ନିଷ୍ପତ୍ତିକୁ ଫେରି ଆସିଥିଲେ । ଉକ୍ତ ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା ।

ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ବେଆଇନ କାର୍ଯ୍ୟକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି ସରକାର ଜଣାଇ ଦେଇଛନ୍ତି । ଅନ୍ୟପକ୍ଷରେ, ସେଠାରେ ଅନାଥ ଶିଶୁମାନଙ୍କ ପାଇଁ ବାସଗୃହ ନିର୍ମାଣ କରିବାକୁ ଶାସକ ଦଳର ଅନେକ ନେତା ପରାମର୍ଶ ଦେଇଛନ୍ତି । ଅନାଥ ଶିଶୁଙ୍କ ଦାୟିତ୍ୱ ପ୍ରତ୍ୟେକ ମନ୍ତ୍ରୀ ଓ ବିଧାୟକ ନେବାକୁ ଇତିମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରସ୍ତାବକୁ ସବୁସ୍ତରରୁ ସ୍ୱାଗତ କରାଯାଉଥିବାରୁ ପଟିଆର ସେହି ୫ ଏକର ଜାଗାରେ ଏକ ଅର୍ବାନ୍ ଅରଫାନେଜ୍ ନିର୍ମାଣ ସପକ୍ଷରେ ଅନେକ ମତବ୍ୟକ୍ତ କରିଛନ୍ତି ।

ସୂଚନାଥାଉକି, ପଟିଆ ମୌଜାରେ ୫ ଏକରର ଜାଗାକୁ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ତେଜପାଲ୍ ସିଂଙ୍କୁ ୯୯ ବର୍ଷିଆ ଲିଜ୍ ସୂତ୍ରରେ ଦେଇଥିଲେ । ୧୭.୧୨.୧୯୭୯ରେ ଭୁବନେଶ୍ୱର ତହସିଲଦାରଙ୍କ ଦ୍ୱାରା ଏହି ଲିଜ୍ ଡିଡ୍ ରେଜିଷ୍ଟ୍ରି ହୋଇଥିଲା ।

ମାତ୍ର ପରବର୍ତ୍ତୀ ସମୟରେ ତେଜପାଲ୍ ସିଂ, ପ୍ରୋପ୍ରାଇଟର ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ନାଁରେ ୪୭୪/୫ ଖାତା ନମ୍ବର ପ୍ରସ୍ତୁତ କରାଯାଇ ସଂପୃକ୍ତ ଜାଗାର ଷ୍ଟାଟସ୍ ସ୍ଥିତିବାନ କରିଦିଆଗଲା । ତକ୍ରାଳୀନ ଭୁବନେଶ୍ୱର ତହସିଲଦାର ହାତକାଟି ସରକାରୀ ଜାଗାକୁ ସ୍ଥିତିବାନରେ ବଦଳେଇଦେଲେ ।

୨୦୨୨ ମସିହାରେ ଏହି ଜାଗାକୁ ‘ଘରବାରି’ କିସମ କରି ଦିଆଗଲା । ଓଏଲଆର ଆକ୍ଟର, ୧୯୬୦ର ଧାରା ୮-ଏରେ ଏହାର ସରକାରୀ ଆଦେଶ ପ୍ରକାଶ ପାଇଲା । ଅତଏବ, ୫ ଏକର ଜଙ୍ଗଲ କିସମର ମୂଳ ସରକାରୀ ଜାଗାଟି ସ୍ଥିତିବାନ ପାଲଟି ଘରବାରି କିସମକୁ ବଦଳିଗଲା ।

ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ପ୍ରୋପାଇଟର୍ ତେଜପାଲ୍ ସିଂଙ୍କ ନାଁରେ ଥିବା ଏହି ଜାଗା ପାୱାର ଅଫ୍ ଆଟର୍ଣ୍ଣିଂ ବଳରେ ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଖକୁ ଚାଲି ଆସିଛି । ସଂପୃକ୍ତ ପ୍ରଭାବଶାଳୀଙ୍କ ତତ୍ତ୍ୱାବଧାନରେ ସେଠାରେ ୬ଟି ଆପାର୍ଟମେଣ୍ଟ ବ୍ଲକ୍ ନିର୍ମାଣ ଚାଲିଛି । ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଦିଆଯାଇଥିବା ଏକ ଲିଜହୋଲ୍ଡ ଜାଗା ଉପରେ ରେସିଡେନସିଆଲ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨୦୨୪ ଜାନୁଆରୀ ୨ରେ ବିଏମସି ଅନୁମତି ଦେଇଥିଲା ।

 

Previous Post

କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର

Next Post

ରାଜ୍ୟ ନେତାଙ୍କୁ ଅନୁଭୂତି ବାଣ୍ଟିଲେ ମୋଦୀ

Next Post
ରାଜ୍ୟ ନେତାଙ୍କୁ ଅନୁଭୂତି ବାଣ୍ଟିଲେ ମୋଦୀ

ରାଜ୍ୟ ନେତାଙ୍କୁ ଅନୁଭୂତି ବାଣ୍ଟିଲେ ମୋଦୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA