Sunday, February 22, 2026 10:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବୋନ୍ କ୍ୟାନ୍ସର ପୀଡ଼ିତା ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

by Our Correspondent
25 Jun, 2022- 08:45 PM
in News
1 min read
0
ବୋନ୍ କ୍ୟାନ୍ସର ପୀଡ଼ିତା ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଝିଅ ତୁମର ଦିଲ୍ଲୀରେ ରହିବ, ତା’ର ପାଠପଢା ବ୍ୟବସ୍ଥା ମଧ୍ୟ କରାଯିବ । ଏଭଳି କିଛି ମିଠା ପ୍ରତିଶୃତି ଦେଇ ଦିଲ୍ଲୀରେ ରହୁଥିବା ଏକ ଦମ୍ପତ୍ତି ବାପା ମା’ଙ୍କର ଗେଲ ବସରିଆ ଝିଅ ସୁମତିକୁ ତାଙ୍କ ସହିତ ଦିଲ୍ଲୀ ନେଇଯାଇଥିଲେ । କିନ୍ତୁ ସେହି ପ୍ରତିଶ୍ରୁତିକୁ ଗୋଡ଼ରେ ଆଡେଇ ଦେଇ ଝିଅଟିକୁ ତାଙ୍କ ଘରର ଚାକରାଣୀ ସଜେଇ ଦେଲେ । ଶେଷରେ ସୁମତି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଥିଲେ ଓ ଦମ୍ପତ୍ତି ଦୁହେଁ ତାକୁ ତା ଗାଁରେ ଛାଡିଦେଇଥିଲେ । କ୍ୟାନ୍ସର ଶରୀରରେ ସଂକ୍ରମିତ ହେବା ପୂର୍ବରୁ ଗୋଡ଼ କାଟିବା ନିହାତି ଜରୁରୀ ଥିଲା । ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ଅସ୍ତ୍ରୋପଚାର ହୋଇ ଗୋଡ଼ କଟା ହେଲା ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସୁମତି ।

ସୂଚନାନୁସାରେ, ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟି ଅଞ୍ଚଳରେ ସୁମତିଙ୍କ ଘର । ପିତା ରଥ ସିଂଙ୍କର କିଛି ବର୍ଷ ପୂର୍ବରୁ ପରଲୋକ ଘଟିଛି । ସୁମତିକୁ ୮ବର୍ଷ ହୋଇଥିବା ବେଳେ ଏକ ଦମ୍ପତ୍ତି ତା’ର ଘରକୁ ଆସିଥିଲେ । ଆର୍ଥିକ ଅନଟନ ଭିତରେ ଗତି କରୁଥିବା ସୁମତିର ପରିବାରକୁ ପ୍ରଲୋଭନ ଦେଖାଇଥିଲେ । ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସୁମତିକୁ ସେମାନେ ଦିଲ୍ଲୀ ନେବାକୁ କହିଥିଲେ । ଦମ୍ପତ୍ତିଙ୍କ କଥାରେ ରାଜି ହୋଇ ଏହି ଅଭାବୀ ପରିବାର ନିଜ ଝିଅକୁ ତାଙ୍କ ହାତକୁ ଟେକି ଦେଇଥିଲେ । ଦିଲ୍ଲୀ ଯିବା ପରେ ଅନେକ ଅକଥନୀୟ ଅତ୍ୟାଚାର ଭୋଗିଥିଲା ସୁମତି । ଏହା ଭିତରେ ସୁମତିର କୌଣସି ପ୍ରକାରେ ବାମ ଗୋଡ଼ ଭାଙ୍ଗି ଯାଇଥିଲା । ଦମ୍ପତ୍ତି ଦୁହେଁ ଅନାଦର କରି ସୁମତିକୁ ଆଣି ଘରେ ଛାଡି ଦେଇଥିଲେ । ଗୋଡ଼ରେ ଅତ୍ୟଧିକ ଯନ୍ତ୍ରଣା ଭୋଗିବାରୁ ଘର ଲୋକେ ଧାରଉଧାର କରି ସୁମତିକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ବୋନ୍ କ୍ୟାନ୍ସର ହୋଇଥିବାର ଜଣା ପଡିଥିଲା । କ୍ୟାନ୍ସର ଶରୀରରେ ସଂକ୍ରମିତ ହେବା ପୂର୍ବରୁ ନିହାତି ଗୋଡ଼ କାଟିବା ଜରୁରୀ ଥିଲା । ଘରୋଇ ହସ୍ପିଟାଲରେ ଦୀର୍ଘକାଳୀନ ଚିକିତ୍ସା କରାଇବା ପାଇଁ ଅର୍ଥ, ବାଧକ ସାଜିଥିଲା । ଏହି ଘଟଣା ସମ୍ପର୍କରେ ଜଣେ ଯୁବ ସମାଜସେବୀ ସୁଶାନ୍ତ ପରିଡ଼ା ବାଲେଶ୍ଵରର ମାନବାଧିକାର କର୍ମୀ ସୁଧାକର ସେଠୀଙ୍କୁ ଜଣାଇଥିଲେ ଏବଂ ଶ୍ରୀ ସେଠୀ ଅସହାୟ ଝିଅକୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ମୋ ପରିବାରକୁ ଯୋଗାଯୋଗ କରିଥିଲେ ।

ଏହି ଘଟଣା ଓଡ଼ିଶା ମୋ ପରିବାର ନଜରକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ବାଲେଶ୍ଵର ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ମଙ୍ଗରାଜଙ୍କ ସହାୟତାରେ ସୁମତିଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରାଇ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ହସ୍ପିଟାଲରେ ଉଭୟ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ୍ ରଥ ଓ ସନ୍ତୋଷ ଦାସ ଉପସ୍ଥିତ ରହି ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଥିଲେ ଓ ଅସ୍ତ୍ରୋପଚାର ସମୟରେ ଆବଶ୍ୟକ ଥିବା ରକ୍ତ ୟୁନିଟ୍ ମଧ୍ୟ ଯୋଗାଇ ଦେଇଥିଲେ । ହସ୍ପିଟାଲରେ ଯେପରି ସୁମତିଙ୍କ ପରିବାର ସଦସ୍ୟଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଥିଲେ ହେଲ୍ପଡ଼େସ୍କ ସହଯୋଗୀ ସନ୍ତୋଷ । ଏ ସମସ୍ତ ପ୍ରକ୍ରିୟାକୁ ଜୀବନ ବିନ୍ଦୁ କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ଵାଳ ସଂଯୋଜନା କରିଥିଲେ ଏବଂ ସୁମତିଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

ଶେଷରେ ପରିବାର ଲୋକଙ୍କର ଚିନ୍ତା ଦୂର ହେଲା । ଦୀର୍ଘ ୧ ମାସର ଚିକିତ୍ସା ପରେ ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସୁମତି । ତାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି ଓ ପରିବାର ସଦସ୍ୟମାନେ ଖୁସିରେ ଆତ୍ମହରା ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।

Previous Post

ରୋମ୍ ରୁ ନବୀନ କରୁଛନ୍ତି ଅଫିସ୍ କାମ

Next Post

ନବୀନଙ୍କ ଦୁବାଇ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ

Next Post
ନବୀନଙ୍କ ଦୁବାଇ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ

ନବୀନଙ୍କ ଦୁବାଇ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA