Wednesday, March 11, 2026 04:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିବିଆଇ ହାବୁଡ଼ରେ ଆଇଏଏସ୍ ବିଷ୍ଣୁ ସେଠୀ

by Our Correspondent
15 Dec, 2024- 09:12 PM
in Latest News, News
1 min read
0
ସିବିଆଇ ହାବୁଡ଼ରେ ଆଇଏଏସ୍ ବିଷ୍ଣୁ ସେଠୀ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍’ ର ଗ୍ରୁପ୍ ଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ଭୂମିକା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଗତ ୭ ତାରିଖ ସଂଧ୍ୟାରେ ଭୁବନେଶ୍ୱରର ହୋଟେଲ୍ ମେ ଫେୟାର୍ ସାମନାରୁ ସିବିଆଇ ଟିମ୍ ୪ ଜଣଙ୍କୁ ଉଠାଇ ନେଇଥିଲା । ୧୦୦ କୋଟିର କାମ ହାତେଇବା ପାଇଁ ଡିଲ୍ ହେବାକୁ ଯାଉଥିବା ବେଳେ ସିବିଆଇ ହାବୁଡରେ ଏମାନେ ପଡ଼ିଥିଲେ ବୋଲି ବିଶ୍ୱସ୍ତ ସୂତ୍ରର ସୂଚନା ଆଧାରରେ ଆମେ (ମିଡ ଡେ ଓଡିଶା) ଖବର କରିଥିଲୁ । ଏହି ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କର ସଂପୃକ୍ତି ରହିଥିବା ଆମେ ପ୍ରଥମେ ଜଣାଇଥିଲୁ । ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପରେ ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି ।

ଡିସେମ୍ବର ୧୧ ତାରିଖରେ ସିବିଆଇ ନିକଟରେ ହାଜର ହେବା ପାଇଁ ବିଷ୍ଣୁପଦ ସେଠୀଙ୍କୁ ନିଦେ୍ର୍ଦଶ ଥିଲା । ୧୦ ତାରିଖରେ ସିବିଆଇ ତାଙ୍କୁ ଏଥିପାଇଁ ଚିଠି କରିଥିଲା । ମାତ୍ର ସେ ସିବିଆଇରେ ହାଜର ହୋଇଛନ୍ତି ନା ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗୋଟିଏ ସୂତ୍ରର ସୂଚନା କହୁଛି ଯେ ଶ୍ରୀ ସେଠୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିବିଆଇକୁ ସମୟ ମାଗିଛନ୍ତି । ମାତ୍ର ତାହା କେତେ ଦୂର ସତ୍ୟ ଜଣାପଡ଼ିନାହିଁ । ଗତକାଲି ବିଷ୍ଣୁପଦଙ୍କ ତିନି ଡ୍ରାଇଭରଙ୍କୁ ଜେରା କରିଥିଲା ସିବିଆଇ । ତାଙ୍କ ବାବୁ କେଉଁଆଡ଼େ ଯାଉଥିଲେ, କାହା ପାଖକୁ ଯାଉଥିଲେ, ବାବୁଙ୍କ ପାଖକୁ କିଏ କିଏ ଆସୁଥିଲେ, କେଉଁଠି ଭେଟଘାଟ ହେଉଥିଲା ସିବିଆଇ ଅଧିକାରୀମାନେ ପଚାରି ବୁଝିଥିଲେ । ସେହିଭଳି ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ ଲିମିଟେଡର ନିଦେ୍ର୍ଦଶକ ତଥା ସୁପର କ୍ଲାସ୍ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କ ପତ୍ନୀଙ୍କୁ ମଧ୍ୟ ସିବିଆଇ ପଚରା ଉଚୁରା କରିଥିଲା । ଆଜି ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଅଫିସ ଉପରେ ରେଡ୍ କରିଥିଲା ସିବିଆଇ ଟିମ୍ ।

ସୂଚନାଯୋଗ୍ୟ, ଗତ ୭ ତାରିଖ ରାତିରେ ସିବିଆଇର ୬ ଜଣିଆ ଟିମ୍ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ର ଗ୍ରୁପ୍ ଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ର, ଅନ୍ୟତମ ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର ତଥା ପେଣ୍ଟା ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ଦେବଦତ୍ତଙ୍କ କାରରୁ ୧୦ ଲକ୍ଷ ଟଙ୍କା ଏବଂ କିଛି ସୁନା ଜବତ ହୋଇଥିଲା । ଏକ ଟେଣ୍ଡର କାମ ହାତେଇବା ପାଇଁ ଡିଲ୍ ହେଉଥିବା ବେଳେ ସେମାନେ ସିବିଆଇ ହାବୁଡ଼ରେ ପଡ଼ିଥିଲେ ।

ଏହି ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ଥିବା ସିବିଆଇ ଜାଣିବାକୁ ପାଇଛି । ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ସିବିଆଇରୁ ହାଜିରା ନୋଟିସ୍ ହୋଇଛି । ମାତ୍ର ଶ୍ରୀ ସେଠୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମୟ ଗଡ଼ାଇଥିବା ଜଣାପଡ଼ିଛି । ଏହା ଉପରେ ସିବିଆଇର ପଦକ୍ଷେପ ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

ଇତିମଧ୍ୟରେ ଶ୍ରୀ ସେଠୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ସେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏସସି/ଏସଟି ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ତାଙ୍କ ବିଭାଗ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ୨୦୨୪ ଅକ୍ଟୋବର ୧୯ ତାରିଖରେ ୪ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍, ୱପକୋସ୍, ଏନବିସିସି ଓ ସିଇଏଲ୍ ସଂସ୍ଥା ମୁଖ୍ୟଙ୍କୁ ସେ ଚିଠି ଲେଖିଥିଲେ । ତେବେ ରାଜ୍ୟ ସରକାରଙ୍କ ସଂସ୍ଥାକୁ କାମ ନ ଦେଇ ରାଷ୍ଟ୍ରାୟତ୍ତ ସଂସ୍ଥାକୁ କାମ ଦେବା ପାଇଁ ତାଙ୍କର ଆଗ୍ରହ ସିବିଆଇ ସନ୍ଦେହ ଘେରକୁ ଆସିଛି ।

ସବୁଠାରୁ ବଡ଼କଥା ହେଉଛି, ଏହି କେନ୍ଦ୍ରୀୟ ସଂସ୍ଥାଠାରୁ ସବଲେଟ୍ ସୂତ୍ରରେ କାର୍ଯ୍ୟ ପାଉଥିଲେ ଆଦିତ୍ୟ ଦେବ ଇନଫ୍ରା ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ ଜିଜିଏମ୍ ଙ୍କ ସମେତ ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଥିବାରୁ ବିଷ୍ଣୁପଦ ସେଠୀ ଯେ ସନ୍ଦେହରୁ ମୁକୁଳି ପାରିବେ ନାହିଁ ତାହା ସ୍ପଷ୍ଟ । ଉପରୋକ୍ତ ଦୁଇ ସଂସ୍ଥାକୁ ଆଖିରେ ରଖି ସେ କୋଟି କୋଟି ଟଙ୍କାର କାମ କେନ୍ଦ୍ରୀୟ ସଂସ୍ଥାକୁ ଦେଉଥିବା ସନ୍ଦେହ କରାଯାଉଛି । ସିବିଆଇ ଜେରା ପରେ ତାହା ସ୍ପଷ୍ଟ ହେବ ।

Previous Post

ଗାଳିରେ ଚାଲିଗଲା ୬ ମାସ

Next Post

ପଞ୍ଚମବେଦର ନାଟକ ‘ଅବସର’ ଦେବଗଡ଼ରେ ମଞ୍ଚସ୍ଥ

Next Post
ପଞ୍ଚମବେଦର ନାଟକ ‘ଅବସର’ ଦେବଗଡ଼ରେ ମଞ୍ଚସ୍ଥ

ପଞ୍ଚମବେଦର ନାଟକ 'ଅବସର' ଦେବଗଡ଼ରେ ମଞ୍ଚସ୍ଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA