Saturday, February 21, 2026 07:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାଟିରେ ମିଶିଲା ନଏଡ଼ା ଟ୍ୱିନ୍ ଟାୱାର

୯ ସେକେଣ୍ଡରେ ଧୂଳିସାତ

by Our Correspondent
28 Aug, 2022- 02:36 PM
in Latest News, National, News
1 min read
0
ମାଟିରେ ମିଶିଲା ନଏଡ଼ା ଟ୍ୱିନ୍ ଟାୱାର

ନୂଆଦିଲ୍ଲୀ: ନଏଡ଼ାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାୱାର୍ ଆଜି ମାଟିରେ ମିଶିଛି । ୩୨ ଓ ୨୯ ମହଲାର ଦୁଇଟି ଯାକ ଟାୱାର ବିଶାଳ ଗର୍ଜନ ସହ ମାତ୍ର ୯ ସେକେଣ୍ଡରେ ଧୂଳିସାତ୍ ହୋଇଯାଇଛି । ବେଆଇନ ଭାବେ ଏହାର ନିର୍ମାଣ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହାକୁ ଭଙ୍ଗା ଯାଇଛି । ଭାରତରେ ଏହା ସବୁଠାରୁ ବଡ଼ ଉଚ୍ଛେଦ କାର୍ଯ୍ୟ ହୋଇଥିବାରୁ ଦେଶବାସୀଙ୍କ ଉତ୍କଣ୍ଠା ରହିଥିଲା ।

ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ସାଢ଼େ ଦୁଇଟା ବେଳେ ଗ୍ରୀନ୍ ବଟନ୍ ଦବାଯାଇ ବିସ୍ଫୋରଣ କରାଯାଇଥିଲା । ୯୧୫ ଫ୍ଲାଟ୍ ବିଶିଷ୍ଟ ଏହି ଟ୍ୱିନ୍ ଟାୱାର ଭାଙ୍ଗିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଏଥିପାଇଁ ୩୭୦୦ କେଜି ବିସ୍ଫୋରକ ସାମଗ୍ରୀ ବ୍ୟବହୃତ ହୋଇଥିଲା । ବିପଦ ଆଶଙ୍କାରେ ଟାୱାର ଆଖପାଖରେ ରହୁଥିବା ୫୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଦୁଇଟି ଯାକ ଟାୱାର ଚାରିପଟେ ୧୦୦ ମିଟରକୁ ନିଷିଦ୍ଧାଞ୍ଚଳ କରାଯାଇଥିଲା ।

ସୂଚନାଯୋଗ୍ୟ, ନଏଡ଼ାର ସେକ୍ଟର ୯୩-ଏରେ ସୁପରଟେକ୍ ଲିମିଟେଡ ୭.୫ ଲକ୍ଷ ବର୍ଗଫୁଟରେ ଏହି ଦୁଇଟିଯାକ ଟାୱାର ନିର୍ମାଣ କରିଥିଲା । ୩୨ ମହଲା ବିଶିଷ୍ଟ ଆପେକ୍ସ ଟାୱାର ଉଚ୍ଚତା ୧୦୩ ମିଟର ହୋଇଥିବା ବେଳେ ୨୯ ମହଲା ବିଶିଷ୍ଟ ସିୟେନ ଟାୱାର ଉଚ୍ଚତା ୯୭ ମିଟର ହୋଇଥିଲା । ତେବେ ବେଆଇନ ଭାବେ ଟାୱାର ନିର୍ମାଣ, ଦୁଇଟି ଯାକ ଟାୱାର ମଧ୍ୟରେ ଦୂରତା କମ୍ ହେବା ଆଦି ଯାବତୀୟ ଅନିୟମିତତାକୁ ନେଇ ୨୦୧୨ ମସିହାରେ ମାମଲା କୋର୍ଟକୁ ଯାଇଥିଲା ।

୨୦୧୪ ରେ ଆହ୍ଲାବାଦ ହାଇକୋର୍ଟ ଏହାକୁ ଭାଙ୍ଗିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ ବିଲଡର ସଂସ୍ଥା ଏହାକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ । ମାତ୍ର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗତବର୍ଷ ଅଗଷ୍ଟରେ ଆହ୍ଲାବାଦ ହାଇକୋର୍ଟ ରାୟକୁ କାଏମ ରଖିଥିଲେ । ୩ ମାସ ମଧ୍ୟରେ ଏହି ବେଆଇନ ନିର୍ମାଣ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବୈଷୟିକ କାରଣରୁ ଏହା ବର୍ଷେ ବିଳମ୍ବ ହୋଇଥିଲା ।

କୁତବ ମିନାରଠାରୁ ଅଧିକ ଉଚ୍ଚତାର ଏହି ଟ୍ୱିନ୍ ଟାୱାର ଭାଙ୍ଗିବା ଡିଜାଇନିଂ ପ୍ରସ୍ତୁତ କରିଥିଲେ ଦକ୍ଷିଣ ଆଫ୍ରିକାର ଜେଟ୍ କମ୍ପାନୀ । ମୁମ୍ବାଇର ଏଡିଫାଇସ ଇଂଜିନିୟରିଂ କମ୍ପାନୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବା ଦାୟିତ୍ୱ ନେଇଥିଲା । ଏଥିପାଇଁ ୬ ମାସର କସରତ ହୋଇଥିଲା । ଭାଙ୍ଗିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ ୫ କୋଟି ଟଙ୍କା ସୁପରଟେକ୍ କମ୍ପାନୀ ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୧୫ କୋଟି ଟଙ୍କା ୫୦ ହଜାର ଟନ୍ ଧ୍ୱଂସାବଶେଷରୁ ସଂଗ୍ରହ କରାଯିବ ।

ଏହି ଟାୱାର୍ ରେ ଘର କିଣିଥିବା ଗ୍ରାହକମାନଙ୍କୁ ସୁପରଟେକ୍ ଏବେ ୧୨ ପ୍ରତିଶତ ସୁଧ ସହ ସେମାନଙ୍କ ଅର୍ଥ ଫେରସ୍ତ କରିବ ।

Previous Post

ମଲାପରେ ବି ବାପା ମୁହଁ ଚାହିଁଲେନି ତିନି ପିଲା

Next Post

ସାଂସଦ ମ୍ୟାଡାମ୍ ଙ୍କ ନିଦ ଭାଙ୍ଗିଲା

Next Post
ସାଂସଦ ମ୍ୟାଡାମ୍ ଙ୍କ ନିଦ ଭାଙ୍ଗିଲା

ସାଂସଦ ମ୍ୟାଡାମ୍ ଙ୍କ ନିଦ ଭାଙ୍ଗିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA