ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମାବର୍ତ୍ତନ କକ୍ଷରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଜୟଦେବ ବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ, ହାଇଟେକ କଲେଜ, ମଦନପୁରର ଏସ ଏଚ ମହାବିଦ୍ୟାଳୟ, ବାଲିପାଟଣାସ୍ଥିତ ଏସ୍ ଏ ମହାବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ୍ (ଆଇଏମ୍ଏସ୍), ପିପିଲି କଲେଜ, ଡ଼ି ଆର୍ ନୟାପଲ୍ଲୀ କଲେଜ, ଭୁବନେଶ୍ୱରସ୍ଥିତ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩୦୦ରୁ ଉଦ୍ଧ୍ୱ ର୍ଛାତ୍ରଛାତ୍ରୀ ଏହି ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହାବ୍ୟତୀତ ରୁସା ୨.୦ର ସମସ୍ତ କର୍ମଚାରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାରର ଯୋଗାଭ୍ୟାସ ପ୍ରଦର୍ଶନ କରିଥିଲେ ।








