Wednesday, April 8, 2026 03:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରବର୍ଷକୁ ଭୁବନେଶ୍ୱରର ନୂଆ ଚେହେରା

୪ ପ୍ରକଳ୍ପ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଶ୍ରୀ ପାଣ୍ଡିଆନ୍

by Our Correspondent
25 Jul, 2021- 03:23 PM
in Latest News, News
1 min read
0
ଆରବର୍ଷକୁ ଭୁବନେଶ୍ୱରର ନୂଆ ଚେହେରା

ଭୁୁବନେଶ୍ୱର: ଆରବର୍ଷକୁ ଭୁବନେଶ୍ୱର ନୂଆ ଚେହେରାରେ ଛିଡ଼ା ହେବ । ବରମୁଣ୍ଡାରେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ, ସିଆରପିଏଫ ଛକରୁ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାଥମେଟିକସ୍ ପର୍ଯ୍ୟନ୍ତ ନୂଆ ରାସ୍ତା, ଚନ୍ଦ୍ରଶେଖରପୁରରେ ସୁଲଭ ଗୃହନିର୍ମାଣ ପ୍ରକଳ୍ପ ଏବଂ ଇନଫୋସିଟି ନିକଟରେ ଇନକ୍ୟୁବେସନ୍ ଟାୱାର୍ ପ୍ରକଳ୍ପ ଭୁବନେଶ୍ୱରକୁ ନୂଆ ରୂପରେ ସଜାଇବ । ଏହି ସବୁ ପ୍ରକଳ୍ପ ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଛି । ଗୁଣାତ୍ମକ ମାନକୁ ଧ୍ୟାନରେ ରଖି ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ପାଣ୍ଡିଆନ୍ ଏବଂ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ୍ କୁମାର ଆଜି ସକାଳୁ ସକାଳୁ ଉକ୍ତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ୍ କ୍ରିଷ୍ଣା, ବିଡ଼ିଏ ଉପାଧ୍ୟକ୍ଷ ତଥା ବିମଏସି କମିଶନର ସଞ୍ଜୟ କୁମାର ସିଂହ, ଇଡକୋ ଇଡି ଭୂପେନ୍ଦ୍ର ପୁନିଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରକଳ୍ପ-୧: ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍: ୧୫.୫ ଏକର ଜମି ଉପରେ ବିଡିଏ ଏହାର ନିର୍ମାଣ କରୁଛି । ୧୮୦ କୋଟି ଟଙ୍କାର ଏହି ପ୍ରକଳ୍ପ ୨୦୨୨ ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଖଣ୍ଡଗିରିଠାରେ ଏକ ବସ୍ ଡିପୋ ଏହି ପ୍ରକଳ୍ପର ଅଂଶବିଶେଷ । ଏହି ଡିପୋରେ ୩୦୦ ବସ୍ ପାର୍କିଂ କରିପାରିବ । କାମର ମାନ ବଜାୟ ରଖିବା ଉପରେ ଶ୍ରୀ ପାଣ୍ଡିଆନ୍ ଗୁରୁତ୍ୱ ଦେବା ସହ ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରକଳ୍ପ-୨: ସିଆରପିଏଫ ରାସ୍ତା: ଜୟଦେବ ବିହାର-ପଟିଆ ରାସ୍ତା ଭିଡ଼ ଦୃଷ୍ଟିରୁ ଏକ ସମାନ୍ତରାଳ ରାସ୍ତା ପ୍ରକଳ୍ପ ହାତକୁ ନିଆଯାଇଛି । ପିଡବ୍ଲୁଡି ଏହାର ନିର୍ମାଣ କରୁଛି । ଏହି ରାସ୍ତାଟି ସିଆରପିଏଫ ମାର୍ଗ ସହ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାଥମେଟିକ୍ସକୁ ସଂଯୋଗ କରିବ । ପର୍ଯ୍ୟାୟକ୍ରମେ ସମୁଦାୟ ୧୩.୬ କିମି ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ ୯୨ କୋଟି ।

ବର୍ତ୍ତମାନ ଜାଭିୟର ଛକରୁ ଇନଫୋସିଟି ଛକ ପର୍ଯ୍ୟନ୍ତ ସମୁଦାୟ ୫.୧୭ କିମି ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ୨୦୨୨ ଫେବୃଆରୀ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ । ଏହି ରାସ୍ତା ନିର୍ମାଣରେ ଥିବା ଜମିଜମା ବିବାଦର ତୁରନ୍ତ ସମାଧାନ କରି ତ୍ୱରିତ ଢ଼ଙ୍ଗରେ କାମ ସାରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।

ପ୍ରକଳ୍ପ-୩: ଚନ୍ଦ୍ରଶେଖର ଗୃହନିର୍ମାଣ ପ୍ରକଳ୍ପ: ବିଡ଼ିଏ ପକ୍ଷରୁ ପିପିପି ମୋଡ୍ ରେ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ୨୦.୨୧ ଏକର ଜାଗା ଉପରେ ୨୬୦୦ ଘର ନିର୍ମାଣ ହେଉଛି । ସେଥିମଧ୍ୟରୁ ୬.୫ ଏକର ଜାଗାକୁ ପିପିପି ମୋଡ୍ ରେ ବିକାଶିତ କରାଯିବ । ନବନିର୍ମିତ କଲୋନୀରେ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଦୋକାନ ଘର, ଖେଳ ପଡ଼ିଆ ସୁବିଧା ରହିବ । ଦୁଇଟି ପର୍ଯ୍ୟାୟରେ ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ।

ଏହି ଘରଗୁଡ଼ିକର ଆବଣ୍ଟନ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ହିତାଧିକାରୀମାନେ ନିଜ ଘରର ମାନ ଏବଂ ନିର୍ମାଣ ଅଗ୍ରଗତି ତଦାରଖ କରିପାରିବେ ।

ପ୍ରକଳ୍ପ-୪: ଇନକ୍ୟୁବେସନ୍ ଟାୱାର୍: ଇନଫୋସିଟି ନିକଟରେ ଇଡକୋ ନିର୍ମାଣ କରୁଛି ଇନକ୍ୟୁବେସନ୍ ଟାୱାର୍ । ଏଥିପାଇଁ ୨୨୧ କୋଟି ଟଙ୍କା ଖର୍ଚ୍ଚ ହେବ । ୩.୩୬ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଦୁଇଟି ବେସମେଣ୍ଟ ଫ୍ଲୋର୍ ସହ ଜି+୧୨ ମହଲା କୋଠା ନିର୍ମାଣ ହେଉଛି । ୨୦୨୧ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ପ୍ରକଳ୍ପ ସଂକ୍ରାନ୍ତରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀମାନଙ୍କ ଆଲୋଚନା କରିବା ସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ ।

Previous Post

ପୁଲିସ ଏନକାଉଣ୍ଟରରେ ହାଇଦର ସଫା

Next Post

ମହାପ୍ରଭୁଙ୍କ ଧାମରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’

Next Post
ମହାପ୍ରଭୁଙ୍କ ଧାମରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’

ମହାପ୍ରଭୁଙ୍କ ଧାମରେ 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA