ପୁରୀ: ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ । କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ପାଖରୁ ଦେଖିବାରେ ବଞ୍ଚିତ ହୋଇଥିଲେ ମଧ୍ୟ ଟିଭିର ଲାଇଭ୍ ପ୍ରସାରଣ ଯୋଗେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଯାତ୍ରା ଦେଖିଥିଲେ । ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କ ଦ୍ୱାରା ଅତ୍ୟନ୍ତ ଶୃଙ୍ଖଳାର ସହ ଏହି ପବିତ୍ର ସ୍ନାନଯାତ୍ରା ସମ୍ପନ୍ନ ହୋଇଛି ।












