ଭୁବନେଶ୍ୱର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡ଼ିଶାର ନୂତନ ଅଭିଯାନ ରକ୍ତଦାନ ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହିତ ମିଳିତ ଭାବରେ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏଥିପାଇଁ ଏହା ୧୦୦ ଗୋଟି ଅନୁଷ୍ଠାନ କୁ ଚିହ୍ନଟ କରିଛି, ଯେଉଁମାନଙ୍କ ସହିତ ଆଗାମୀ ଦିନରେ ରକ୍ତଦାନ ଶିବିର ଆୟୋଜନ କରିବ । ଆଜି ରକ୍ତଦାନ ଅଭିଯାନ ର ପ୍ରଥମ ରକ୍ତଦାନ ଶିବିର ମୁଦ୍ରାୟନ୍ ଫାଉଣ୍ଡେସନ୍ ସହିତ ମିଳିତ ଭାବରେ ଆୟୋଜନ ହୋଇଯାଉଛି । ମୁଦ୍ରାୟନ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଶ୍ରୀମତୀ ଲୋପାମୁଦ୍ରା ସାହୁ, ଯିଏକି ସ୍ୱାସ୍ଥ୍ୟ, କଳା, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ କାମ କରିଆସୁଛନ୍ତି । ମୁଦ୍ରା ଫାଉଣ୍ଡେସନ୍ ସମାଜସେବାର ଦୃଢ଼ ପ୍ରତିଶ୍ରୁତିକୁ ପୁନର୍ବାର ସାକାର କରିବାକୁ ଚେଷ୍ଟା କରି,ଏକ ରକ୍ତଦାନ ଶିବିରର ଆୟୋଜନ କରିଛି। ଏହି ଶିବିରର ଆୟୋଜନ ଗ୍ୟାଲକ୍ସି ଫିଟଜୋନ୍, ଝାରପଡ଼ା ନିକଟରେ ଅତ୍ୟଧିକ ସୁବିଧାସମ୍ପନ୍ନ ପରିସରରେ ସକାଳ ୭ଟାଠାରୁ ଶିବିର ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା ପଯ୍ୟନ୍ତ ଚାଲିଥିଲା ।
ଏହି ରକ୍ତଦାନ ଶିବିର ରେ ଜିମ୍ ଯାଉଥିବା ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିବା ଲୋକ ମାନେ ଆଜି ରକ୍ତଦାନ କରି ଥିଲେ । ଯଦିଓ ରକ୍ତଦାନ ଶିବିର ଗୁଡ଼ିକରେ ମହିଳା ରକ୍ତଦାତାଙ୍କ ସଂଖ୍ୟା ପ୍ରାୟ ଅଳ୍ପ ଥାଏ, ଏହାର ପ୍ରାୟ ବିପରୀତ ଘଟିଥିଲା ଏହି ରକ୍ତଦାନ ଶିବିରରେ ଯେଉଁଠି ମା ଓ ଝିଅ ଦୁହେଁ ଏକସମୟରେ ରକ୍ତଦାନ କରିଥିଲେ ।
ଜୟ ଓଡ଼ିଶା ଏବଂ ମୁଦ୍ରୟନ ଫାଉଣ୍ଡେସନ ତରଫରୁ ଆଗାମୀ ଦିନମାନଙ୍କରେ ମଧ୍ୟ ଅନେକ ସମାଜସେବା ମୂଳକ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଉଭୟ, ଜୟ ଓଡ଼ିଶାର ପ୍ରତିଷ୍ଠାତା ଓ ସଭାପତି, ରୁଦ୍ର ନାରାୟଣ ସାମନ୍ତରାୟ, ଏବଂ ମୁଦ୍ରାୟନ ଫାଉଣ୍ଡେସନ ର ପ୍ରତିଷ୍ଠାତା ଲୋପାମୁଦ୍ରା ସାହୁ କହିଛନ୍ତି ।