Friday, March 13, 2026 02:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫

by Our Correspondent
10 Jul, 2025- 10:44 PM
in Latest News, News
1 min read
0
କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି

ଭୁବନେଶ୍ୱର: ଜୁଲାଇ୧୬ ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ, ରାଇନ-ରୁହର ଅଞ୍ଚଳ (ଏସେନ, ବୋଚମ, ଡୁଇସବର୍ଗ, ମୁଲହେଇମ ଆନ ଡେର ରୁହର, ହାଗେନ) ଆଦି ସ୍ଥାନରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାରତରୁ ମୋଟ ୪୦୭ ଜଣ ଛାତ୍ର କ୍ରୀଡ଼ାବିତ୍‍, କୋଚ ଓ ଅଫିସିଆଲ୍‍ ସାମିଲ ହୋଇଛନ୍ତି । କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ସର୍ବାଧିକ ୪୦ ଜଣ ଖେଳାଳି ଏଥିପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶାର ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମଧ୍ୟ ଜଣେ ଲେଖାଏଁ ଖେଳାଳି ହୋଇଥିବା ବେଳେ ଓଡ଼ିଶାରୁ ମୋଟ ୪୨ଜଣ ଖେଳାଳି ଏଥିରେ ପ୍ରତିନିଧ୍‍ତ୍ୱ କରୁଛନ୍ତି ।

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ଖେଳାଳି ମନୋନୀତ ହୋଇଥିବା ବେଳେ ସମଗ୍ର ଭାରତରେ କିଟ୍‍ ପ୍ରଥମ ସ୍ଥାନରେ ରହିଛି । ସେହିପରି ରାଜ୍ୟ ହିସାବରେ ପଞ୍ଜାବ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତବର୍ଷ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ୧୦୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଦେଶର ୪ଶହ ବିଶ୍ୱବିଦ୍ୟାଳୟ ଏହି ଚୟନ ପ୍ରକ୍ରିୟାରେ ସାମିଲ୍‍ ହୋଇଥିବା ବେଳେ ୬୧ଟି ବିଶ୍ୱବିଦ୍ୟାଳୟରୁ ୩ଶହ ଶ୍ରେଷ୍ଠ କ୍ରୀଡ଼ାବିତ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ଚୟନ କରାଯାଇଥିଲା । ସେଥିମଧ୍ୟରୁ କେବଳ କିଟ୍‍ରୁ ୪୦ ଖେଳାଳି ଏଥିପାଇଁ ମନୋନୀତ ହୋଇ ଜର୍ମାନୀ ଗସ୍ତ କରୁଛନ୍ତି।

କିଟ୍‍ର ଏହି ୪୦ ଜଣ ଖେଳାଳି ୭ଟି କ୍ରୀଡ଼ା ଶୃଙ୍ଖଳାରେ ପ୍ରତିନିଧିତ୍ୱ କରୁଛନ୍ତି । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତର କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟ ଦ୍ୱାରା ଏତେ ସଂଖ୍ୟକ ଖେଳାଳି ପ୍ରତିନିଧିତ୍ୱ କରିବା ଏହା ହେଉଛି ପ୍ରଥମ । କିଟ୍‍ ବିଶ୍ୱବିଦ୍ୟାଳୟ ବ୍ୟତୀତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୨୮ ଜଣ ଆଥଲେଟ୍ ଓ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ୨୨ ଜଣ ଆଥଲେଟ୍ ଭାରତୀୟ ଦଳରେ ସାମିଲ ଅଛନ୍ତି । ଏହି କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହିତ କରିବା ପାଇଁ  ଦଳରେ କ୍ରୀଡ଼ା ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ମୋଟ ୧୦୭ଜଣ ଏହି ଗସ୍ତରେ ସାମିଲ ହୋଇଛନ୍ତି । ସେମାନେ ଖେଳାଳିମାନଙ୍କୁ ବୈଷୟିକ, ଡାକ୍ତରୀ ସେବା ତଥା ଲଜିଷ୍ଟିକ୍ ସହାୟତା ଆଦି ଯୋଗାଇ ଦେବେ ।

ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇଥିବା କ୍ରୀଡ଼ା ଅଧିକାରୀ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ରାହୁଲ ବାନାର୍ଜୀ, ଜାତୀୟ ତୀରନ୍ଦାଜ ପ୍ରଶିକ୍ଷକ ସୁରିନ୍ଦର ସିଂହ, ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ, ଅନ୍ତର୍ଜାତୀୟ ଭଲିବଲ୍ ପ୍ରଶିକ୍ଷକ ଲୋତକ ବିନ୍ଦୁ ଦାଶ ଏବଂ ଅନ୍ତର୍ଜାତୀୟ ଟେନିସ୍ ପ୍ରଶିକ୍ଷକ ଟଡ୍ କ୍ଲାର୍କ ପ୍ରମୁଖ ।

ଏହି ପରିପ୍ରେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ ଅଂଶଗ୍ରହଣ କରୁଥିବା ସମଗ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଦଳ ତଥା କ୍ରୀଡ଼ାବିତ୍‍ଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି । ଏହା ସହ ସେ କହିଛନ୍ତି, କିଟ୍ ସର୍ବଦା ଶିକ୍ଷା ସହିତ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି । କିଟ୍‍ର କ୍ରୀଡ଼ାବିତ୍‍ ଯେଭଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳିବାର ସୁଯୋଗ ପାଇବା ସହ  ସଫଳତା ହାସଲ କରିବେ ସେ ଦିଗରେ କିଟ୍‍ ସର୍ବଦା ଯତ୍ନଶୀଳ ରହିଆସିଛି । ଏପରିକି ୨୦୧୯ଠାରୁ ୨୦୨୫ ପର୍ଯ୍ୟନ୍ତ ସମସ୍ତ ଟୁର୍ଣ୍ଣାମେଣ୍ଟରେ କିଟ୍‍ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏବଂ ପଞ୍ଜିକରଣ ପାଇଁ ଆବଶ୍ୟକ ଫି ମଧ୍ୟ କିଟ୍‍ ପକ୍ଷରୁ ଆଗୁଆ ପଇଠ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ଓ କିସ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଜଳବାୟୁ ପରିବର୍ତନକୁ ନେଇ ସାରା ବିଶ୍ୱ ଏବେ ବିବ୍ରତ

Next Post

ଏହା ଓଡ଼ିଶା ସରକାର ନୁହେଁ, ଅଦାନୀ ସରକାର

Next Post
ଏହା ଓଡ଼ିଶା ସରକାର ନୁହେଁ, ଅଦାନୀ ସରକାର

ଏହା ଓଡ଼ିଶା ସରକାର ନୁହେଁ, ଅଦାନୀ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA