Friday, February 20, 2026 07:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶିକ୍ଷା ଓ ନୂତନ ଚିନ୍ତାଧାରା ନୂତନ ବିଶ୍ୱ ଗଠନ କରିପାରିବ: ପ୍ରଫେସର ୟୁନୁସ୍‍

କିଟ୍‍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ

by Our Correspondent
21 Nov, 2020- 06:42 PM
in Latest News, News
1 min read
0
ଶିକ୍ଷା ଓ ନୂତନ ଚିନ୍ତାଧାରା ନୂତନ ବିଶ୍ୱ ଗଠନ କରିପାରିବ: ପ୍ରଫେସର ୟୁନୁସ୍‍

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଜୀବନ ଜୀବିକା ହରାଇଛନ୍ତି। ବିଶ୍ୱର ୫୦% ଲୋକ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏହା ଆମ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଦର୍ଶାଉଛି। ବିଶ୍ୱର ପୁନଃନିର୍ମାଣ ପାଇଁ ଆମ୍ଭମାନଙ୍କ ପାଇଁ ମହାମାରୀ ହେଉଛି ଏକ ସୁଯୋଗ। ଏପରି ଏକ ବିଶ୍ୱ ନିର୍ମାଣ କରିବା ଯାହା ଅଧିକ ସ୍ଥିତିସ୍ଥାପକ ହେବା ସହ ସବୁକ୍ଷେତ୍ରରେ ସମାନତା ରଖିପାରିବ । ବର୍ତ୍ତମାନ ଆମର ବ୍ୟବସ୍ଥା ଏପରି ହୋଇଛି ଯେ ବିଶ୍ୱର ମାତ୍ର ୧% ଲୋକଙ୍କ ହାତରେ ୯୯% ସମ୍ପତ୍ତି ଠୁଳ ହୋଇ ରହିଛି। ବିଶ୍ୱ ତାପମାନ ଆମର ଅସ୍ଥିତ୍ତ୍ୱ ନେଇ ବିପଦ ସୃଷ୍ଟି କରିଛି। ଶିକ୍ଷା ଓ ଚିନ୍ତାଶକ୍ତି ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ ।

ଆଜି କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେଇ ଏହା କହିଛନ୍ତି ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ୍‍। କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡ୍‍ ରେ ଅନୁଷ୍ଠିତ ହୋଇଥିଲା।  ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର ୟୁନୁସ୍‍ କହିଥିଲେ ଯେ  ତୁମ୍ଭେମାନେ ଜୀବନର ଏକ ନୂତନ ପର୍ଯ୍ୟାୟକୁ ପ୍ରବେଶ କରୁଛ। ଶିକ୍ଷା ହେଉଛି ଏକ ଦୀର୍ଘ ଏବଂ କଠିନ ଯାତ୍ରା। କିନ୍ତୁ ଏହା ବିଶ୍ୱରେ ପରିବର୍ତ୍ତନ ଆଣିବାରେ ସକ୍ଷମ କରିବ ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର କହିଲେ, ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ସୁଦୃଢ ବ୍ୟକ୍ତିତ୍ୱ ଗଠନ ଯାହାକି, ନୂତନ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ଉଦାର ମନୋଭାବ ଏବଂ ନମ୍ରତାର ସହ ଜ୍ଞାନ ଆହରଣ ଜାରି ରଖିବାରେ ସାହାଯ୍ୟ କରିଥାଏ। ଜୀବନରେ ସଫଳତା ହାସଲ କରିବାକୁ ହେଲେ ଆତ୍ମମନୋବଳ, ଦୃଢ଼ତା, ଧୈର୍ଯ୍ୟ, ସୃଜନଶୀଳ ଉପରେ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଶ୍ରୀ ଶ୍ରୀ ରବି ଶଙ୍କର, ଇରକନ୍‍ ଇଣ୍ଟରନ୍ୟାସନାଲ୍‍ ଲିମିଟେଡ୍ ରଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‍.କେ.ଚୌଧୁରୀ ଏବଂ ଭାରତର ପାଣିପାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ସମାଜ ପାଇଁ ବିଜ୍ଞାନର ଅବଦାନକୁ ଏହା ହେଉଛି ଏକ ସ୍ୱୀକୃତି। ଏହି ସମ୍ମାନ ପାଣିପାଗ ବିଜ୍ଞାନ ଛାତ୍ରଛାତ୍ରୀ, ଗବେଷକ ଓ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବ ବୋଲି ସମ୍ମାନସୂଚକ ଡକ୍ଟୋରେଟ ଗ୍ରହଣ କରି ଡ. ମହାପାତ୍ର କହିଥିଲେ । ସେହିପରି ଶ୍ରୀ ଚୌଧୁରୀ କହିଥିଲେ ଗତ ଦୁଇ ଦଶନ୍ଧି ଧରି ଶିକ୍ଷା କ୍ଷେତ୍ରରେ କିଟ୍‍ ଏବଂ କିସ୍ ର ଅତୁଳନୀୟ ଅବଦାନ ରହିଆସିଛି । ଏଥିପାଇଁ ସେ କିଟ୍‍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ଡ. ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ ।

୨୦୧୯-୨୦ ଶିକ୍ଷା ବର୍ଷର ୭୧୩୫ଜଣ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା । ବିଟେକ୍‍ ଛାତ୍ର ପ୍ରଖର ପ୍ରିୟେସ୍‍, ରୋଶନ ଓଝା ଏବଂ ଏମଟେକ୍‍ ଛାତ୍ର ଶ୍ରୀଷ୍ଠି ରାଜ୍ ଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବାବେଳେ ୨୩ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୮ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟପଦକ, ପି. କେ. ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ୯୫ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡ଼ି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା ।

Previous Post

ସାମ୍ବାଦିକା ସୁପ୍ରିୟା ଦାଶଙ୍କୁ ‘ଲାଡଲି ମିଡ଼ିଆ ଆୱାର୍ଡ -୨୦୨୦’

Next Post

ରାଜ୍ୟପାଳଙ୍କ ପତ୍ନୀଙ୍କ ପରଲୋକ

Next Post
ରାଜ୍ୟପାଳଙ୍କ ପତ୍ନୀଙ୍କ ପରଲୋକ

ରାଜ୍ୟପାଳଙ୍କ ପତ୍ନୀଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA