Thursday, February 12, 2026 11:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଟରେ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ

ଦକ୍ଷିଣ ଏସିଆର ପ୍ରଥମ

by Our Correspondent
12 Feb, 2026- 11:02 PM
in Latest News, News
1 min read
0
କିଟରେ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ

ଭୁବନେଶ୍ୱର: ଏସିଆର ଅସୁରକ୍ଷିତ ବୌଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ କିଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏସିଆ ମହାଦେଶର ଗ୍ରାମାଞ୍ଚଳରେ ଥିବା ୯୦ ପ୍ରତିଶତରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳ ଅସୁରକ୍ଷିତ ରହିଥିବା ବେଳେ ଏ ସଂପର୍କରେ ଭାରତ, ଚୀନ୍‌, କୋରିଆ ଓ ଜାପାନର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କିଟ୍‍ ଓ କିସ୍‍ ଏହି ସବୁ ଐତିହ୍ୟ ସ୍ଥଳର ସୁରକ୍ଷା କିପରି କରାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବ। ଇଣ୍ଡିଆନ୍ ଟ୍ରଷ୍ଟ ଫର୍‍ ରୁରାଲ ହେରିଟେଜ୍ ଆଣ୍ଡ୍ ଡେଭେଲପମେଣ୍ଟ ଦ୍ୱାରା ଗ୍ରାମାଞ୍ଚଳରେ ଅସୁରକ୍ଷିତ ବୌଦ୍ଧ ଐତିହ୍ୟ ସ୍ଥଳର ସଂରକ୍ଷଣ ଓ ପରିଚାଳନା ପାଇଁ ଏକ ଅନ୍ତର୍ଜାତୀୟ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଛି। କିସ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଏହି ଏକାଡେମୀର ନେତୃତ୍ୱ ନେବେ। ପ୍ରଫେସର ଗାଲା କିଟ୍‍ ଲ ସ୍କୁଲ ସହଯୋଗରେ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। କିଟ୍‍ ଲ ସ୍କୁଲରେ ଏହି ପାଠ୍ୟକ୍ରମ ଆରମ୍ଭ ହେବା ପରେ ଏହା ଦକ୍ଷିଣ ଏସିଆରେ ପ୍ରଥମ ଶୈକ୍ଷିକ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଛି।

ପ୍ରଫେସର ଗାଲା ଗତ ବର୍ଷ ଏକ ପ୍ରମୁଖ ଅନ୍ତର୍ଜାତୀୟ ସମ୍ମିଳନୀରେ ଏହି ଏକାଡେମୀ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସେହି ପ୍ରସ୍ତାବକୁ ଆଧାର କରି ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କର ଏକ ପ୍ରତିନିଧି ଦଳ ଗତ ୭ ତାରିଖରେ ନୂଆଦିଲ୍ଲୀରେ ଏହି ଏକାଡେମୀର ଗଠନ, ପାଠ୍ୟକ୍ରମ ଓ ଦୀର୍ଘକାଳୀନ ରୋଡ୍‍ମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଗ୍ରାମୀଣ ପ୍ରେକ୍ଷାପଟ୍ଟରେ ଅସୁରକ୍ଷିତ ବୌଦ୍ଧ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଇନଗତ ଢାଞ୍ଚା, ସ୍ଥାନୀୟ ଲୋକଙ୍କ ଭାଗୀଦାରି ଓ ନୈତିକ ପରିଚାଳନା ସମନ୍ୱିତ ମଡେଲର ଆବଶ୍ୟକତା ଉପରେ ପ୍ରଫେସର ଗାଲା ଗୁରୁତ୍ୱାରୋପ କରିଥିଲେ।

ଏହି ପ୍ରୟାସ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ସଂପ୍ରତି ୟୁନେସ୍କୋ ଏକ କ୍ରମିକ ନାମାଙ୍କନ ମାଧ୍ୟମରେ ରାଜ୍ୟର ପ୍ରସିଦ୍ଧ ବୌଦ୍ଧ ସ୍ୱର୍ଣ୍ଣ ତ୍ରିଭୁଜ – ରତ୍ନଗିରି, ଉଦୟଗିରି ଓ ଲଳିତଗିରିକୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ଭାରତର ଅସ୍ଥାୟୀ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଯଦି ଏହାକୁ ପୂର୍ଣ୍ଣ ବିଶ୍ୱ ଐତିହ୍ୟ ମାନ୍ୟତା ମିଳେ, ତେବେ ପ୍ରସ୍ତାବିତ ଶୈକ୍ଷିକ କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଏକାଡେମୀ ଏହି ଐତିହାସିକ ସ୍ଥଳଗୁଡ଼ିକୁ ପରିଚାଳନା, ସଂରକ୍ଷଣ ଓ ଆଇନଗତ ସୁରକ୍ଷା ଦେବାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି କୁହାଯାଉଛି।

Previous Post

ଦୋକାନବଜାର ବନ୍ଦ, ଯାତାୟତ ଠପ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA