Tuesday, March 10, 2026 09:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ନାହାନ୍ତି ଯଶସ୍ୱୀ ମନୋଜ ଦାସ

ସାହିତ୍ୟ ଜଗତରେ ବିରାଟ ଶୂନ୍ୟସ୍ଥାନ

by Our Correspondent
27 Apr, 2021- 10:24 PM
in Latest News, News
1 min read
0
ଆଉ ନାହାନ୍ତି ଯଶସ୍ୱୀ ମନୋଜ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ସାହିତ୍ୟ ଜଗତର ଯଶସ୍ୱୀ ମହାପୁରୁଷ । ୮୭ ବର୍ଷ ବୟସରେ ଆଖି ବୁଜିଦେଇଛନ୍ତି ଏହି ମହାନ୍ ସାରସ୍ୱତ ସାଧକ ମନୋଜ ଦାସ । ବାର୍ଦ୍ଧକ୍ୟ ଜନିତ ରୋଗ ପାଇଁ ପଣ୍ଡିଚେରୀ ଆଶ୍ରମ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଆଜି ସଂଧ୍ୟା ୮.୧୦ ମିନିଟ୍ ରେ ସେ ଆଖି ବୁଜି ଦେଇଛନ୍ତି । ଓଡ଼ିଆ ଓ ଇଂରାଜୀ ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ ତଥା ଆନ୍ତର୍ଜାତିକଖ୍ୟାତି ସମ୍ପନ୍ନ ଲେଖକ, ଔପନାସିକ ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି ।

ଗତ ସେପ୍ଟେମ୍ବର ମାସରେ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ସ୍ଥିତିକୁ ଚାଲି ଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଥା ହୋଇ ତାଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବ୍ୟକ୍ତିଗତ ଭାବେ ତାଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସେ କ୍ରମଶଃ ଭଲ ହୋଇ ଆସୁଥିଲେ ମଧ୍ୟ ଗୋଡ ଭାଙ୍ଗିଯିବାରୁ ତାଙ୍କ ଅବସ୍ଥା ପୁଣି ଗୁରୁତର ହୋଇପଡ଼ିଥିଲା ।

୧୯୩୪ ଫେବ୍ରୁଆରୀ ୨୭ ତାରିଖରେ ବାଲେଶ୍ୱର ଭୋଗରାଇ ବ୍ଲକ୍ ଶଙ୍ଖାରୀ ଗାଁରେ ଜନ୍ମଗ୍ରହଣ କରିଥିଲେ ମନୋଜ ଦାସ । ରେଭେନସା କଲେଜରୁ ଇଂରାଜୀରେ ଏମଏ ପାସ୍ କଲା ପରେ ସେ କିଛି ବର୍ଷ ଖ୍ରୀଷ୍ଟ କଲେଜରେ ଅଧ୍ୟାପନା କରିଥିଲେ । ୧୯୬୩ ମସିହାରେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ଯାଇ ସେଠାରେ ଅବସ୍ଥାନ କରିଥିଲେ । ପୁଡୁଚେରୀ ଅରବିନ୍ଦ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ ଏଜୁକେସନ୍ ରେ ଇଂରାଜୀ ସାହିତ୍ୟ ଓ ଦର୍ଶନ ବିଭାଗର ପ୍ରଫେସର ଭାବେ ଯୋଗ ଦେଇଥିଲେ ।

ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ତାଙ୍କର ଥିଲା ପ୍ରଚଣ୍ଡ ପ୍ରତିଭା ଥିଲା । ଉଭୟ ଭାଷାରେ ସେ ଶତାଧିକ ଗଳ୍ପ, କବିତା ଓ ଉପନ୍ୟାସ ରଚନା କରିଛନ୍ତି । ଭ୍ରମଣ କାହାଣୀ ଓ ଐତିହ୍ୟ, ସଂସ୍କୃତି ଉପରେ ତାଙ୍କର ବହୁ କୃତି ରହିଛି । ତାଙ୍କର ଲୋକପ୍ରିୟ ଓଡ଼ିଆ ପୁସ୍ତକ ମଧ୍ୟରେ ରହିଛି ଜିଜ୍ଞାସାର ଦିଗଦିଗନ୍ତ, ଚେତନାର ଦିଗବଳୟ, ଅଜଣାର ଅନ୍ୱେଷଣେ, ମନୋଜ ଦାସଙ୍କ ସହ ପ୍ରଶ୍ନୋତ୍ତର, ଗୋଧୂଳିର ବାଘ, ଅମୃତ ଫଳ, କନକ ଉପତ୍ୟକାର କାହାଣୀ, ଆରଣ୍ୟକ, ଶେଷ ତାନ୍ତ୍ରିକ, ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି, ଧୂମାଭ, ଦିଗନ୍ତ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆକାଶର ଇସାରା ।

୧୯୭୧ ମସିହାରେ ମନୋଜ ଦାସଙ୍କ ଗବେଷଣାମୂଳକ ଲେଖା ବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଭାରତର ସ୍ୱାଧୀନତାରେ ଅରବିନ୍ଦଙ୍କ ଭୂମିକାକୁ ଲୋକଲୋଚନକୁ ଆଣିଥିଲା । ଯେଉଁଥିପାଇଁ ପ୍ରଥମେ ତାଙ୍କୁ ଶ୍ରୀ ଅରବିନ୍ଦ ପୁରସ୍କାର ମିଳିଥିଲା । ନିଜର ସାଧନା ଓ କୃତିତ୍ୱ ପାଇଁ ଜୀବନତମାମ ଯଥେଷ୍ଟ ସମ୍ମାନର ଅଧିକାରୀ ହୋଇଥିଲେ । ୨୦୦୦ ମସିହାରେ ସରସ୍ୱତୀ ସମ୍ମାନ, ୨୦୦୧ ରେ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କାର, ସାରଳା ସମ୍ମାନ, ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୨୦୨୦ରେ ପଦ୍ମବିଭୂଷଣ ସମ୍ମାନ ପାଇଥିଲେ ।

ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଉତ୍କଳ ଜନନୀ ତାର ଅନ୍ୟତମ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ସ୍ୱର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହୋଇ ରହିଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱଗତ ମନୋଜ ଦାସଙ୍କ ଶେଷକୃତ୍ୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଥିବା ବେଳେ ଶେଷକୃତ୍ୟରେ ଯୋଗଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ମନୋଜ ଦାସଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ପୁଡୁଚେରୀ ଉପରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।

Previous Post

ଜରୁରୀ ଔଷଧ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

Next Post

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟ୍ କୁ ଭାରତର ସର୍ବୋଚ୍ଚ ସ୍ଥାନ

Next Post
କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟ୍ କୁ ଭାରତର ସର୍ବୋଚ୍ଚ ସ୍ଥାନ

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟ୍ କୁ ଭାରତର ସର୍ବୋଚ୍ଚ ସ୍ଥାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA