Friday, January 16, 2026 02:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜୀବନ ଅସହାୟ, କେହି ଶୁଣିଲେନି

ଆତ୍ମାହୁତି ଉଦ୍ୟମ ପରେ ପଶୁଛି ଚେତା

by Samar Pradhan
13 Jul, 2025- 09:58 PM
in Crime, Latest News, News
1 min read
0
ଜୀବନ ଅସହାୟ, କେହି ଶୁଣିଲେନି

ଭୁବନେଶ୍ୱର: ମନର କୋହ ଓ ଯନ୍ତ୍ରଣାକୁ ଧରି ସମସ୍ତଙ୍କ ଶରଣ ପଶିଥିଲେ । କଲେଜ ସହପାଠୀ, ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଏସପି, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ନେହୁରା ହୋଇଥିଲେ । ଯେଉଁ ଛାତ୍ର ସଂଗଠନକୁ ନିଜର କରିଥିଲେ ସିଏ ବି ସାଙ୍ଗରେ ରହିଲେନି । ଓଲଟି ବିଭିନ୍ନସ୍ତରରୁ ତାଙ୍କୁ ମିଳିଲା ଲାଂଛନା ଏବଂ ଅପମାନ । ଅଭିଯୋଗ ପ୍ରତ୍ୟାହାର ପାଇଁ ବଢ଼ିଲା ଚାପ । ନଚେତ୍ କ୍ୟାରିୟର୍ ବରବାଦ କରି ଦିଆଯିବ ବୋଲି ଧମକ ଦିଆଗଲା । ଲଢ଼େଇ କରିବାର ଶକ୍ତି ଓ ସାମର୍ଥ ହରାଇ ସାରିଲା ପରେ ଶେଷରେ ତିଳ ତିଳ କରି ନିଜକୁ ଜାଳିଦେବାକୁ ଚରମ ନିଷ୍ପତ୍ତି ନେଲେ ।

ଭୁବନେଶ୍ୱର ଏମସ୍ ରେ ଜୀବନମରଣ ସହ ସଂଘର୍ଷ କରୁଥିବା ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜ ଛାତ୍ରୀଙ୍କର ଏହା ଜୀବନ କାହାଣୀ । ତାଙ୍କୁ ନ୍ୟାୟ ଦେଇ ଯନ୍ତ୍ରଣାମୁକ୍ତ କରିବା ପାଇଁ ଆମର ବ୍ୟବସ୍ଥା ଯେ ପଙ୍ଗୁ ପାଲଟିଯାଇଥିଲା ତାହା ଏବେ ଦୁନିଆ ଦେଖୁଛି । ତାଙ୍କ ଗୁହାରି କେହି ଶୁଣି ନ ଥିଲେ । ମାସ ମାସ ଧରି ଭୋଗୁଥିବା ତାଙ୍କର ମାନସିକ ଯନ୍ତ୍ରଣାକୁ କେହି ବୁଝିବାକୁ ଚେଷ୍ଟା କରି ନ ଥିଲେ ।

ପୀଡ଼ିତାଙ୍କ ଅଭିଯୋଗ ସତ୍ୟ ହୋଇଥିଲେ, ଅଭିଯୁକ୍ତ ଏଚଓଡି ସମୀର କୁମାର ସାହୁଙ୍କୁ ସୁରକ୍ଷା ଦେବା ପାଇଁ ଖୋଦ୍ ବିଭାଗର କିଛି ଛାତ୍ରଛାତ୍ରୀ ଏକଜୁଟ୍ ହୋଇ ତାଙ୍କର ଚରିତ୍ର ହନନ କରିବାକୁ ପଛାଇ ନାହାନ୍ତି । ଅଧ୍ୟକ୍ଷଙ୍କୁ ସେ ବାରମ୍ବାର ଭେଟି ଗୁହାରି କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଓଲଟି କଲେଜ ଆଭ୍ୟନ୍ତରୀଣ କମିଟି ଜରିଆରେ ଅଭିଯୁକ୍ତ ଅଧ୍ୟାପକଙ୍କୁ କ୍ଲିନଚିଟ୍ ଦିଆଗଲା । ଏହି ଆଧାରରେ ଅଭିଯୋଗ ପ୍ରତ୍ୟାହାର ପାଇଁ ମିଳିମିଶି ସମସ୍ତେ ଚାପ ପକାଇଥିଲେ । ଗତକାଲି ଶେଷଥର ପାଇଁ ଅଧ୍ୟକ୍ଷଙ୍କୁ ଭେଟି ନ୍ୟାୟ ମାଗିଥିଲେ ମଧ୍ୟ ତାଙ୍କୁ ମିଳିଲା ଲାଂଛନା । ଶେଷରେ ସେହି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ବାହାରେ ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ଦିଆସିଲି ଚେଙ୍ଗିଦେଲେ ।

୯୫ ପ୍ରତିଶତ ଜଳି ହସ୍ପିଟାଲ୍ ବେଡ୍ ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଛାତ୍ରୀଙ୍କ ଘର ଭୋଗରାଇ ଅଞ୍ଚଳରେ । ସେ ଅବଳା କି ଦୁର୍ବଳା ନ ଥିଲେ । ମାତ୍ର ପରିସ୍ଥିତି ତାଙ୍କୁ ଏଭଳି କରିଦେଲା । ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷର ଏହି ଛାତ୍ରୀ ମାର୍ଶାଲ ଆର୍ଟରେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଇଥିଲେ । ବିଭିନ୍ନ କଲେଜକୁ ଯାଇ ସେ ଅନ୍ୟମାନଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେଉଥିଲେ ।

ଖାଲି ସେତିକି ନୁହେଁ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ସେ ଥିଲେ ସକ୍ରିୟ କାର୍ଯ୍ୟକର୍ତ୍ତା । ସଂଗଠନ ପାଇଁ ସଦସ୍ୟ ସଂଗ୍ରହ କରୁଥିଲେ । ସଂଗଠନ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ସେ ନେତୃତ୍ୱ ନେଉଥିଲେ । ପ୍ରତିବର୍ଷ ଏବିଭିପି ପକ୍ଷରୁ ହେଉଥିବା ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ଅଭିନୟରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ଭଲ ଅଭିନୟ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି ।

ନେତୃତ୍ୱ ଦେଉଥିବା ଏବଂ ଆତ୍ମରକ୍ଷା ପାଇଁ ଅନ୍ୟଙ୍କୁ ତାଲିମ ଦେଉଥିବା ଝିଅ ଦିନେ ଅସହାୟ ହୋଇ ନିଜ ଜୀବନ ନିଜ ହାତରେ ଜାଳିଦେବାକୁ ଉଚିତ୍ ମଣିବା ସମସ୍ତଙ୍କ ହୃଦୟ ଚହଲାଇ ଦେଇଛି ।

 

 

Previous Post

୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ, ବଢ଼ିବ ରୌଦ୍ରତାପର ପ୍ରଭାବ

Next Post

୯୫ % ପୋଡ଼ିଯାଇଛି, ଅବସ୍ଥା ସଙ୍କଟାପନ୍ନ

Next Post
୯୫ % ପୋଡ଼ିଯାଇଛି, ଅବସ୍ଥା ସଙ୍କଟାପନ୍ନ

୯୫ % ପୋଡ଼ିଯାଇଛି, ଅବସ୍ଥା ସଙ୍କଟାପନ୍ନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA