Wednesday, April 8, 2026 10:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଜ୍ଞାନୀ’ ଅପରାଜିତାଙ୍କ ଜ୍ଞାନ ପରୀକ୍ଷା !

ଐତିହ୍ୟ ବାଇ ଲ' ସଂକ୍ରାନ୍ତରେ ମାନସ ମଙ୍ଗରାଜଙ୍କ ପ୍ରଶ୍ନ

by Our Correspondent
17 Feb, 2021- 07:40 PM
in Latest News
1 min read
0
‘ଜ୍ଞାନୀ’ ଅପରାଜିତାଙ୍କ ଜ୍ଞାନ ପରୀକ୍ଷା !

ଭୁବନେଶ୍ୱର: ଏନଏମଏ ର ବାଇ ଲ’ ପ୍ରସଙ୍ଗରେ ସିଧାସଳଖ ଭାବେ ରାଜ୍ୟ ସରକାର କି ବିଜେଡ଼ି ନୁହେଁ, ଖୋଦ୍ ନିଜ ଦଳର କେନ୍ଦ୍ରମନ୍ତ୍ରୀଙ୍କ ଜ୍ଞାନକୁ ପରୋକ୍ଷରେ କଟାକ୍ଷ କରିବାକୁ ପଛାଇନାହାନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ନିଜକୁ ଜ୍ଞାନୀ, ବୁଦ୍ଧିମାନ ବୋଲି ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିବା ଅପରାଜିତାଙ୍କ ଜ୍ଞାନର ପରୀକ୍ଷା ପାଇଁ ଆଜି ତାଙ୍କୁ ଖୋଲା ପ୍ରଶ୍ନବାଣ ଛାଡ଼ିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ।

ଏକ ପ୍ରେସ୍ ବିବୃତିରେ ଶ୍ରୀ ମଙ୍ଗରାଜ କହିଛନ୍ତି,

୧. ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍‌ ଅଫିସର ନୁହେଁ । ମୁଁ ଆପଣଙ୍କ ଭଳି କୌଣସି ଗବେଷଣା କରିନାହିଁ । କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ ମିନିଟ୍‌ରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି Ancient Monuments and Archaeological Sites and Remains Act,1958 (AMSAR Act) section-20 E ଅନୁଯାୟୀ ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ।

୨. ମୋର ବକ୍ତବ୍ୟକୁ ଯେଭଳି ଭୁଲ୍‌ ଭାବେ ଦର୍ଶାଯାଇଛି ତାହା ମତେ ବ୍ୟଥିତ କରିଛି । ମୁଁ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲି ଯେ କୋଲକାତା ଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ଯାହାକି ବର୍ତ୍ତମାନର ପ୍ରଶ୍ନବାଚୀ ।

୩. ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି । କୋଲକାତା ଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିରଗୁଡିକ ଲାଗି ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ।

୪. ଯେହେତୁ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର ।

୫. ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି ।

୬. ଶ୍ରୀମତୀ ଷଡଙ୍ଗୀ ଆପଣ ଦୀର୍ଘଦିନ ଧରି ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଯାହା ଜଣାପଡୁଛି ଆପଣ ଆମସର ଆଇନ୍‌କୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି । ତେଣୁ ସବୁଠାରୁ ଭଲ ହେବ ଆପଣ ଆମସର ଆଇନ୍‌କୁ ପଢି ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ । Ancient Monuments and Archaeological Sites and Remains Act,1958 (AMSAR Act) section-20 E ଅନୁଯାୟୀ ଐତିହ୍ୟ ବାଇ-ଲ, ଯାହା କି ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରୁଛି ତାହାକୁ ତିଆରି କରିବା ପାଇଁ କିଏ କ୍ଷମତାପ୍ରାପ୍ତ ଅଧିକାରୀ ? ମିଥ୍ୟା ତଥ୍ୟ ଉପସ୍ଥାପନ ଦ୍ୱାରା ଓଡିଶା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ।

Previous Post

ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ୨୦୦ କୋଟି

Next Post

ବିଜେପିର ‘ପରୀ’ ଦୋକାନ ବନ୍ଦ !

Next Post
ବିଜେପିର ‘ପରୀ’ ଦୋକାନ ବନ୍ଦ !

ବିଜେପିର 'ପରୀ' ଦୋକାନ ବନ୍ଦ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA