Wednesday, March 4, 2026 06:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଶନ ଶକ୍ତି : ମହିଳା ସଶକ୍ତିକରଣର ପ୍ରଶ୍ନ ଓ ପ୍ରସଙ୍ଗ

by Our Correspondent
19 Jan, 2022- 06:08 PM
in Latest News, Opinion
1 min read
0
ମିଶନ ଶକ୍ତି : ମହିଳା ସଶକ୍ତିକରଣର ପ୍ରଶ୍ନ ଓ ପ୍ରସଙ୍ଗ

ଇତିଶ୍ରୀ ନାୟକ

ସୁନ୍ଦରଗଡର ଜୟନ୍ତୀ ଏକ୍କା । ସେ ଆଉ ତାଙ୍କର ସହଯୋଗୀ ଆଜି ଜଣେ ଜଣେ ସଫଳ ଉଦ୍ୟୋଗୀ। ଫ୍ଲାଇଆସ ରେ ତିଆରି ଇଟା ବ୍ୟବସାୟରେ ସେମାନଙ୍କର ରୋଜଗାର ମାସିକ ଲକ୍ଷ ଲକ୍ଷ ଟଙ୍କା। କାମ ଆରମ୍ଭ କରିଥିଲେ ଅଙ୍ଗନବାଡି ପାଇଁ ଛତୁଆ ତିଆରି କରିବାଠୁ। ତୃଣମୁଳସ୍ତରରୁ ଏ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏବେ ପ୍ରେରଣା।

ସେମିତି କଳାହାଣ୍ଡିର ଥୁଆମୂଳ ରାମପୁରର ଦଇମତି ଗୌଡ। ଦଇମତିଙ୍କ ପାଖରେ ଅଳ୍ପ କିଛି ଜମିଥିଲା। ପରିବା ଚାଷ ଥିଲା ପରିବାର ଚଳେଇବାର ଏକମାତ୍ର ଅର୍ଥନୈତିକ ମାଧ୍ୟମ। କିନ୍ତୁ ରୋଜଗାର ଯଥେଷ୍ଟ ନଥିଲା। ସ୍ଵୟଂ ସହାୟକ ଗୋଷ୍ଠୀର ର ସାହାଯ୍ୟ ନେଇ ସେ କ୍ୟାପସିକମ ଚାଷ ଆରମ୍ଭ କଲେ। ସଫଳତା ମିଳିଲା। ଆଖପାଖ ବଜାରରେ ବିକ୍ରୀ କରି ଲାଭବାନ ବି ହେଲେ। ବ୍ୟାଙ୍କରେ ଏବେ କିଛି ସଞ୍ଚୟ ବି ସେ କରି ପାରୁଛନ୍ତି।

କେବଳ ଜୟନ୍ତୀ ଓ ଦଇମତି ନୁହଁନ୍ତି, ଓଡ଼ିଶାର ୭୦ଲକ୍ଷ ମହିଳାଙ୍କର ଏମିତି କିଛି କିଛି ସକାରାତ୍ମକ କାହାଣୀ ରହିଛି । ଏସବୁ ମହିଳାଙ୍କୁ ଘରକୋଣରୁ ବାହାରି ନିଜ ଗୋଡରେ ଠିଆ ହେବା ପାଇଁ ସାହସ ସହ ପୁଞ୍ଜି ଯୋଗେଇଛି ମିଶନ ଶକ୍ତି। ଆଜି ଓଡିଶାର ୭୦ଲକ୍ଷ ମହିଳା ମିଶନ ଶକ୍ତି ଅଧୀନରେ ସ୍ୱୟଂ ସହାୟିକା ଭାବେ କାମ କରି ନିଜ ଗୋଡରେ ଠିଆ ହୋଇଛନ୍ତି। ଏହା ସେମାନଙ୍କ ଅର୍ଥନୈତିକ ଜୀବନକୁ ଦାରିଦ୍ର୍ୟରୁ ମୁକୁଳାଇବାରେ ଓ ସାମାଜିକ ସୁରକ୍ଷା ଦେବାରେ ଏକ ବଡ ଆଂଦୋଳନର ହୋଇ ବଢି ଉଠୁଛି ।

୮ ମାର୍ଚ୍ଚ ୨୦୦୧ରେ ଓଡିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ, ମହିଳା ଓ ଶିଶୁବିକାଶ ବିଭାଗ ଅଧୀନରେ ଆରମ୍ଭ ହେଲା ଏବଂ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓଡିଶାରେ ଏମିତି ଏକ ସମାଜ ଗଠନ ଥିଲା, ଯେଉଁଠି ମହିଳା ମାନଙ୍କ ପାଖରେ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ସହ ଆତ୍ମବିଶ୍ୱାସ ଓ ସମ୍ମାନ ସହିତ ବଞ୍ଚିବା ପାଇଁ ସମାନ ସୁଯୋଗ ରହିଥିବ। ତେଣୁ ଏହାକୁ ସମ୍ଭବ କରେଇବା ପାଇଁ ପ୍ରାଥମିକତା ରହିଲା ମହିଳାଙ୍କ ହାତକୁ ରୋଜଗାର କିଭଳି ଯୋଗାଇବା। ଏହା ସହିତ ଅଧିକରୁ ଅଧିକ ମହିଳାଙ୍କୁ ଏ କାର୍ଯ୍ୟକ୍ରମ ସହ ଯୋଡିବା। ଦୁଇ ବର୍ଷ ଭିତରେ ୨ଲକ୍ଷ ଏସ୍ଏଚଜି ଗଠନ କରିବାର ପ୍ରାଥମିକ ଲକ୍ଷ୍ୟ ଥିଲା। ୨୦୦୬-୦୭ବେଳକୁ ୨ଲକ୍ଷ ୪୮ହଜାର ୬୮୯, ୨୦୧୭ ମାର୍ଚ୍ଚ ବେଳକୁ ୩ଲକ୍ଷ ୧୪ହଜାର ୬୪୬ ଏବଂ ୨୦୧୮-୧୯ ବେଳକୁ ଏ ସଂଖ୍ୟାରେ ଆହୁରି ୨ଲକ୍ଷ ୮୭ହଜାର ୩୬୭ଟି ଏସଏଚଜି ଯୋଡି ହୋଇସାରିଥିଲା। ଆଜି ରାଜ୍ୟରେ କାମ କରୁଛି ମୋଟ ୬ଲକ୍ଷ ୨ହଜାର ୧୩ଟି ଏସଏଚଜି।

ମିଶନ ଶକ୍ତି ଆରମ୍ଭ ହେବା ବେଳେ ସମଗ୍ର ରାଜ୍ୟରେ ମାତ୍ର ୪୧ହଜାର ଏସଏଚଜି ଥିବା ବେଳେ, ୨୦୨୦-୨୧ ରେ ଏ ସଂଖ୍ୟା ୬ଲକ୍ଷ ଅତିକ୍ରମ କରିବା ପ୍ରମାଣ କରୁଛି ଯେ ମହିଳାଙ୍କ ଭିତରେ ଏହାକୁ ନେଇ କେବଳ ସଚେତନତା ନୁହେଁ ଆଗ୍ରହ ଓ ବିଶ୍ୱାସ ବି ବଢିବାରେ ଲାଗିଛି।ରାଜ୍ୟର ୭୦ଲକ୍ଷ ମା’ ମାନଙ୍କୁ କିଭଳି ଅଧିକରୁ ଅଧିକ ସୁବିଧା ସୁଯୋଗ ଦେଇହେବ, ଏହାକୁ ଦୃଷ୍ଟିରେ ରଖି ଆଜି ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗରେ ରାଜ୍ୟ ସରକାର ରୂପାନ୍ତରିତ କରିଛନ୍ତି । ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା କାମ ମହିଳା ଏସଏଚଜିମାନଙ୍କୁ ଦିଆଯିବା ପାଇଁ ନିୟମ ବି କରିଛନ୍ତି ସରକାର।

ସରକାରୀ ତଥ୍ୟ ଅନୁସାରେ ୨୦୨୦-୨୧ ବର୍ଷ ରେ ସରକାରଙ୍କ ୧୩ଟି ବିଭାଗ, ୧ଲକ୍ଷ ୪ହଜାର ୭୧୨ଟି ଏସଏଚଜିଙ୍କୁ ୧୧୯୮କୋଟି ଟଙ୍କାର ବ୍ୟବସାୟ ଯୋଗାଇଛନ୍ତି । ବ୍ୟବସାୟ କରି ଏସଏଚଜିମାନେ ରୋଜଗାର କରିଛନ୍ତି ୨୩୦କୋଟି ୨୦ଲକ୍ଷ ଏବଂ ତା ସହିତ ସଫଳତା ପାଇଁ ୬୬କୋଟି ଟଙ୍କାର ପ୍ରୋତ୍ସାହନରାଶି ପାଇଛନ୍ତି । ଏ ସଫଳତା ୨୦ବର୍ଷ ପରେ ଏ ସ୍ତରରେ ପହଞ୍ଚିଛି। ପ୍ରାରମ୍ଭିକସ୍ତରରେ ଏସଏଚଜିମାନେ ବ୍ୟାଙ୍କରୁ ଋଣ ଆଣି ସେ ଟଙ୍କାକୁ କିଭଳି ବଢା ଯାଇ ପାରିବ, ସେ ନେଇ ବିଭିନ୍ନ ଛୋଟ ଛୋଟ ବ୍ୟବସାୟ ଯେମିତି କି ପାରମ୍ପରିକ ବଡି, ପାମ୍ପଡ, ଆଚାର ବା ସ୍ଥାନୀୟ ଅଞ୍ଚଳର ଅନ୍ୟ ଲୋକପ୍ରିୟ ସାମଗ୍ରୀକୁ ଅନ୍ୟ ଅଞ୍ଚଳରେ ପହଞ୍ଚେଇ ତାର ବ୍ୟବସାୟ କରିବା। ଏଥିପାଇଁ କିଭଳି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ଏବଂ ସେମାନଂକୁ ଉତ୍ସାହିତ କରିଯାଇପାରିବ ଏଥିପାଇଁ ସୁଧରେ ରିହାତିର ବ୍ୟବସ୍ଥା ବି ହୋଇଛି।

୨୦୧୮-୧୯ରୁ ୨୦୨୧(ନଭେମ୍ବର ପର୍ଯ୍ୟନ୍ତ) ମୋଟ ୭ଲକ୍ଷ ୬୧ ଏସଏଚଜି ଏ ସୁବିଧା ହାସଲ କରିଛନ୍ତି। ତଳ ସରଣୀରେ ଏ ନେଇ ବିସ୍ତୃତ ତଥ୍ୟ ରହିଛି।

୨୦୧୮-୨୦୨୧ ପର୍ଯ୍ୟନ୍ତ ଏସଏଚଜିଙ୍କୁ ଆର୍ଥିକ ସହାୟତା

ବର୍ଷ  ଏସଏଚଜିସଂଖ୍ୟା(ଲକ୍ଷ ) ଏସଏଚଜିକୁ ଋଣପ୍ରଦାନ(କୋଟି) ସୁଧରିହାତି(କୋଟି)
୨୦୧୮-୧୯ ୧.୬୫ ୧୮୧୨ ୪୯.୩୨
୨୦୧୯-୨୦ ୧.୫୫ ୨୩୦୮ ୮୨
୨୦୨୦-୨୧ ୨.୪୧ ୪୧୯୦ ୧୩୫.୫୨
୨୦୨୧(ନଭେମ୍ବରଯାଏଁ) ୨.୦ ୪୨୯୧ ୩୩.୩୪

ତଥ୍ୟ ସୌଜନ୍ୟ: ମିଶନଶକ୍ତି ବିଭାଗ

ଅର୍ଥନୈତିକ ସହାୟତା

ଅର୍ଥନୈତିକ ସହାୟତା ବିନା ମହିଳା ସଶକ୍ତିକରଣର କଳ୍ପନା ମୂଲ୍ୟହୀନ। ଏଥିପାଇଁ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ଦିଆଯାଇଛି।  ନୂଆ ଏସଏଚଜି ଗଠନ ପାଇଁ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡିକର୍ମୀଙ୍କୁ ୧୯କୋଟି ୫୯ଲକ୍ଷ, ମୂଳଧନ ଭାବେ ପ୍ରତି ଏସଏଚଜିକୁ ୧୫ହଜାର ଟଙ୍କା ବାବଦରେ ୪୭୧କୋଟି ଅର୍ଥ ଯୋଗାଇ ଦିଆଯାଇଛି। ଏହା ଛଡା ପ୍ରତି ବ୍ଲକକୁ ୨୫ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଇଛି। ତା ସହିତ ମା ମାନଙ୍କୁ ଇ- ବ୍ୟାଙ୍କିଙ୍ଗ ଇ – କମର୍ସ ଓ ବଜାର ସହ ଯୋଡିବା ପାଇଁ ସ୍ମାର୍ଟ ଫୋନ ବାବଦରେ ୯୫ କୋଟି ୩୨ ଲକ୍ଷର ପାଣ୍ଠି ବି ଦେଇଛନ୍ତି ସରକାର।

ଏସଏଚଜିର ମା ମାନଙ୍କ ହାତକୁ ଖାଲି କାମ ନୁହେଁ ଏମାନଙ୍କୁ କେମିତି କୁଶଳୀ ଉଦ୍ୟୋଗୀ କରାଯାଇ ପାରିବ ସେ ନେଇ ଚେଷ୍ଟା କରାଯାଇଛି। ମାଛଚାଷ, ପୋଖରି ନିଲାମୀ, ଛତୁଚାଷ, ରାସ୍ତାକାମ ଯାହା ଗୋଟେ ସମୟରେ କେବଳ ପୁରୁଷ କୈନ୍ଦ୍ରିକ ଥିଲା, ସେସବୁ ଏବେ ମା ମାନେ ସଫଳତାର ସହ କରି ପାରୁଛନ୍ତି। ମିଶନଶକ୍ତି ପାଇଁ ୫ହଜାର କୋଟି ଟଙ୍କାର କାମ ଦେବାପାଇଁ ଓଡିଶା ସରକାରଙ୍କ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏହା ଛଡା ଏସଏଚଜି ଗୁଡିକର ବ୍ୟବସାୟକୁ ସହଜ କରିବା ପାଇଁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ଆରମ୍ଭ କରା ଯାଇଛି। ମିଶନ ମେଳାର ଆୟୋଜନ ସହ ଇ ପୋର୍ଟାଲ ଓ “ଓରମାସ” ପରିସରରେ ମିଶନ ଶକ୍ତି ବଜାରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

କରୋନା ସମୟରେ ମହିଳାଙ୍କୁ ଶକ୍ତି

ସରକାରୀ ତଥ୍ୟ ଅନୁସାରେ ଗତ ୨ ବର୍ଷ ଭିତରେ ମିଶନ ଶକ୍ତିର ବିଭିନ୍ନ ଏସଏଚଜି, ପିଠାଠୁ ନେଇ ସାନିଟାରୀ ନାପକିନ୍ପ ପର୍ଯ୍ୟନ୍ତ ବିଭିନ୍ନ ଜିନିଷରେ ୨୮ ଶହ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଯେତେବେଳେ ଗତ ଦୁଇ ବର୍ଷ ହେଲାଣି କରୋନା ମାଡରେ ଦେଶର ଅର୍ଥନୀତି ସାଂଘାତିକ ପ୍ରଭାବିତ ହୋଇଛି, ଅନେକ ରୋଜଗାରହୀନ ହୋଇଛନ୍ତି, ସେତେବେଳେ କିନ୍ତୁ ଓଡିଶାର ଗ୍ରାମୀଣ ଅର୍ଥନୀତି ଉପରେ ଏହାର ଅଧିକ ପ୍ରଭାବ ପଡିନାହିଁ। ଯାହାର ବଡ କାରଣ ଲକଡାଉନ ସମୟରେ ବି ଏସଏଚଜି ସଦସ୍ୟାଙ୍କୁ ରୋଜଗାରର ଦିଶା ଦେଖାଇଥିଲା ମିଶନଶକ୍ତି। ମାସ୍କ ତିଆରିଠୁ ଆରମ୍ଭ କରି ଆହାର ଓ ଆଶ୍ରୟ ଯୋଜନା ଅଧୀନ ସେଣ୍ଟରର ଦାୟିତ୍ଵ ପର୍ୟ୍ୟନ୍ତ ମା ମାନଙ୍କ ହାତକୁ ଟେକି ଦିଆଯାଇଛି।କରୋନା ସମୟରେ ପ୍ରାୟ ୧ କୋଟି ଟଙ୍କାର ମାସ୍କ ବିକ୍ରି କରି ପାରିଛନ୍ତି ବିଭିନ୍ନ ଏସ୍ଏଚ୍ଜି।

ମିଶନ ଶକ୍ତିର ମା ମାନଙ୍କୁ କୋଭିଡ ସହାୟତା ବାବଦରେ ଓଡିଶା ସରକାର ୪୫୩ କୋଟି ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି। ଏହା ଛଡା ବିଭିନ୍ନ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସଂପତ୍ତିକୁ ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ଯେମିତି ଏହାକୁ ସେମାନେ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ। ଫଳରେ ସାଧାରଣ ଲୋକେ ତ ସୁବିଧା ପାଇବେ, ତା ସହିତ ମିଶନ ଶକ୍ତିର ମା ମାନଙ୍କର ବି ଆର୍ଥିକ ଲାଭପାଇ ପାରିବେ।

ମିଶନ ଶକ୍ତିର ସଦସ୍ୟା ମାନଙ୍କର କର୍ମ ତତ୍ପରତା ଓ ନିଷ୍ଠା ଦେଖି ସେମାନଙ୍କ କାନ୍ଧରେ ନୂଆ ନୂଆ ଦାୟିତ୍ଵ ବି ଦିଆ ଯାଉଛି। କେତେବେଳେ ବ୍ୟାଙ୍କସଖୀ ଭାବେ ବ୍ୟାଙ୍କର ଉପକାରିତାକୁ ଗାଁର ଘରଦୁଆରେ ପହଞ୍ଚିବାର ଦାୟିତ୍ବ ହେଉ, କରୋନା ସମୟରେ ମିଟର ରିଡିଂ କରି ବିଦ୍ୟୁତ୍ବିଲ ଆଦାୟ ହେଉ ବା ହୋଲଡିଂ ଟ୍ୟାକ୍ସ ଆଦାୟ ,ସବୁ କାମରେ ଦକ୍ଷତା ଦେଖାଇଛନ୍ତି ମିଶନ ଶକ୍ତି ସଦସ୍ୟା।

ଆଜି ମିଶନ ଶକ୍ତି ଓଡ଼ିଶାରେ ଏକ ସଫଳ ପରୀକ୍ଷଣ। ଅନ୍ୟ ରାଜ୍ୟମାନେ ଏଥିରୁ ପ୍ରେରଣା ପାଇଛନ୍ତି। ଏ ନେଇ ଓଡିଶାକୁ ମଡେଲ ଭାବେ ଗ୍ରହଣ କରିଛନ୍ତି। ଦୀର୍ଘ ୨୦ବର୍ଷ ଭିତରେ ମହିଳାଙ୍କ ଶକ୍ତି ଭାବରେ ପାଖରେ ଠିଆ ହୋଇଥିବା ମିଶନ ଶକ୍ତି ଏବେ ଏକ ସ୍ବତନ୍ତ୍ର ବିଭାଗ। କିନ୍ତୁ କେବଳ ଅର୍ଥନୈତିକ କ୍ଷେତ୍ରରେ ନୁହେଁ, ରାଜନୈତିକ କ୍ଷେତ୍ରରେ ବି ଏହା ମହିଳାଙ୍କୁ ଆତ୍ମବିଶ୍ୱାସ ଦେଇଛି। ଗୋଟିଏ ପଟେ ପଞ୍ଚାୟତସ୍ତର ରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣ ଥିବା ବେଳେ ଆଜିର ସଶକ୍ତ ନାରୀ ନିର୍ବାଚନରେ ଜିତି ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ବି ଆଗେଇ ଆସିଲେଣି। ଆଉ ଓଡିଆ ମହିଳାଙ୍କ ଏ ସବୁ ରୂପାନ୍ତରଣ ଭିତରେ ରାଜନୈତିକ ଦିଗଟିଏ ବି ଦେଖନ୍ତି ରାଜନୈତିକ ବିଶାରଦମାନେ। ନବୀନ ପଟ୍ଟନାୟକଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା, ଲଗାତର ୫ ଥର କ୍ଷମତା ହାସଲ କରିବା ପଛର ଗୋଟେ ବଡ କାରଣ ମହିଳାଶକ୍ତି ଯାହା ନିର୍ବାଚନରେ ବିଜେଡିର ଭୋଟରେ ମହିଳାଙ୍କ ୪୦ପ୍ରତିଶତରୁ ଅଧିକ ଭୋଟ୍ ରୁ ପ୍ରମାଣ ମିଳେ। ଆଉ ମହିଳାଙ୍କର ଏହି ବିଶାଳ ଅଭେଦ୍ୟ କାନ୍ଥକୁ ଡେଇଁବା ବିରୋଧୀ ରାଜନୈତିକ ଦଳ ଗୁଡିକ ପାଇଁ ଏକ ବଡ ଆହ୍ୱାନ, ଏଥିରେ ଦ୍ୱିମତ ନାହିଁ।

ମିଶନ ଶକ୍ତିକୁ କେବଳ ମହିଳାଙ୍କ ଶକ୍ତି ନୂହେଁ, ରାଜ୍ୟର ଅର୍ଥନୀତି କୁ ବି ଦୃଢ଼ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମିଶନ ଶକ୍ତିର ତଥ୍ୟ ଅନୁସାରେ ୨ଦଶନ୍ଧି ମଧ୍ୟରେ ଏହାର ମହିଳା ସଦସ୍ୟଙ୍କ ମାସିକ ଆୟ ୩ହଜାରରୁ ବଢି ପହଞ୍ଚିଛି ୧୫ହଜାରରେ। ଏବଂ ତଥ୍ୟ କହୁଛି ୨୦୧୧-୨୦୨୦ ଭିତରେ ଓଡିଶାର ଅର୍ଥନୀତି ଦେଶ ତୁଳନାରେ ଅଧିକ ରୁଦ୍ଧିମନ୍ତ ହୋଇଛି। ୨୦୧୧ରେ ଓଡିଶାର ମୁଣ୍ଡପିଛା ଆୟ୪୮, ୦୩୭ ଟଙ୍କା ଥିବା ବେଳେ ୨୦୨୦ରେ ଏହା ୧ ଲକ୍ଷ ୨ ହଜାର ୧୫୬ ଟଙ୍କାରେ ପହଞ୍ଚିଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବି ଏକଥା ସ୍ବୀକାର କରିଛନ୍ତି ଏହା ଦେଶ ତୁଳନାରେ ଅଧିକ।

ମିଶନ ଶକ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି, ଏ କଥା ସତ, ତେବେ ତା ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ମିଶାଣ ଶକ୍ତି ଜରିଆରେ ରାଜ୍ୟରେ ଏକ ସାମାଜିକ ଆନ୍ଦୋଳନର ସୂତ୍ରପାତ ଘଟିବା । ଏକଦା ଲିଙ୍ଗଗତ ବୈଷମ୍ୟ ଏବଂ ମହିଳାଙ୍କ କୁପୋଷଣ କ୍ଷେତ୍ରରେ ଓଡିଶାର ଦୁର୍ନାମ ରହିଥିଲା । ମିଶନ ଶକ୍ତି ସେ ଧାରାକୁ ଭାଙ୍ଗି ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି । ରାଜ୍ୟର ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ରୋଜଗାରକ୍ଷମ ମହିଳାଙ୍କର ଉତ୍ଥାନ ରାଜ୍ୟର ଆର୍ଥିକ ସ୍ଥିତିରେ ବଡ ସୁଧାର ଆଣିଛି । ସାମାଜିକ ସ୍ତରରେ ମହିଳାଙ୍କର ଅଂଶିଦାରିତା ବଢିଛି । ଅନେକ ସ୍ଥାନରେ ମିଶନ ଶକ୍ତିର ସଦସ୍ୟାମାନେ ମଦ ବିରୋଧୀ ଆନ୍ଦୋଳନ, ମହିଳା ଶିକ୍ଷା, ଶିଶୁ ଶ୍ରମିକ ବିରୋଧୀ ଅଭିଯାନ, ବାଳିକା ବିବାହ ରୋକିବା ଭଳି ଭଳି ସାମାଜିକ ଆନ୍ଦୋଳନରେ ନେତୃତ୍ଵ ନେଉଛନ୍ତି । ରାଜନୈତିକ ସ୍ତରରେ ମଧ୍ୟ ପଞ୍ଚାୟତ ପ୍ରଶାସନ ଏବେ ମହିଳାଙ୍କ ନେତୃତ୍ବକୁ ଗ୍ରହଣ କରୁଛି ।

ଏତେ ସବୁ ସକାରାତ୍ମକ ଉଦ୍ୟମ ଭିତରେ ରାଜ୍ୟ ସରକାରଙ୍କୁ ଏବେ ବି ଆହୁରି ଅନେକ କିଛି କାମ କରିବାକୁ ପଡିବ । ମିଶନ ଶକ୍ତିର ଉତ୍ପାଦନ ପାଇଁ ଏକ ସଂଗଠିତ ବଜାର ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏବେ ଯେତିକି ବଜାର ବ୍ୟବସ୍ଥା ଅଛି ତାହା ଓଡିଶାର ସଂଖ୍ୟା ତୁଳନାରେ ଯଥେଷ୍ଟ ନୁହେଁ । ମିଶନ ଶକ୍ତିର ଉତ୍ପାଦନକୁ ଯେମିତି କର୍ପୋରେଟ ସପ୍ଲାଇ ଚେନ ସହିତ ଯୋଡା ଯାଇପାରିବ, ସେ ବ୍ୟବସ୍ଥା ମଧ୍ୟ ହେବା ଜରୁରୀ । ଏହା ସହିତ ବ୍ୟାବସାୟିକ ତାଲିମ ଦେବା ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଉଦ୍ୟମ କରିବା ଉଚିତ । ଏହା ସହିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସେମାନଙ୍କ ଲାଗି ଯେମିତି ସ୍ଵତନ୍ତ୍ର ସୁବିଧା ରହିବ, ସେ କଥା ମଧ୍ୟ ବିଚାରକୁ ନିଆ ଯାଇପାରେ ।
ମହିଳା ସଶକ୍ତିକରଣ କେବଳ ଏକ ସରକାରୀ ସ୍ଲୋଗାନ ନୁହେଁ, ଏହା ରାଜ୍ୟର ୫୦ ଭାଗ ମହିଳାଙ୍କ ଜୀବନ ଓ ଜୀବିକାର ଏକ ସମର୍ଥ ମାଧ୍ୟମ ରୂପେ ମିଶନ ଶକ୍ତି ଜରିଆରେ ଇ କାମ କରୁଛି- ଏହା ସ୍ପଷ୍ଟ ଜଣା ପଡୁଛି ।

(ଆଇଡିପି- ନ୍ୟୁଜ୍‌ଲଣ୍ଡ୍ରୀ ଫେଲୋସିପ୍‌-୨୦୨୧ଅଧୀନରେ ଇଣ୍ଡିଆ ଡେଟା ପୋର୍ଟାଲ୍ ଓ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ତଥ୍ୟକୁ ବ୍ୟବହାର କରି ଇତିଶ୍ରୀ ନାୟକଙ୍କ ଦ୍ୱାରା ରିପୋର୍ଟଟି ପ୍ରସ୍ତୁତ ହୋଇଛି )

Previous Post

କୋଭିଡ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

Next Post

ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

Next Post
ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA