Wednesday, February 25, 2026 03:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ନବୀନ

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ

by Our Correspondent
14 Sep, 2022- 10:19 PM
in Latest News, News
1 min read
0
ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ପ୍ରତିଷ୍ଠିତ ଶିଳ୍ପପତି ଏବଂ ବ୍ୟାଙ୍କର୍ସଙ୍କୁ ଆଜି ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ଏବଂ ସରକାରୀ ସୁଯୋଗ ସମ୍ପର୍କରେ ବୁଝାଇ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଭେଟିଥିବା ଶିଳ୍ପପତି ଏବଂ ବ୍ୟାଙ୍କର୍ସମାନେ ହେଲେ- ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ୱାରି ଇଞ୍ଜିନିୟର୍ସ ଲିମିଟେଡ ଅଧ୍ୟକ୍ଷ ହିତେଶ ଦୋଶୀ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧ୍ୟକ୍ଷ ଦିନେଶ କୁମାର ଖାନ୍ନା, ଅପାର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଜେଏମ ବକ୍ସି ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଧ୍ରୁବ କୋଟାକ, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା, ଏସଟିଟି ଡିଜିସି ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ସିଏଫଓ ବିମଲ ଖଣ୍ଡେଲୱାଲ୍, ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍, ବିର୍ଲା ଗ୍ରୁପ୍ ର କେ ଏମ ବିର୍ଲା ପ୍ରମୁଖ ।

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଆନନ୍ଦ ମହିନ୍ଦ୍ରା ଟୁଇଟ୍ କରି ତାଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି । ନବୀନ ଜଣେ ବୁଦ୍ଧିମାନ, ଶାନ୍ତ ଓ ଆତ୍ମବିଶ୍ୱାସୀ ବ୍ୟକ୍ତି । କଥା ନୁହେଁ, କାମ ତାଙ୍କର ପରିଚୟ । ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱର ମଡେଲ ନବୀନ ପଟ୍ଟନାୟକ ବୋଲି ସେ ଟୁଇଟ୍ କରିଛନ୍ତି ।

ସଂଧ୍ୟାରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ସମ୍ବୋଧିତ କରିଥିଲେ । ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରି କହିଥିଲେ ଯେ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ଶିଳ୍ପାୟନରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସାରା ଦେଶରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ୨୦୧୬ ଓ ୨୦୧୮ ରେ ସଫଳତାର ସହ ଦୁଇଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହୋଇଛି । ୨୦୨୨ ରେ ଏହାର ତୃତୀୟ ସଂସ୍କରଣ ପାଇଁ ବଡ଼ ଧରଣର ଆୟୋଜନ କରାଯାଇଛି । ଆପଣମାନଙ୍କ ଯୋଗଦାନ ଏହାକୁ ଅଧିକ ସମୃଦ୍ଧ ଓ ସଫଳ କରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ଥାୟୀ ସରକାର ଓ ଉନ୍ନତ ନୀତି ଯୋଗୁଁ ଓଡ଼ିଶା ଆଗଉଛି । ପ୍ରାକୃତିକ ସମ୍ପଦଭରା ଓଡ଼ିଶାରେ ଦକ୍ଷ ମାନବସମ୍ବଳ ରହିଛି । ଦେଶର ଅର୍ଥନୀତିକୁ ଓଡ଼ିଶାର ଯୋଗଦାନ ଅଧିକ । ନିଆରା ଇକୋସିଷ୍ଟମ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱ ମଡେଲ । ଏହିସବୁ ଦୃଷ୍ଟିରୁ ଓଡ଼ିଶା ଏବେ ସାରା ଦେଶର ପୁଞ୍ଜିପତିଙ୍କ ଲକ୍ଷ୍ୟସ୍ଥଳ ।

ସରକାରୀ ସୂଚନା ଅନୁଯାୟୀ, ପୁଞ୍ଜିନିବେଶରେ ଓଡ଼ିଶା ଏବେ ଏକ ନମ୍ବର । ଚଳିତବର୍ଷ ଜୁନ୍ ସୁଦ୍ଧା ଓଡ଼ିଶାକୁ ଆସିଛି ୩୬,୮୨୮ କୋଟିର ପୁଞ୍ଜି । ୨୦୨୦ ରେ ୨୮, ୯୫୪ କୋଟି ଟଙ୍କା ନିବେଶ ସହ ଓଡ଼ିଶା ଦେଶର ଚତୁର୍ଥ ସ୍ଥାନରେ ଥିଲା । ୨୦୨୧ ରେ ୮୯,୧୬୭ କୋଟି ଟଙ୍କାର ପୁଞ୍ଜି ସହ ଓଡ଼ିଶା ଦ୍ୱିତୀୟ ସ୍ଥାନକୁ ଉଠିଥିଲା ।

 

 

 

Previous Post

ସମବାୟ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

Next Post

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ବେଲ୍ ବଜାଇଲେ ନବୀନ

Next Post
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ବେଲ୍ ବଜାଇଲେ ନବୀନ

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ବେଲ୍ ବଜାଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA