Friday, February 20, 2026 05:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରହସ୍ୟଘେରରେ ରମାଦେବୀ ଛାତ୍ରୀ ‘ଝରାଫୁଲ’ଙ୍କ ମୃତ୍ୟୁ

by Our Correspondent
27 Jan, 2021- 09:13 PM
in Crime, Latest News, News
1 min read
0
ରହସ୍ୟଘେରରେ ରମାଦେବୀ ଛାତ୍ରୀ ‘ଝରାଫୁଲ’ଙ୍କ ମୃତ୍ୟୁ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ (ଦର୍ଶନ) ଛାତ୍ରୀ ଝରାଫୁଲ ନାୟକ(୧୯)ଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଭୁବନେଶ୍ୱର ଆସିଥିବା ମୟୁରଭଞ୍ଜ ଯଶୀପୁରର ଝିଅ ଝରାଫୁଲ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ରାସ୍ତାକଡରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁଇଜଣ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ଶବକୁ ରାସ୍ତାରେ ଫିଙ୍ଗି ଚାଲିଯାଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବାରୁ ମାମଲା ରହସ୍ୟଘେରକୁ ଚାଲିଯାଇଛି । ଏହା ଆତ୍ମହତ୍ୟା ନା ହତ୍ୟା ପୁଲିସ ନିଶ୍ଚିତ ହୋଇପାରିନାହିଁ ।

ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ମରୁଡିପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ହେଉଛନ୍ତି ଝରାଫୁଲ । ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ ରେ ରହି ପାଠ ପଢ଼ୁଥିବା ଝରାଫୁଲ୍ ମାର୍ଚ୍ଚ ମାସ ଲକଡାଉନ୍ ପରଠାରୁ ଘରେ ରହି ଅନଲାଇନ୍ ରେ କ୍ଲାସ୍ କରୁଛନ୍ତି । ଗତ ୨୪ ତାରିଖରେ ସେ ଭୁବନେଶ୍ୱରରେ ନିଜର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ୨୬ ତାରିଖରେ ଘରକୁ ଫେରିବାର ଥିଲା । ମାତ୍ର ସଂଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ ।

ପରିବାର ଲୋକେ ତାଙ୍କ ମୋବାଇଲ୍ କୁ ବାରମ୍ବାର କଲ୍ କରିଥିଲେ ମଧ୍ୟ ଝରାଫୁଲ ଉତ୍ତର ଦେଇ ନ ଥିଲେ । ଫୋନ୍ ଉଠାଇବାକୁ ଗତକାଲି ସଂଧ୍ୟା ୬ଟା ୫୦ ମିନିଟ୍ ରେ ତାଙ୍କ ଭାଇ ହ୍ୱାଟସ୍ ଆପ୍ ରେ ମେସେଜ୍ ଦେଇଥିଲେ । ମାତ୍ର ରାତି ୧୨ଟା ୩୫ ରେ ଯାଇ ଝରାଫୁଲଙ୍କ ଫୋନ୍ ରୁ ଉତ୍ତର ଆସିଥିଲା । ‘ଫୋନ୍ ନେଟୱର୍କ ସମସ୍ୟା ଅଛି । ଅସୁସ୍ଥ ଲାଗିବାରୁ ବାଣୀବିହାରରେ ବସ୍ ରୁ ଓହ୍ଲେଇପଡ଼ିଲି । ସାଙ୍ଗ ସୋନାଲି ଘରେ ଅଛି । ବ୍ୟସ୍ତ ହୁଅନି’ ବୋଲି ଉତ୍ତର ଦେଇଥିଲେ । ଏହା ଜାଣିଲା ପରେ ପରିବାର ଲୋକ ଆଶ୍ୱସ୍ତ ହୋଇଥିଲେ ।

ତେବେ ଆଜି ସକାଳ ପ୍ରାୟ ୮ଟା ବେଳେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ରାସ୍ତାକଡରେ ଏକ ଯୁବତୀଙ୍କ ମୃତଦେହ କେହି ଫିଙ୍ଗି ଚାଲିଯାଇଥିବା ଅଞ୍ଚଳରେ ହୁରି ପଡିଥିଲା । କୁଆଖିଆ ପୁଲିସ ସେଠାରେ ପହଞ୍ଚି ଶବ ଏବଂ ପାଖରେ ପଡ଼ିଥିବା ଜୋତା ଓ ଭ୍ୟାନିଟି ଜବତ କରିଥିଲା । ଭ୍ୟାନିଟିରେ ଥିବା ଏକ ପରିଚୟପତ୍ରରୁ ତାହା ଝରାଫୁଲଙ୍କର ବୋଲି ଜଣାପଡ଼ିବା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ସେଠାରେ ପହଞ୍ଚି ଝିଅର ଶବ ଚିହ୍ନଟ କରିଥିଲେ ।

ଦୁଇଜଣ ଯୁବକ ଏକ ନାଲି ରଙ୍ଗର ସ୍କୁଟିରେ ଝରାଫୁଲଙ୍କ ଶବକୁ ଆଣି ସେଠାରେ ଫିଙ୍ଗି ଚାଲିଯାଉଥିବା ପାଖରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସେମାନଙ୍କ ଚିହ୍ନଟ ପାଇଁ ପୁଲିସର ଛାନଭିନ୍ ଜାରି ରହିଛି । ମୃତ ଶରୀରର କୌଣସି ଜାଗାରେ ଆଘାତ ଚିହ୍ନ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସସପେନ୍ସ ବଢ଼ିଯାଇଛି ।

ଗଣମାଧ୍ୟମକୁ ତାଙ୍କ ଭାଇ କହିଛନ୍ତି, ଝରାଫୁଲଙ୍କର କୌଣସି ପ୍ରେମ ସମ୍ପର୍କ ସମ୍ପର୍କରେ ସେମାନେ ଜାଣିନାହାନ୍ତି । ତେବେ ବାଙ୍କୀ ଅଞ୍ଚଳର ଜଣେ ଯୁବକଙ୍କ ସହ ସେ ବେଳେ ବେଳେ କଥା ହେଉଥିଲେ । ସେ କିଏ ଏବଂ କ’ଣ କରନ୍ତି ସେମାନେ ଜାଣିନାହାନ୍ତି ।

ଝରାଫୁଲଙ୍କ ପରିବାରର ସୂଚନା, ମୃତ୍ୟୁ ପୂର୍ବରୁ ହ୍ୱାଟସ୍ ଆପ୍ ମେସେଜ୍ ଆଦିକୁ ଧରି ପୁଲିସ ହତ୍ୟା ରହସ୍ୟ ଖୋଜିବାକୁ ବାହାରିଛି । ୨୪ ତାରିଖରେ ସେ ସତରେ ଭୁବନେଶ୍ୱର ଆସିଥିଲେ ନା ନାହିଁ? ଯଦି ଆସିଥିଲେ ତେବେ ୨୬ ତାରିଖ ରାତିରେ ସେ କେଉଁଠି ରହିଥିଲେ? ତାଙ୍କର ସେହି ସାଙ୍ଗ ସୋନାଲି କିଏ? ଗତ ରାତିରେ ଝରାଫୁଲଙ୍କ ହାତରେ ତାଙ୍କ ମୋବାଇଲ୍ ଥିଲା ନା ଆଉ କାହା ହାତରେ ଥିଲା? ଯଦି ରାତିରେ ଭୁବନେଶ୍ୱରରେ ଥିଲେ ତେବେ ସକାଳୁ ଯାଜପୁର ଗଲେ କେମିତି? ସ୍କୁଟି ଧରିଥିବା ସେଇ ଦୁଇ ଯୁବକଙ୍କ ସହ ତାଙ୍କର କ’ଣ ସମ୍ପର୍କ? ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି? ଏଭଳି ଅନେକ ପ୍ରଶ୍ନ ପୁଲିସ ପାଇଁ ଚାଲେଂଜ ସୃଷ୍ଟି କରିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ କୁ ଅପେକ୍ଷା କରାଯାଇଛି ।

ମାର୍ଚ୍ଚ ମାସରୁ ଘରକୁ ଯାଇଥିବା ଝରାଫୁଲ ଆଉ କଲେଜ କି ହଷ୍ଟେଲ୍ ଆସିନାହାନ୍ତି ବୋଲି ଇତିମଧ୍ୟରେ ସ୍ପଷ୍ଟ କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ।

Previous Post

ପାଠକ ବାପ-ପୁଅଙ୍କୁ ଭିଜିଲାନସ୍ ଜାମିନ୍

Next Post

ପିପିଲି ଉପନିର୍ବାଚନ: ମାଆ-ପୁଅ ଟିକେଟ ଆଶାୟୀ!

Next Post
ପିପିଲି ଉପନିର୍ବାଚନ: ମାଆ-ପୁଅ ଟିକେଟ ଆଶାୟୀ!

ପିପିଲି ଉପନିର୍ବାଚନ: ମାଆ-ପୁଅ ଟିକେଟ ଆଶାୟୀ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA