Wednesday, March 4, 2026 03:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭାରତୀୟ ଶିକ୍ଷା ଓ ସଂସ୍କୃତିର ନେତୃତ୍ୱ ଦାୟିତ୍ୱ ଗ୍ରହଣ କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନା ଚକ୍ର

by Our Correspondent
13 Oct, 2025- 09:19 PM
in Latest News, News
1 min read
0
ଭାରତୀୟ ଶିକ୍ଷା ଓ ସଂସ୍କୃତିର ନେତୃତ୍ୱ ଦାୟିତ୍ୱ ଗ୍ରହଣ କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ପୁରୀ ଠାରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଯାହାକି ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି।।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପରମ୍ପରା ଓ ମୂଲ୍ୟବୋଧ ଉପରେ ନିର୍ଭର କରୁଥିବାବେଳେ SDG 4 ସହିତ ଏକବିଂଶ ଶତାବ୍ଦୀର ଶିକ୍ଷାର ଆକାଂକ୍ଷିତ ଲକ୍ଷ୍ୟ ସହିତ ସମତୁଲ ଏକ ନୂତନ ବ୍ୟବସ୍ଥା ପ୍ରଚଳନ ପାଇଁ ନିୟମାବଳୀ ଓ ପ୍ରଶାସନ ସହିତ ଶିକ୍ଷା ସଂରଚନାର ସମସ୍ତ ଦିଗଗୁଡ଼ିକର ସଂଶୋଧନ ଓ ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି।  ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି।  ଶିକ୍ଷା ନୀତି ଏହି ସିଦ୍ଧାନ୍ତ ଉପରେ ଆଧାରିତ ଯେ,ଶିକ୍ଷା କେବଳ ଜ୍ଞାନଗତ କ୍ଷମତାର ବିକାଶ ନୁହେଁ – ସ୍ୱାକ୍ଷରତା ଏବଂ ସଂଖ୍ୟାଗତ ଦକ୍ଷତାର “ମୌଳିକ ସାମର୍ଥ୍ୟ” ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ। ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ, ଯାହାକି ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ, ଅର୍ଥାତ ଏକ ସମାନତା ଓ ଉତ୍ସାହୀ ଜ୍ଞାନଭିତ୍ତିକ ସମାଜରେ ସମସ୍ତଙ୍କୁ ଉଚ୍ଚ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ କରି ଭାରତକୁ ଜ୍ଞାନର ଏକ ବିଶ୍ୱ ଶକ୍ତିରେ ପରିଣତ କରିବ ।

ମୁଖ୍ୟମନ୍ତ୍ରୀ ମହୋଦୟ ଏହି ସମୟର ଯୁବବର୍ଗକୁ ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଗୌରବମୟ ଇତିହାସ ସହ ପରିଚିତ କରାଇବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଥିଲେ ଯେ ଭାରତ ଏକ ଏଭଳି ଦେଶ ଯାହା ବିଦେଶୀ ଆକ୍ରମଣ ସତ୍ତ୍ୱେ ମଧ୍ୟ ନିଜର ଆଦି ଜ୍ଞାନ ଓ ସଂସ୍କୃତିକୁ ଅବିକଳ ରଖିଛି। ଏହି ଐତିହ୍ୟକୁ ସୁରକ୍ଷିତ ଓ ସକ୍ରିୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ନିଜର ପ୍ରାଚୀନ ଜ୍ଞାନ ଏବଂ ସଂସ୍କୃତିକୁ ବଜାୟ ରଖିବା ଯେ କୌଣସି  ଜାଗାରୁ ରାଷ୍ଟ୍ରର କର୍ତ୍ତବ୍ୟ ଅଟେ । କଳା, ସଙ୍ଗୀତ, ସାହିତ୍ୟ, ନ୍ୟାୟ, ଦର୍ଶନ, ସ୍ଥାପତ୍ୟ, ଯୋଗ, ବିଜ୍ଞାନ, ଧାତୁ ବିଜ୍ଞାନ, ଜ୍ୟୋତିଷ, ଭୂଗୋଳ, ଗଣିତ, ଚିକିତ୍ସା, ରସାୟନ ଶାସ୍ତ୍ର ଏବଂ କୃଷି ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଚିନ୍ତନ ଏବଂ ଗବେଷଣା ଉପଲବ୍ଧ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ତମ ମଣିଷ ସୃଷ୍ଟି କରିବା, ଯାହାଠାରୁ ଯୁକ୍ତିପୂର୍ଣ୍ଣ ଚିନ୍ତନ, ଦୟା ଓ ସମାନୁଭୂତି, ସାହସ ଓ ସ୍ଥିରତା, ବୈଜ୍ଞାନିକ ଭାବଧାରା, ସୃଜନଶୀଳ କଳ୍ପନା ଏବଂ ନୈତିକ ମୂଲ୍ୟବୋଧର ବିକାଶ ହେବ । ସେ କହିଥିଲେ ଯେ, ଏକ ଉତ୍ତମ ଶିକ୍ଷାନୁଷ୍ଠାନ ସେହିଠି ଯେଉଁଠି ଶିକ୍ଷାର୍ଥୀ ନିଜକୁ ଦ୍ୱିତୀୟ ଘରରେ ଅନୁଭବ କରନ୍ତି, ଯେଉଁଠି ସୁରକ୍ଷିତ, ପ୍ରେରଣାଦାୟୀ ଓ ସମାନତାପୂର୍ଣ୍ଣ ପରିବେଶ ରହେ ।

ସେ କହିଥିଲେ, ଶିକ୍ଷାନୀତି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଂବିଧାନିକ ମୂଲ୍ୟବୋଧ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଶିକ୍ଷା କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମସ୍ତଙ୍କ ହିତ ଏବଂ ସମାଜ କଲ୍ୟାଣ ପାଇଁ ଅଟେ — ଏହା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ମୂଳ ମନ୍ତ୍ର ।

ସେ ଆହୁରି କହିଥିଲେ, ଆମ ଦେଶର ପ୍ରାଚୀନ ଋଷିମୁନିମାନେ ଯେପରି ଶିକ୍ଷାକୁ ସର୍ବହିତ ପାଇଁ ଉପକାରୀ କରିଥିଲେ, ତାହାର ଅନୁସରଣ ଆଜିର ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା । ଭାରତୀୟ ଚିନ୍ତନ ଓ ଗବେଷଣା ଯେପରି କଳା, ସାହିତ୍ୟ, ବିଜ୍ଞାନ, ନ୍ୟାୟ, ଦର୍ଶନ, ଯୋଗ, ଜ୍ୟୋତିଷ, ଗଣିତ, ଚିକିତ୍ସା ଓ କୃଷି ସହିତ ସମସ୍ତ କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଛି, ସେଗୁଡ଼ିକୁ ଯୁବପିଢିଙ୍କ ସମ୍ମୁଖରେ ଆଣିବା ଅତିଆବଶ୍ୟକ ।

ମୁଖ୍ୟମନ୍ତ୍ରୀ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଉଦ୍ଧୃତ କରି କହିଥିଲେ ଯେ, “ଲୋକଙ୍କ କଲ୍ୟାଣ ହିଁ ଶାସକଙ୍କ ସତ୍ୟ ଆନନ୍ଦ” ଏବଂ ସେ ଉଲ୍ଲେଖ କରିଥିଲେ ଯେ, ଭାରତୀୟ ଗଣତାନ୍ତ୍ରିକ ଚିନ୍ତନର ଆଧାର ହେଉଛି କର୍ତ୍ତବ୍ୟ ଏବଂ ପ୍ରଜାଧର୍ମ — ଯେଉଁଠି ଶାସକ ଓ ପ୍ରଜାଙ୍କ ସମ୍ପର୍କ ପିତା–ପୁତ୍ର ସମାନ ଭାବରେ ଦେଖାଯାଇଥାଏ ।

କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷା ଓ ସଂସ୍କୃତିକ ମୂଲ୍ୟବୋଧ ଉପରେ ଜୋର ଦେଇ ସଚିବ, ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ନୂଆଦିଲ୍ଲୀ ଡ଼. ଅତୁଲ କୋଠାରୀ କହିଛନ୍ତି ଯେ ଶିକ୍ଷା କେବଳ ଜୀବିକା ପାଇଁ ନୁହେଁ, ଏହା ଜୀବନ ଗଠନର ଆଧାର। ଆମ ଶିକ୍ଷା ପ୍ରଣାଳୀରେ ଭାରତୀୟ ମୂଲ୍ୟ, ଆଦର୍ଶ ଓ ସଂସ୍କୃତିକ ଚେତନାକୁ ଆଣିବା ଆଜିର ସମୟର ଆବଶ୍ୟକତା। ଆମେ ଯଦି ଶିକ୍ଷାକୁ ରାଷ୍ଟ୍ର ଗଠନର ସାଧନା ଭାବେ ଦେଖିବା, ତେବେ ଆଗାମୀ ପିଢି ଜ୍ଞାନୀ, କର୍ତ୍ତବ୍ୟନିଷ୍ଠ ଓ ଦେଶଭକ୍ତ ନାଗରିକ ଭାବେ ଗଢ଼ିଉଠିବେ।

ସେ ଆହୁରି ମଧ୍ଯ କହିଥିଲେ ଯେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି (NEP 2020) ଭାରତୀୟ ଚିନ୍ତନ ଓ ଆଧୁନିକ ଜ୍ଞାନର ସମନ୍ୱୟ। ଏହା ମାଧ୍ୟମରେ ଆମେ ସଂସ୍କୃତିକ ମୂଳକୁ ମଜବୁତ କରି, ଗ୍ଲୋବାଲ ଦୃଷ୍ଟିକୋଣ ସହ ଆଗକୁ ବଢ଼ିପାରିବୁ।

ଉକ୍ତ ସଭାରେ ମହାସଚିବ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପରାମର୍ଶଦାତା ଡ଼. ପଙ୍କଜ ମିତ୍ତଲ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀଙ୍କ ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇଥିଲେ।

ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜ୍ଞାନ ପରମ୍ପରା, ଶିକ୍ଷା ସଂସ୍କାର, ଏବଂ ନୂତନ ଶିକ୍ଷାନୀତିର ଲକ୍ଷ୍ୟଗୁଡିକ ଉପରେ ଗଭୀର ଚର୍ଚ୍ଚା ଓ ଆଲୋଚନା ହୋଇଛି। ସଂଗୋଷ୍ଠୀର ଉଦ୍ଦେଶ୍ୟ ହେଉଛି ଭାରତୀୟ ଶିକ୍ଷା ଚିନ୍ତନ ଓ ପାରମ୍ପରିକ ଜ୍ଞାନ ସଂପଦକୁ ଆଧୁନିକ ଶିକ୍ଷା ସହ ସମନ୍ୱୟ କରିବା। ତିନି ଦିନ ଧରି ଚାଲୁଥିବା ସଂଗୋଷ୍ଠୀରେ “ଶିକ୍ଷା ଏବଂ ଭାରତୀୟ ମୂଲ୍ୟବୋଧ”, “ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକ ଶିକ୍ଷା ସମନ୍ୱୟ”, “ରାଷ୍ଟ୍ରୀୟ ଶିକ୍ଷାନୀତିର ଭିତ୍ତିଭୂମି ଏବଂ ଦିଗନିର୍ଦ୍ଦେଶ” ଭଳି ବିଷୟ ଉପରେ ବିଶେଷ ଅଧିବେଶନ ହେବ।

Previous Post

ନବୀନ ଦେଇଥିଲେ ପାଞ୍ଚଶହ, ମୋହନ ଦେଲେ ହଜାରେ

Next Post

ଆଗାମୀ ବର୍ଷରୁ ହବିଷ୍ୟାଳିଙ୍କ ପାଇଁ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା

Next Post
ଆଗାମୀ ବର୍ଷରୁ ହବିଷ୍ୟାଳିଙ୍କ ପାଇଁ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା

ଆଗାମୀ ବର୍ଷରୁ ହବିଷ୍ୟାଳିଙ୍କ ପାଇଁ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA