Monday, March 9, 2026 10:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ-ଭକ୍ତ ଏକାଠି

ଓଡ଼ିଶା ରାଜନୀତିରେ ନୂଆ ସମୀକରଣ

by Our Correspondent
05 Mar, 2026- 07:26 PM
in Latest News, News
1 min read
0
ନବୀନ-ଭକ୍ତ ଏକାଠି

ଭୁୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ସମୀକରଣ । ରାଜ୍ୟସଭା ନିର୍ବାଚନରେ ହାତ ମିଳାଇଛନ୍ତି ବିଜେଡି ଏବଂ କଂଗ୍ରେସ । ରାଜ୍ୟସଭା ଚତୁର୍ଥ ଆସନରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ୍ ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିଥିଲା ବେଳେ କଂଗ୍ରେସ ତାହାକୁ ସମର୍ଥନ କରିଛି । ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ଏକାଠି ହୋଇଛନ୍ତି । ଡାକ୍ତର ହୋତାଙ୍କ ବିଜୟ ନେଇ ଦୁହେଁ ସମ୍ପୂର୍ଣ୍ଣ ବିଶ୍ୱାସ ଦେଇଛନ୍ତି ।

ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଚାରିଟି ଆସନ ଲାଗି ୫ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପ୍ରକୋଷ୍ଠରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାମନା ଚେୟାରରେ ବସିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ପାଖକୁ ପାଖ ବସିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ପ୍ରଭାରୀ ଅଜୟ ଲଲୁ । ଉଭୟ ଦଳର ଅନେକ ବିଧାୟକ ଏବଂ ସାଂସଦଙ୍କୁ ପଛରେ ବସିବା ଏବଂ ଛିଡ଼ା ହେବା ଦେଖିବାକୁ ମିଳିଥିଲା । ଅନ୍ୟମାନଙ୍କ ଗହଣରେ ନବୀନ ଏବଂ ଭକ୍ତ ଛିଡ଼ା ହୋଇ ଫଟୋ ପୋଜ୍ ମଧ୍ୟ ଦେଇଥିଲେ ।

ବିଜେଡି ସହ ଏକାଠି ହେବାକୁ ନେଇ ଖୁସି ହୋଇଛନ୍ତି ଭକ୍ତ । ସେ କହିଛନ୍ତି, ନବୀନ ପଟ୍ଟନାୟକ ଏବେ ବି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା । ସମାଜବାଦୀ ନୀତି ଆଦର୍ଶରେ ତାଙ୍କ ଦଳ ରହିଛି । ସମାଜବାଦୀ ଓ ସମଭାବାପନ୍ନଙ୍କୁ ଏକାଠି ହେବା ପାଇଁ ନବୀନ ବାବୁ ଆହ୍ୱାନ ଦେଇଥିଲେ । ଆମେ ଏକାଠି ହେବା ଓଡ଼ିଶା ରାଜନୀତିରେ ଏକ ଐତିହାସିକ ପଦକ୍ଷେପ । ଆମ ୩ ଦଳର ସମର୍ଥନରେ ଡାକ୍ତର ଦତ୍ତେଶ୍ୱର ହୋତା ପ୍ରାର୍ଥୀ ହୋଇଛନ୍ତି । ଡାକ୍ତର ହୋତାଙ୍କ ବିଜୟ ଶତ ପ୍ରତିଶତ ନିଶ୍ଚିତ । ଆମର ବିଧାୟକମାନେ ଏକଜୁଟ୍ ଅଛନ୍ତି । କୌଣସି ଭୁଲ୍ ନିଷ୍ପତ୍ତି କେହି ନେବେନି ବୋଲି ଭକ୍ତ ଦାବି କରିଛନ୍ତି ।

ଅନ୍ୟପକ୍ଷରେ, ରାଜ୍ୟସଭା କମନ୍ ପ୍ରାର୍ଥୀ ଡାକ୍ତର ହୋତାଙ୍କୁ ନବୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ବିଜୟ ହେବ ବୋଲି କହିଛନ୍ତି । କଂଗ୍ରେସ ସହ ସମ୍ଭାବ୍ୟ ମେଣ୍ଟକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ସେ ଧାଡ଼ିକିଆ ଉତ୍ତର ଦେଇଥିଲେ । ସମୟ କହିବ ଭବିଷ୍ୟତ ବୋଲି ସେ କହିଛନ୍ତି ।

୪ଟି ଆସନ ଲାଗି ଶେଷ ଦିନରେ ଆଜି ୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମ ଏବଂ ଦ୍ୱିତୀୟ ଆସନ ପାଇଁ ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର, ତୃତୀୟ ଆସନ ପାଇଁ ବିଜେଡିରୁ ଡ. ସଂତୃପ୍ତ ମିଶ୍ର ଏବଂ ଚତୁର୍ଥ ଆସନ ଲାଗି ଦିଲ୍ଲୀପ ରାୟ ଏବଂ ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କନ ଭରିଥିଲେ । ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପି ତାଙ୍କୁ ସମର୍ଥନ କରିଛି । ଡାକ୍ତର ହୋତା କମନ୍ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲା ବେଳେ କଂଗ୍ରେସ ତାଙ୍କୁ ସମର୍ଥନ କରିଛି । 

ଆଜି ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ ବିଜେଡିର ଡ. ସଂତୃପ୍ତ ମିଶ୍ର । ପ୍ରସ୍ତାବକ ଥିବା ସଭାପତି ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ସେ ଦୁଇ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପରେ ପରେ ନାମାଙ୍କନ ଭରିଥିଲେ କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା । ବିଜେଡି ସଭାପତିଙ୍କ ସହ ଅନ୍ୟ ପ୍ରମୁଖ ନେତା ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ବରିଷ୍ଠ ନେତା ନରସିଂହ ମିଶ୍ର, ପ୍ରଭାରୀ ଅଜୟ ଲଲୁ ଉପସ୍ଥିତ ଥିଲେ । ଡ. ହୋତା ୩ ସେଟ୍ ନାମାଙ୍କନ ଭରିଥିଲେ ।

ଏହାପରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ ବିଜେପିର ମନମୋହନ ସାମଲ ଏବଂ ସୁଜିତ୍ କୁମାର । ଉଭୟ ଦଳୀୟ କାର୍ଯ୍ୟାଳୟରୁ ବାହାରି ପ୍ରଥମେ ରାମମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ । ତାପରେ ଏକ ଶୋଭାଯାତ୍ରାରେ ବିଧାନସଭା ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦୁଇ ସେଟ୍ ଲେଖାଏଁ ନାମାଙ୍କନ ଭରିଥିଲେ । ପ୍ରାର୍ଥୀପତ୍ର ଦାଖଲ ବେଳେ ଦଳୀୟ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ପରେ ନିଜ ପତ୍ନୀଙ୍କ ସହ ନାମାଙ୍କନ ଭରିବାକୁ ଆସିଥିଲେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦୁଇସେଟ୍ ନାମାଙ୍କନ ଭରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Previous Post

ସର୍ବାଧିକ ସଫଳ ଯକୃତ ପ୍ରତିରୋପଣ କରି କିମ୍‍ସର ରେକର୍ଡ

Next Post

ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

Next Post
ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA