Wednesday, April 1, 2026 10:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିର ‘ପରୀ’ ଦୋକାନ ବନ୍ଦ !

ପରୀ ହତ୍ୟାର ସାଂଘାତିକ ସତ

by Our Correspondent
18 Feb, 2021- 09:31 PM
in Latest News, News
1 min read
0
ବିଜେପିର ‘ପରୀ’ ଦୋକାନ ବନ୍ଦ !

ଭୁବନେଶ୍ୱର: “ପରୀ ଆମ ଘର ପାଖରେ ବୁଲୁଥିବା ବେଳେ ହାତଠାରି ଘରକୁ ଡାକି ଆଣିଲି । ସେତେବେଳେ ଘରେ କେହି ନ ଥିଲେ । ସେକ୍ସ କରିବାକୁ ଇଚ୍ଛା ଥିଲା । ତା’ର ଲେଗିନ୍ସ ଖୋଲିବା ବେଳେ ପାଟି କଲା । ତଳେ ପକାଇ ତଣ୍ଟି ଚିପି ଦେଲି । ମରିଗଲା । ମରିଯିବାରୁ ଦୁଃଖ ଲାଗିଲା । ଆଉ ସେକ୍ସ କରିବାକୁ ଇଚ୍ଛା ହେଲାନି । ଭୟ ଲାଗିଲା । ଆଗ ତା ଲେଗିନ୍ସକୁ ନେଇ ବାରିପଟ ପୋଖରୀରେ ଫିଙ୍ଗିକି ଆସିଲି । ଘରେ ଆସି ଏକ ବଡ଼ ଝୋଟ ଅଖା ଆଣିଲି ଏବଂ ତା ଗୋଡ ଆଡୁ ଟେକି ଅଖାରେ ପୂରେଇଲି । ଅଖାଟିକୁ ହାତରେ ଧରି ପୋଖରୀ କୂଳରେ ଫିଙ୍ଗି ଦେଇ ଆସିଲି । ଘରକୁ ଫେରି ଗାଧୋଉଥିବା ବେଳେ ପରୀର ମାଆ ଆସି ପରୀକୁ ଦେଖିଛୁ କି ବୋଲି ପଚାରିଥିଲେ । ମୁଁ ମନା କଲି । ତାପରେ ଦିନ ୩ଟା ବେଳକୁ ଘରକୁ ମା’ ଆସି ପରୀ କଥା ପଚାରିଲା । ମୁଁ ପରୀକୁ ଦେଖିନି ବୋଲି ମନା କଲି ।”

ଏହା ହେଉଛି ପରୀ ହତ୍ୟା ଅଭିଯୁକ୍ତର ଲାଇଭ୍ ଭିଡ଼ିଓ ବୟାନ । ତା’ ସ୍ୱୀକାରୋକ୍ତିର ଏହି ଭିଡ଼ିଓଟି ଆଜି ପଦାକୁ ଆସିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏଥିସହ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତ ଉପରେ ପ୍ରଶ୍ନ କରି ତାଙ୍କ ବିରୋଧରେ ଅପପ୍ରଚାର କରୁଥିବା ରାଜନୈତିକ ଦଳ ଓ ଗଣମାଧ୍ୟମର ପାଟି ଚୁପ୍ ହୋଇଯାଇଛି ।

ମୋଟାମୋଟି ଭାବେ, ଏକ ସମ୍ବେଦନଶୀଳ ଘଟଣାରେ ନିର୍ଦ୍ଦିଷ୍ଟ ମିଡ଼ିଆକୁ ମାଧ୍ୟମ କରି ରାଜନୀତି କେତେ ତଳସ୍ତରକୁ ଯାଇପାରେ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲା ତାହାର ଜ୍ୱଳନ୍ତ ଉଦାହରଣ ଭାବେ ସାମନାକୁ ଆସିଛି । ୫ ବର୍ଷର କୁନି ଝିଅକୁ ନ୍ୟାୟ ଦାବି କରି ରଡି ପକଉଥିବା ମିଡ଼ିଆ ଓ ରାଜନୈତିକ ଦଳର ଅସଲ ଚେହେରା କେତେ ଭୟଙ୍କର ସମ୍ଭବତଃ ତାହା ବି ଲୋକେ ବୁଝିଗଲେ । ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଦକ୍ଷ ପୁଲିସ ଅଧିକାରୀଙ୍କୁ ଆକ୍ଷେପ କରି ଓଲଟି ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ଓକିଲାତି କରିବାର ହୀନ ମାନସିକତା ଏକ ଲଜ୍ଜା ଓ ବିରଳ ଘଟଣା ବୋଲି ବିବେଚନା କରାଯାଉଛି ।

କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତ ସେଠୀକୁ ଧରିବା ପରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଯେ ଅକ୍ଷରେ ଅକ୍ଷରେ ସତ ତାହାର ଏହି ଭିଡ଼ିଓ ପ୍ରମାଣ ଆଜି ସବୁଆଡେ ବୁଲୁଛି । ଏଥିସହ ୫ ବର୍ଷର କୁନି ଝିଅ ପରୀକୁ ନେଇ ବିଜେପି ଯେ ହୀନ ରାଜନୀତି କରୁଥିଲା ତାହା ବି ସ୍ପଷ୍ଟ ହୋଇଯାଇଛି ।

ସୂଚନାଥାଉକି, ନୟାଗଡ଼ ବିଧାୟକ ମନ୍ତ୍ରୀ ଅରୁଣ ସାହୁଙ୍କୁ ନିଶାନା କରିଥିବା ବିଜେପି ତାଙ୍କର ଜଣେ ସମର୍ଥକ ବାବୁଲି ନାୟକଙ୍କୁ ପରୀ ହତ୍ୟାକାରୀ ଓ ଅଙ୍ଗ ତସ୍କରୀ ଭାବେ ଜୋର ଜବରଦସ୍ତ ଅଭିହିତ କରିଆସୁଛି । ତାହା ପୁଣି କେବଳ ଅନୁମାନରେ । ଯାହାର ତଥ୍ୟ ପ୍ରମାଣ ନାହିଁ । ପ୍ରଥମରୁ ଏସଆଇଟି ତଦନ୍ତକୁ ଅଗ୍ରାହ୍ୟ କରି ମାସାଧିକ କାଳ ଗଣ ଅନଶନ ସହିତ ନିର୍ଦ୍ଦିଷ୍ଟ ଦୁଇ ଗଣମାଧ୍ୟମକୁ ଲଗାଇ ଜନମତ ସୃଷ୍ଟି କରିବାକୁ ଢ଼େର୍ ଉଦ୍ୟମ କରିଥିଲା । କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତକୁ ପରିହାସ କରି ଧୂମ୍ ମଚେଇଲା ଦଳ ଦୁୁଇ ମିଡ଼ିଆ ।

ପରୀର ଏହି ପଡୋଶୀ ତାକୁ ତଣ୍ଟି ଚିପି ହତ୍ୟା କଲା ପରେ ଶବ ସହ ଦୁଷ୍କର୍ମ ଉଦ୍ୟମ କରିଥିବାର ଅରୁଣ ବୋଥ୍ରାଙ୍କ ଖୁଲାସାକୁ ବିଜେପି ବାଏଁ ବାଏଁ ଉଡ଼ାଇ ସେଇ ଅରୁଣ ସାହୁଙ୍କ କିଛି ସମର୍ଥକଙ୍କ ପଛରେ ପଡ଼ିଥିଲା । ଅଙ୍ଗ ତସ୍କରୀ ପାଇଁ ପରୀକୁ ଅପହରଣ କରାଯାଇଛି ବୋଲି ବିଜେପି ଓ ବିଜେପି ପ୍ରାୟୋଜିତ ଗଣମାଧ୍ୟମର ପ୍ରଚାର ସୀମା ବାହାରକୁ ଚାଲିଯାଇଥିଲା । ଏହା ପଛରେ ପରୀକୁ ନ୍ୟାୟ ଦେବାର ଆନ୍ତରିକତା ନ ଥିଲା । ମନ୍ତ୍ରୀ ଅରୁଣ ସାହୁଙ୍କୁ ମାମଲାରେ ଯୋଡି ନିଜର କାଟତି ଦେଖାଇବାର ଆନ୍ତରିକତା ଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା ।

ପରୀ ମୃତ୍ୟୁର ୪ ମାସ ପରେ ଗତ ନଭେମ୍ବର ମାସରୁ ବିଧାନସଭାଠାରୁ ଆରମ୍ଭ କରି ଯଦୁପୁର ପର୍ଯ୍ୟନ୍ତ ଏହି ଅଭିଯାନରେ ରାଜ୍ୟ ବିଜେପି ନେତା, ନେତ୍ରୀଙ୍କ ସହିତ ଦଳର କେନ୍ଦ୍ରୀୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ସାମିଲ ହୋଇ ପରୀ ମୃତ୍ୟୁ ତଦନ୍ତକୁ ବାଟବଣା କରି ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲେ । ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ବିଜେପିର ଏହି ରାଜନୈତିକ ଷଡ଼ଯନ୍ତ୍ରରେ ଖୋଦ୍ ପରୀର ବାପାମାଆ ମୋହରା ବନିଯିବା ।

ସମ୍ବେଦନଶୀଳ ପରୀ ମୃତ୍ୟୁରେ ରାଜନୀତିର ରଙ୍ଗ ବୋଳି ଓଲଟି ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ବିଜେପିର “ପରୀ’ ଦୋକାନ ଏଣିକି ବନ୍ଦ ବୋଲି କୁହାଯାଉଛି । ଓଡ଼ିଶାବାସୀଙ୍କ ନିକଟରେ ବିଜେପି କ୍ଷମା ମାଗୁ ବୋଲି ବିଜେଡ଼ି ଓ କଂଗ୍ରେସ ଦାବି କଲେଣି ।

Previous Post

‘ଜ୍ଞାନୀ’ ଅପରାଜିତାଙ୍କ ଜ୍ଞାନ ପରୀକ୍ଷା !

Next Post

ପୁଣି ଚିନ୍ତା ବଢ଼ାଇଲା କରୋନା

Next Post
ପୁଣି ଚିନ୍ତା ବଢ଼ାଇଲା କରୋନା

ପୁଣି ଚିନ୍ତା ବଢ଼ାଇଲା କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA